Posted inଫୁରସତ

ଟଏଲେଟ୍‌ ପେପରରେ ରହିଛି ବିପଜ୍ଜନକ ରାସାୟନିକ ଦ୍ରବ୍ୟ

ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ଟଏଲେଟ୍‌ କାଗଜରେ ରାସାୟନିକ ଦ୍ରବ୍ୟ ରହିଛି, ଯାହା ଆମ ପାଇଁ ବିପଜ୍ଜନକ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି। ପରିବେଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଚିଠିରେ ପ୍ରକାଶିତ ଏକ ଖବର ଅନୁସାରେ, ସମଗ୍ର ବିଶ୍ୱରେ ବିକ୍ରି ହେଉଥିବା ପ୍ରମୁଖ ବ୍ରାଣ୍ଡ୍‌ର ଟଏଲେଟ୍‌ ପେପର ସମେତ ସମସ୍ତ ପେପର ପଲିଫ୍ଲୁରୋଆକିଲ୍‌ ସବ୍‌ଷ୍ଟାଣ୍ଡସ୍‌(ପିଏଫ୍‌ଏଏସ୍‌)ର ଅନ୍ୟ ଏକ ଉତ୍ସ ଭାବେ ପରିଣତ ହୋଇଛି। ପିଏଫ୍‌ଏଏସ୍‌ ହେଉଛି ଏପରି ଏକ ରସାୟନିକ ପଦାର୍ଥ, ଯାହା ଆମେରିକାର ପରିବେଶ ସୁରକ୍ଷା ଏଜେନ୍ସି (ଇପିଏ) ସହିତ ଜଡିତ। ଏହି ରାସାୟନିକ ପଦାର୍ଥ ଶରୀର ଅସୁସ୍ଥତା, କ୍ୟାନ୍ସର ଆଶଙ୍କା, ପ୍ରଜନନ କ୍ଷମତା ହ୍ରାସ, ଗର୍ଭବତୀଙ୍କ ଉଚ୍ଚ ରକ୍ତଚାପ ବୃଦ୍ଧି, ହରମୋନ ଅନିୟମିତତା, କୋଲେଷ୍ଟରଲ ଆଶଙ୍କା, ଟିକାକରଣର ପ୍ରଭାବକୁ ହ୍ରାସ କରିଥାଏ। ଜେନେସଭିଲିର ଫ୍ଲୋରିଡ଼ା ୟୁନିଭର୍ସିଟିର ପରିବେଶ ଇଞ୍ଜିନିୟରିଂ ସାଇନ୍ସ ବିଭାଗର ଟିମୋଥି ଟାଇନସେଣ୍ଡଙ୍କ ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱର ଉତ୍ତର ଆମେରିକା, ଆଫ୍ରିକା, ଦକ୍ଷିଣ ଓ ମଧ୍ୟ ଆମେରିକା ଏବଂ ପଶ୍ଚିମ ୟୁରୋପରୁ ୪୩ଟି ବିଭିନ୍ନ ପ୍ରକାରର ପିଏଫ୍‌ଏଏସ୍‌ ଯୁକ୍ତ ବ୍ରାଣ୍ଡ୍‌ର ଟଏଲେଟ୍‌ ପେପର ସମେତ ସ୍ବେରେଜର ବର୍ଜ୍ୟଜଳର ନମୁନା ସଂଗ୍ରହ କରାଯାଇଥିଲା। ସଂଗୃହୀତ ଟଏଲେଟ୍‌ ପେପର ଏବଂ ସ୍ବେରେଜ ଜଳରେ ପିଏଫ୍‌ଏଏସ୍‌ର ଏକ ପ୍ରଜାତି ରହିଥିବା ଅଧ୍ୟୟନରୁ ଜଣାପଡିଥିଲା। ସଂଗୃହୀତ ଟଏଲେଟ୍‌ ପେପରରେ ୯୧ ପ୍ରତିଶତ ଏବଂ ସ୍ବେରେଜ ଜଳରେ ୫୪ପ୍ରତିଶତ ପିଏଫ୍‌ଏଏସ୍‌ ମାତ୍ରା ଥିବା ଜଣାପଡିଥିଲା। ଇପିଏ ଏହାକୁ ବିପଜ୍ଜନକ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ମେସେଜ ପାଇଁ ଟଙ୍କା ନେବ ହ଼୍ବାଟସଆପ୍‌! ୧ ଅକ୍ଟୋବରରୁ ବଦଳିବ ନିୟମ; ସାଧାରଣ ୟୁଜର୍ସଙ୍କୁ ପଡ଼ିବ ପ୍ରଭାବ?

ନୂଆଦିଲ୍‌ଲୀ,୩୦।୯: ଯଦି ଆପଣ ହ଼୍ବାଟସଆପ (WhatsApp)ରେ କୌଣସି କମ୍ପାନୀଠାରୁ ଅର୍ଡର ଅପଡେଟ, ଡେଲିଭରି ସୂଚନା କିମ୍ୱା କଷ୍ଟମର ସର୍ଭିସ ନେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ଟ୍ରେନଯାତ୍ରୀଙ୍କ ପାଇଁ ବଡ଼ ସୂଚନା: ଅକ୍ଟୋବର ୧ରୁ କଡ଼ା ଚେକିଂ, ଟିକେଟ୍‌ ସାଙ୍ଗରେ ଏହି ID ନ ରଖିଲେ ଫସିବେ!

ନୂଆଦିଲ୍ଲୀ,୩୦।୯: ଯଦି ଆପଣ ଆଗାମୀ ଦିନରେ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। କେନ୍ଦ୍ରୀୟ ରେଳବାଇ ପକ୍ଷରୁ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?