Posted inଜାତୀୟ

ଆଜି ଏନ୍‌ଇଇଟି (ୟୁଜି) ଶୁଣାଣି

ନୂଆଦିଲ୍ଲୀ,୮ା୭(ପି.ଟି.):ପ୍ରଶ୍ନପତ୍ର ଲିକ୍‌, ଅସାଧୁ ଉପାୟ ଅବଲମ୍ବନ ସମେତ ବିଭିନ୍ନ ଅନିୟମିତତାକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଥିବା ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ବାତିଲ ଓ ସାନି ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟରେ ଦାଏର ୩୮ଟି ପିଟିଶନ୍‌ର ଶୁଣାଣି ସୋମବାର ଅନୁଷ୍ଠିତ ହେବାକୁ ଯାଉଛି। ତେବେ ବଡ଼ ଧରଣର ଅନିୟମିତତା ହୋଇଥିବାର ପ୍ରମାଣ ନ ଥିବାରୁ ପରୀକ୍ଷାକୁ ବାତିଲ କରାଗଲେ ଏହାର ଫଳ ଓଲଟା ହେବା ସହ ଲକ୍ଷ ଲକ୍ଷ ସଚ୍ଚୋଟ ପରୀକ୍ଷାର୍ଥୀ କ୍ଷତିଗ୍ରସ୍ତ ହେବେ ବୋଲି କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। କୋର୍ଟ େଓବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଜୁଲାଇ ୮ କଜ୍‌ ଲିଷ୍ଟ ଅନୁଯାୟୀ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ପରୀକ୍ଷା ସମ୍ପର୍କିତ ୩୮ଟି ପିଟିଶନ୍‌ର ଶୁଣାଣି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ଲଡୁ ନାମରେ ପ୍ରସିଦ୍ଧ ଏହି ମିଠା, ଏହାର ଓଜନ ଆଉ ମୂଲ୍ୟ ଜାଣିଲେ…

ଭାଗଲପୁର,୨୫।୧୦: ଆପଣ କେବେ ମୋଦି ଲଡୁ ଖାଇଛନ୍ତି କି? ଆପଣ ଜାଣନ୍ତି କି ମୋଦି ଲଡୁ କେଉଁଠାରେ ଉପଲବ୍ଧ? ଆପଣ ଏହାର ମୂଲ୍ୟ ଜାଣିଛନ୍ତି କି?...

ଭାଜପା ନେତାଙ୍କ ସ୍କୁଲ ବସ୍‌ ଉପରକୁ ଗୁଳିମାଡ଼: ଡରିକି ଛାନିଆ ୨୮ ଛାଛ୍ରୀଛାତ୍ର

ଲକ୍ଷ୍ନୌ,୨୫।୧୦: ଉତ୍ତର ପ୍ରଦେଶର ଗଜରୌଲାରେ ଭାଜପା ଜିଲା ଉପାଧ୍ୟକ୍ଷ ତଥା ବ୍ଲକ ମୁଖ୍ୟ ମୀନାକ୍ଷୀ ଚୌଧୁରୀଙ୍କ ସ୍ବାମୀ ଚୌଧୁରୀ ବିରେନ୍ଦ୍ର ସିଂଙ୍କ ସ୍କୁଲ ବସ୍ରେ ତିନିଜଣ...

ଝାଡ଼ଖଣ୍ଡରେ ‘ଦାନା’ର ପ୍ରଭାବ, ସ୍କୁଲ ବନ୍ଦ

ରାଞ୍ଚି,୨୫।୧୦: ଝାଡ଼ଖଣ୍ଡର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ଦାନା’ର ପ୍ରଭାବ ଦୃଶ୍ୟମାନ ହୋଇଛି। ଗୁରୁବାର ଠାରୁ ରାଜ୍ୟର କୋଲହାନ ଡିଭିଜନର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି।...

ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

ନୂଆଦିଲ୍ଲୀ,୨୫ା୧୦:ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ...

ଆଧାର କାର୍ଡ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି; ”ବୟସ ନିର୍ଣ୍ଣୟ କରିବା ଏକ ବୈଧ ଡକ୍ୟୁମେଣ୍ଟ ନୁହେଁ”

ନୂଆଦିଲ୍ଲୀ,୨୫ା୧୦: ଗୁରୁବାର ସୁପ୍ରିମକୋର୍ଟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଖଣ୍ଡନ କରିଛନ୍ତି ଯେଉଁଥିରେ କ୍ଷତିପୂରଣ ପ୍ରଦାନ ପାଇଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ...

ଏନ୍‌ଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ଲରେନ୍ସଙ୍କ ଭାଇ ଅନମୋଲ, ଧରାଇ ଦେଲେ ମିଳିବ ୧୦ ଲକ୍ଷ

ମୁମ୍ବାଇ,୨୫।୧୦: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ତାଙ୍କ ପରିବାରର ସମସ୍ୟା ବଢିବାରେ ଲାଗିଛି। ଏନଆଇଏ ଲରେନ୍ସଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କ ଉପରେ ୧୦ଲକ୍ଷ ଟଙ୍କା ପୁରସ୍କାର...

କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ

ପୁଣେ,୨୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା...

LOC ନିକଟରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହୀଦ, ୨ ଶ୍ରମିକ ମୃତ

ଶ୍ରୀନଗର,୨୪।୧୦: ଜମ୍ମୁ କଶ୍ମୀରର ଏଲଓସି ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri