Odisha Elections 2024
Posted inଖେଳ

ଆଜିଠୁ ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ

ଭୁବନେଶ୍ୱର, ୨।୧ (ତପନ ସ୍ବାଇଁ): ଜାତୀୟ ଜୁନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ସଫଳ ସମାପନ ପରେ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହାର ସିନିୟର ବର୍ଗ ପ୍ରତିଯୋଗିତା। ଏଥିପାଇଁ ଦେଶର ଅନେକ ତାରକା ଖେଳାଳିଙ୍କ ସମାଗମ ହୋଇଛି କଳିଙ୍ଗ ଷ୍ଟାଡିୟମରେ। ଦେଶର ବିଭିନ୍ନ ଭାଗରୁ ପାଖାପାଖି ୩୦୦ ପ୍ରତିଯୋଗୀ ଏଥିରେ ଭାଗ ନେବାକୁ ଯାଉଛନ୍ତି। ବିଶେଷ କରି ଅଲିମ୍ପିଆନ ପ୍ରଣତି ନାୟକ, ଦୀପା କର୍ମକାର, ଜାତୀୟ ଜିମ୍ନାଷ୍ଟ ଯେଗେଶ୍ୱର ସିଂ, ରାକେଶ ପାତ୍ର, ତପନ ମହାନ୍ତି, ସୈଫ୍‌ ତାମ୍ବୋଲି, ଗୌରବ କୁମାର ପ୍ରମୁଖ ଆକର୍ଷଣରେ ରହିଛନ୍ତି। ଓଡ଼ିଶା ଜିମ୍ନାଷ୍ଟିକ୍ସ ଆସୋସିଏଶନ, ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକକ୍ସ ସେଣ୍ଟରରେ ହେବାକୁ ଯାଉଛି। ଏହା ୨ରୁ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
”ଜାତୀୟ ଜୁନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଆମେ ଏବେ ସିନିୟର ଚାମ୍ପିୟନଶିପ୍‌ ଆୟୋଜନ କରିବାକୁ ଯାଉଛୁ। ଏହି ପ୍ରତିଯୋଗିତାରେ ଦୀପା, ପ୍ରଣତିଙ୍କ ସମେତ ଅନେକ ଜାତୀୟ ସ୍ତରୀୟ ଜିମ୍ନାଷ୍ଟଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ତେଣୁ ପ୍ରତିଯୋଗିତା ନିଶ୍ଚିତ ରୋମାଞ୍ଚକ ହେବ“ ବୋଲି ଓଡ଼ିଶା ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ମୁଖ୍ୟ କୋଚ୍‌ ଅଶୋକ ମିଶ୍ର ପ୍ରକାଶ କରିଛନ୍ତି। ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାରଙ୍କ କୋଚ୍‌ ବିଶ୍ୱେଶ୍ୱର ନନ୍ଦି ମଧ୍ୟ ଆଗାମୀ ପ୍ରତିଯୋଗିତାକୁ ନେଇ ଖୁବ୍‌ ଖୁସି ଜାହିର କରିଛନ୍ତି। ” ଏଠାକୁ ପୁନର୍ବାର ଆସି ବହୁତ ଖୁସି ଲାଗୁଛି। ଏଠାକାର ଭିତ୍ତିଭୂମୀ ଅଲିମ୍ପିକ୍‌ ଷ୍ଟାଣ୍ଡାର୍ଡର। ଦୀପା ପାଖାପାଖି ୮ ବର୍ଷ ପରେ ଜାତୀୟ ଚାମ୍ପିୟନଶିପ୍‌ରେ ଭାଗ ନେଉଛନ୍ତି। ଏଠାରେ ପ୍ରଣତି ନାୟକ, ପ୍ରଣତି ଦାସ, ଅରୁଣ ରେଡ୍ଡୀ ଏବଂ ଅନ୍ୟ କେତେକ ନାମୀ ଜିମ୍ନାଷ୍ଟ ଭାଗ ନେଉଛନ୍ତି। ଜୁନିୟର ଚାମ୍ପିୟନଶିପ୍‌ରେ ମଧ୍ୟ ପିଲାମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଆସନ୍ତା ୨ ବର୍ଷ ମଧ୍ୟରେ ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଅଲିମ୍ପିକ୍ସ ପାଇଁ ଭାରତର ଏକ ଶକ୍ତିଶାଳୀ ପ୍ରତିନିଧି ଦଳ ପ୍ରସ୍ତୁତ ହୋଇ ସାରିଥିବା ନେଇ ଆଶା ରହିଛି“ ବୋଲି ବିଶ୍ୱେଶ୍ୱର କହିଛନ୍ତି। ଓଡ଼ିଶା ଏଚ୍‌ପିସିରେ ଟ୍ରେନିଂ ନେଉଥିବା ପ୍ରଣତି ନାୟକ ଆଗାମୀ ପ୍ରତିଯୋଗିତାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ”ମୁଁ ଭାରତୀୟ ରେଲଓ୍ବେରୁ ପ୍ରତିନିଧିତ୍ୱ କରିବାକୁ ଯାଉଛି। ମୁଁ ଯେଉଁଠାରେ ଟ୍ରେନିଂ ନେଉଛି ସେଠାରେ ପ୍ରତିଯୋଗିତା ହେବାକୁ ଯାଉଥିବାରୁ ନିଜର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛି“ ବୋଲି ପ୍ରଣତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri