Posted inଖେଳ

ଆଜିଠୁ ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ

ଭୁବନେଶ୍ୱର, ୨।୧ (ତପନ ସ୍ବାଇଁ): ଜାତୀୟ ଜୁନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ସଫଳ ସମାପନ ପରେ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହାର ସିନିୟର ବର୍ଗ ପ୍ରତିଯୋଗିତା। ଏଥିପାଇଁ ଦେଶର ଅନେକ ତାରକା ଖେଳାଳିଙ୍କ ସମାଗମ ହୋଇଛି କଳିଙ୍ଗ ଷ୍ଟାଡିୟମରେ। ଦେଶର ବିଭିନ୍ନ ଭାଗରୁ ପାଖାପାଖି ୩୦୦ ପ୍ରତିଯୋଗୀ ଏଥିରେ ଭାଗ ନେବାକୁ ଯାଉଛନ୍ତି। ବିଶେଷ କରି ଅଲିମ୍ପିଆନ ପ୍ରଣତି ନାୟକ, ଦୀପା କର୍ମକାର, ଜାତୀୟ ଜିମ୍ନାଷ୍ଟ ଯେଗେଶ୍ୱର ସିଂ, ରାକେଶ ପାତ୍ର, ତପନ ମହାନ୍ତି, ସୈଫ୍‌ ତାମ୍ବୋଲି, ଗୌରବ କୁମାର ପ୍ରମୁଖ ଆକର୍ଷଣରେ ରହିଛନ୍ତି। ଓଡ଼ିଶା ଜିମ୍ନାଷ୍ଟିକ୍ସ ଆସୋସିଏଶନ, ଜିମ୍ନାଷ୍ଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକକ୍ସ ସେଣ୍ଟରରେ ହେବାକୁ ଯାଉଛି। ଏହା ୨ରୁ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
”ଜାତୀୟ ଜୁନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଆମେ ଏବେ ସିନିୟର ଚାମ୍ପିୟନଶିପ୍‌ ଆୟୋଜନ କରିବାକୁ ଯାଉଛୁ। ଏହି ପ୍ରତିଯୋଗିତାରେ ଦୀପା, ପ୍ରଣତିଙ୍କ ସମେତ ଅନେକ ଜାତୀୟ ସ୍ତରୀୟ ଜିମ୍ନାଷ୍ଟଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ତେଣୁ ପ୍ରତିଯୋଗିତା ନିଶ୍ଚିତ ରୋମାଞ୍ଚକ ହେବ“ ବୋଲି ଓଡ଼ିଶା ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ମୁଖ୍ୟ କୋଚ୍‌ ଅଶୋକ ମିଶ୍ର ପ୍ରକାଶ କରିଛନ୍ତି। ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାରଙ୍କ କୋଚ୍‌ ବିଶ୍ୱେଶ୍ୱର ନନ୍ଦି ମଧ୍ୟ ଆଗାମୀ ପ୍ରତିଯୋଗିତାକୁ ନେଇ ଖୁବ୍‌ ଖୁସି ଜାହିର କରିଛନ୍ତି। ” ଏଠାକୁ ପୁନର୍ବାର ଆସି ବହୁତ ଖୁସି ଲାଗୁଛି। ଏଠାକାର ଭିତ୍ତିଭୂମୀ ଅଲିମ୍ପିକ୍‌ ଷ୍ଟାଣ୍ଡାର୍ଡର। ଦୀପା ପାଖାପାଖି ୮ ବର୍ଷ ପରେ ଜାତୀୟ ଚାମ୍ପିୟନଶିପ୍‌ରେ ଭାଗ ନେଉଛନ୍ତି। ଏଠାରେ ପ୍ରଣତି ନାୟକ, ପ୍ରଣତି ଦାସ, ଅରୁଣ ରେଡ୍ଡୀ ଏବଂ ଅନ୍ୟ କେତେକ ନାମୀ ଜିମ୍ନାଷ୍ଟ ଭାଗ ନେଉଛନ୍ତି। ଜୁନିୟର ଚାମ୍ପିୟନଶିପ୍‌ରେ ମଧ୍ୟ ପିଲାମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଆସନ୍ତା ୨ ବର୍ଷ ମଧ୍ୟରେ ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଅଲିମ୍ପିକ୍ସ ପାଇଁ ଭାରତର ଏକ ଶକ୍ତିଶାଳୀ ପ୍ରତିନିଧି ଦଳ ପ୍ରସ୍ତୁତ ହୋଇ ସାରିଥିବା ନେଇ ଆଶା ରହିଛି“ ବୋଲି ବିଶ୍ୱେଶ୍ୱର କହିଛନ୍ତି। ଓଡ଼ିଶା ଏଚ୍‌ପିସିରେ ଟ୍ରେନିଂ ନେଉଥିବା ପ୍ରଣତି ନାୟକ ଆଗାମୀ ପ୍ରତିଯୋଗିତାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ”ମୁଁ ଭାରତୀୟ ରେଲଓ୍ବେରୁ ପ୍ରତିନିଧିତ୍ୱ କରିବାକୁ ଯାଉଛି। ମୁଁ ଯେଉଁଠାରେ ଟ୍ରେନିଂ ନେଉଛି ସେଠାରେ ପ୍ରତିଯୋଗିତା ହେବାକୁ ଯାଉଥିବାରୁ ନିଜର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ ଅଛି“ ବୋଲି ପ୍ରଣତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?