Categories: ଖେଳ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେତେବେଳେ, ଦେଖିପାରିବେ ମ୍ୟାଚ୍‌

କଲମ୍ବୋ,୧୦।୯: ଆଜି ପୁଣି ଥରେ ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ପ୍ରତିଯୋଗିତା ଦେଖିବାକୁ ମିଳିବ। ଏଥର ଉଭୟ ଦଳ ସୁପର-୪ରେ ପରସ୍ପର ବିପକ୍ଷରେ ପଡ଼ିଆ ନେବେ। ଏହାପୂର୍ବରୁ ବର୍ଷା ଯୋଗୁ ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ବାତିଲ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ସୁପର-୪ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ। ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ରବିବାର ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବାବେଳେ। ଟସ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୨.୩୦ରେ ହେବ। ଏହି ମ୍ୟାଚ ଷ୍ଟାର ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ଭାରତରେ ସିଧା ପ୍ରସାରଣ ହେବ। ଡିଜ୍ନି ପ୍ଲସ ହଟଷ୍ଟାରରେ ଭାରତ-ପାକିସ୍ତାନ ମ୍ୟାଚ ମାଗଣାରେ ସିଧା ପ୍ରସାରଣ ହେବ।

Share