ସଂକ୍ରାନ୍ତି ପାଇଁ ଫିକା ପଡ଼ିଥିଲା ଛାଡ଼ଖାଇ, ଆଜି ଆମିଷ ବଜାରରେ ନିଆଁ, ଦାମ୍‌ ରହିଛି…

ଭୁବନେଶ୍ୱର,୧୭ା୧୧: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବା ବେଳେ ଶନିବାର ପଡ଼ିଥିଲା ଛାଡ଼ଖାଇ। ମାତ୍ର ଏହି ଦିନ ସଂକ୍ରାନ୍ତି ପଡ଼ିଥିବାରୁ ଛାଡ଼ଖାଇ ଫିକା ପଡ଼ିଯାଇଥିଲା। ଯେଉଁଥିପାଇଁ ଲୋକେ ରବିବାର ଛାଡ଼ଖାଇ ପାଳନ କରୁଛନ୍ତି। ଏନେଇ ଆମିଷ ବଜାରରେ ନିଆଁ ଲାଗିଛି। ଅର୍ଥାତ୍‌ ଦର ଆକାଶଛୁଆଁ ହୋଇଛି। ବିଶେଷକରି ଭୁବନେଶ୍ବରର ୪ନଂ ମାଛ ମାର୍କେଟ, ଡମଣା ଆମିଷ ବଜାରରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାଛ, ମାଂସ, ଚିଙ୍ଗୁଡ଼ି, ଚିକେନ, ଅଣ୍ଡା, କଙ୍କଡ଼ା ଆଦି ଲୋକେ ଘରକୁ ବୋହି ନେଇଯାଉଛନ୍ତି।

ଦର ବି ସେମିତି ଚଢ଼ା ରହିଛି। ଖାସି ମାଂସ କିଲୋ ୭୫୦ ଟଙ୍କା ରହିଥିବା ବେଳେ ଚିଙ୍ଗୁଡ଼ି କିଲୋ ୪୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ରୋହି, ମିରକାଳୀ, ଭାକୁର ଆଦି ମାଛ କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କା ରହିଛି। ସେହିପରି ଖଅଙ୍ଗା ୪୦୦ରୁ ୫୦୦ ଟଙ୍କା ଥିବା ବେଳେ ପାମ୍ପ୍ଲେଲେଟ,ଖୁରାଣ୍ଟ ୬୦୦ ଟଙ୍କା ରହିଛି। କଙ୍କଡ଼ା ଦର ଗୋଟିଏ ଗୋଟିଏ ସ୍ଥାନରେ ୧୦୦୦ ଟଙ୍କା ପାର୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

ରେଭେନ୍ସା ୱାର୍ଡେନଙ୍କୁ ଦୁର୍ବ୍ୟବହାର କଲେ ବିଧାୟକ: ଇସ୍ତଫା ପରେ ରାଜରାସ୍ତାକୁ ଓହ୍ଲାଇଲେ ୱାର୍ଡେନ

କଟକ,୫।୮(ପ୍ରଭୁ କଲ୍ୟାଣ ପାଲ୍‌): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ୱାର୍ଡେନ। ପଦଯାତ୍ରା କରି କୁଳପତିଙ୍କୁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଗତକାଲି…

ବିଶ୍ୱକପ ପୂର୍ବରୁ ଅଜିତ ଅଗରକରଙ୍କୁ ଯଦି ବାଦ ଦିଆଯାଏ, ତେବେ ଟିମ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ୩ ନାମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୮: ଭାରତୀୟ କ୍ରିକେଟରେ ପରିବର୍ତ୍ତନର ସମୟ ଆସିଯାଇଛି ବୋଲି ମନେ ହେଉଛି। ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ତାଙ୍କ ପଦବୀରୁ ହଟାଯାଇପାରେ। ବିସିସିଆଇ ତାଙ୍କ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri