ପୁରୀ ଅଫିସ,୮ା୧: ଶନିବାର ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ରବିବାରଠାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଜି ଶ୍ରୀଜିଉଙ୍କ ଦର୍ଶନ ଲାଗି ଏପରି ଜନସମୁଦ୍ର ଦେଖିବାକୁ ମିଳିଛି। ମରିରିକୋଟ ଛକଠାରୁ ସିଂହଦ୍ୱାର ଯାଏ ଏହି ଭିଡ଼ ଲାଗିଛି। ଆଜି ଦିନକ ପାଇଁ ଦର୍ଶନ ସୁଯୋଗ ରହିଥିବାରୁ ଏପରି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।

