Posted inଫୁରସତ

ଆଜିର ଦିନରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା।
ଏହା କେବଳ ଦେଶର ବିଭାଜନ ଥିବା କହିବା ବାହୁଲ୍ୟ। କାରଣ ଏହା ବାସ୍ତବରେ ହୃଦୟ, ପରିବାର, ସମ୍ପର୍କ ଏବଂ ଭାବର ବିଭାଜନ ଥିଲା। ଭାରତମାତା ଛାତିରେ ଏହି ବିଭାଜନର କ୍ଷତ ଶତାବ୍ଦୀ ଧରି ରହିବ। ଦେଶ ତଥା ବିଶ୍ୱ ଇତିହାସରେ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମଗୁଡିକ କିଛି ଏଭଳି:

୧୮୬୨: ବମ୍ବେ ହାଇକୋର୍ଟର ପ୍ରତିଷ୍ଠା
୧୮୮୮: ଇଂଲଣ୍ଡର ଫୋକେଷ୍ଟୋନରେ ପ୍ରଥମ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ
୧୯୧୭: ଜର୍ମାନୀ ଏବଂ ଅଷ୍ଟ୍ରିଆ ବିରୁଦ୍ଧରେ ଚାଇନା ଯୁଦ୍ଧ ଘୋଷଣା କରିଥିଲା
୧୯୨୪: ପ୍ରସିଦ୍ଧ ଲେଖକ ତଥା ସାମ୍ବାଦିକ କୁଲଦୀପ ନାୟାରଙ୍କ ଜନ୍ମ
୧୯୩୮: ଟେଲିଭିଜନରେ ବିବିସିର ପ୍ରଥମ ଫିଚର ଫିଲ୍ମ (ଷ୍ଟୁଡେଣ୍ଟ ଅଫ ପ୍ରାଗ) ପ୍ରସାରିତ ହୋଇଥିଲା
୧୯୪୭: ଭାରତ ବିଭାଜିତ ହେଲା ଏବଂ ପାକିସ୍ତାନ ଏକ ଅଲଗା ରାଷ୍ଟ୍ର ହେଇଥିଲା
୧୯୬୮: ମୋରାରଜୀ ଦେଶାଇଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଇ-ପାକିସ୍ତାନ ପ୍ରଦାନ କରାଯାଇଥିଲା
୧୯୭୧: ୧୧୦ ବର୍ଷ ପରେ ବାହାରେନ୍‌ ବ୍ରିଟିଶ ଶାସନରୁ ସ୍ବାଧୀନତା ଲାଭ କରିଥିଲା
୨୦୦୩: ପୂର୍ବ ଆମେରିକା ଏବଂ କାନାଡାରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଗଲା। ଏହାର ପ୍ରଭାବ ନ୍ୟୁୟର୍କ ଏବଂ ଓଟୋବା ଭଳି ବଡ଼ ସହର ଉପରେ ପଡ଼ିଥିଲା
୨୦୦୬: ମିଳିତ ଜାତିସଂଘର ଉଦ୍ୟମରେ ଇସ୍ରାଏଲ ଏବଂ ଦକ୍ଷିଣ ଲେବନାନରେ ପାଞ୍ଚ ସପ୍ତାହ ଧରି ଜାରି ରହିଥିବା ବିବାଦ ସମାପ୍ତ ହେଲା
୨୦୦୬: ଇରାକର କାହଟାନିଆରେ ବୋମା ବିସ୍ଫୋରଣରେ ୪୦୦ ଲୋକ ପ୍ରାଣ ହରାଇଲେ
୨୦୧୩: ମିସ୍ରରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୬୩୮ ଜଣ ଲୋକ ପ୍ରାଣ ହରାଇଥିଲେ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri