ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୨୦ା୮(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଜିଲା ଗସ୍ତ କରିବେ। ସେ ସଂସ୍କୃତି ଭବନ ନିକଟରେ ଥିବା ହେଲିପ୍ୟାଡରେ ଅବତରଣ କରି ସଂସ୍କୃତି ଭବନରେ କେତେକ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ। ପରେ ସେ ଜିଲା ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରି ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ୨୧ରେ ଜିଲାର ୭ଟି ବ୍ଲକ, ମାଲକାନଗିରି ପୌର ପରିଷଦ ଓ ବାଲିମେଳା ଏନଏସିରେ ଏହି କାର୍ଡ ବଣ୍ଟନ କରାଯିବ।