ଆଜି କ୍ୟାବିନେଟ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୫ଟା ୪୫ ମିନିଟ୍‌ ସମୟରେ ମନ୍ତ୍ରୀ ପରିଷଦ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ। ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବିଧାନସଭା ଶୀତଅଧିବେଶନରେ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍‌ ସମ୍ପର୍କିତ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦରେ ଅନୁମୋଦନ ଦିଆଯିବ। ଏହାପରେ ୬ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ ମୋଟ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ଜଣାପଡ଼ିଛି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ପ୍ରସ୍ତୁତ ହୋଇଥିବା ଅତିରିକ୍ତ ବଜେଟ୍‌ ସମ୍ପର୍କିତ ପ୍ରସ୍ତାବକୁ ମୋହର ବାଜିବ। ଏହା ବ୍ୟତୀତ ଅର୍ଥ, ପଞ୍ଚାୟତିରାଜ, ରାଜସ୍ବ, ଆଇନ ଏବଂ ପୂର୍ତ୍ତ ବିଭାଗର କେତେଗୁଡ଼ିଏ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ରେ ମଞ୍ଜୁରି ମିଳିବ ବୋଲି ଜଣାପଡ଼ିଛି।