ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ : ମାନସିକ ଅବସାଦ ଦୂର କରୁଛି ସୋସିଆଲ ମିଡିଆ

ଭୁବନେଶ୍ୱର,୧୦।୯(ଅନୁରାଧା ମହାରଣା)ମାନସିକ ଅବସାଦ କାରଣରୁ ଯୁବପିଢ଼ି ଅନେକ ସମୟରେ ଆମତ୍ହତ୍ୟା ପରି ଚରମ ପଦକ୍ଷେପ ନେଉଛନ୍ତି। ତେବେ ଏହି ମାନସିକ ଅବସାଦ ପଛରେ ବିଭିନ୍ନ କାରଣ ରହୁଛି। ଆର୍ଥିକ, ପାରିବାରିକ ଓ ସାମାଜିକ ସମସ୍ୟା, ପ୍ରେମ ବା ବିବାହଜନିତ ସମସ୍ୟା, ଲୋକଲଜ୍ଜା ଭୟ, ଅସହ୍ୟ ରୋଗଯନ୍ତ୍ରଣା, ପରୀକ୍ଷା ବା ନିଯୁକ୍ତି କ୍ଷେତ୍ରରେ ବିଫଳତା ଅନେକ ସମୟରେ ଲୋକଙ୍କ ଜୀବନ ନେଉଛି। ତେବେ ବର୍ତ୍ତମାନ ଯୁଗରେ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁ ସୃଷ୍ଟି ହେଉଥିବା ମାନସିକ ଚାପ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି। ଅନ୍‌ଲାଇନ୍‌ ବେଟିଂ, ଅନଲାଇନ୍‌ ଗେମିଂ ଆଦି ନିଶାରେ ପଡ଼ି ଯୁବପିଢ଼ି ଆର୍ଥିକ ଠକେଇରେ ପଡ଼ୁଛନ୍ତି। ପୂର୍ବରୁ କେତେକ ଗେମିଂ ପିଲାଙ୍କୁ ମୃତ୍ୟୁର ଚ୍ୟାଲେଞ୍ଜ ଦେଇ ସେମାନଙ୍କୁ ମରଣ ମୁହଁକୁ ଠେଲିଦେଉଥିବା ମଧ୍ୟ ତଥ୍ୟ ରହିଛି। ସାଧାରଣତଃ ମାନସିକ ଅବସାଦରେ ରହୁଥିବା ବ୍ୟକ୍ତି ନିଜ ମନ କଥା ଅନ୍ୟ କାହା ପାଖରେ ପ୍ରକାଶ ନ କରିପାରିଲେ ମୁଖ୍ୟତଃ ଏପରି ଚରମ ନିଷ୍ପତ୍ତି ନିଅନ୍ତି। ତେଣୁ ଏଭଳି ସମୟରେ ସୋସିଆଲ ମିଡିଆ ହିଁ ଅନେକ ଯୁବପିଢ଼ିଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଉଛି। ସେପ୍ଟେମ୍ବର ୧୦ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ଅବସରରେ ଧରିତ୍ରୀର ସ୍ବତନ୍ତ ଉପସ୍ଥାପନା।
ଗୁଗଲ ବଞ୍ଚାଉଛି ଜୀବନ
ମାନସିକ ଦୁଶ୍ଚିନ୍ତା ବା ମାନସିକ ଭାରସାମ୍ୟ ହରାଇ ଅନେକ ସମୟରେ ଲୋକେ ନିଜ ଜୀବନ ହାରିବାକୁ ଚେଷ୍ଟା କରନ୍ତି। ଏଥିପାଇଁ ଅନେକେ ଗୁଗଲରେ ମୃତ୍ୟର ସହଜ ଉପାୟ ସର୍ଚ୍ଚ କରିଥା’ନ୍ତି। ଏପରି ସମୟରେ ଗୁଗଲ ବିଭିନ୍ନ ଓ୍ବେବ୍‌ସାଇଟରେ ଜାରି କରାଯାଇଥିବା ଟୋଲ ଫ୍ରି ନଂ. ସମ୍ପର୍କରେ ୟୁଜର୍ସଙ୍କୁ ସୂଚନା ଦେଇଥାଏ। ଉକ୍ତ ନମ୍ବରରେ କଲ୍‌ କରିବା ଦ୍ୱାରା ବିପରୀତ ପାର୍ଶ୍ୱରେ ମାନସିକ ବିଶେଷଜ୍ଞ ବା କାଉନ୍‌ସେଲରଙ୍କ ସହ ମାନସିକ ଭାବେ ଆଘାତ ପାଇଥିବା ବ୍ୟକ୍ତି କଥା ହେବାକୁ ସୁଯୋଗ ପାଇଥା’ନ୍ତି। ମୃତ୍ୟୁର ଉପାୟ ଖୋଜୁଥିତ୍ବା ବ୍ୟକ୍ତି ଏହି ମାଧ୍ୟମରେ ଜୀବନ ବଞ୍ଚତ୍ବାର ଉପାୟ ପାଇଥାନ୍ତି।

ପ୍ରମୁଖ ଭୂମିକା ନେଉଛନ୍ତି ମୋଟିଭେଶନାଲ ସ୍ପିକର

ଆତ୍ମହତ୍ୟା ପ୍ରବଣତା ଦୂର କରିବାରେ କରିବାରେ ପରିବାର, ବନ୍ଧୁବର୍ଗ ସଫଳ ହୋଇପାରୁ ନ ଥିବାବେଳେ ମୋଟିଭେଶନାଲ ସ୍ପିକରମାନେ ଏ କ୍ଷେତ୍ରରେ ବଡ଼ ଭୂମିକା ନେଉଛନ୍ତି। ଇନ୍‌ଷ୍ଟାଗ୍ରାମ, ଫେସବୁକ୍‌, ୟୁଟ୍ୟୁବ ଭଳି ପ୍ରମୁଖ ସୋସିଆଲ ମିଡିଆ ଆପ୍‌ରେ ମୋଟିଭେଶନାଲ ସ୍ପିକରମାନେ ଦୁର୍ବଳମନା ବ୍ୟକ୍ତିଙ୍କୁ ସାହସ, ଜୀବନ ବଞ୍ଚତ୍ବାର ସକାରାମତ୍କ ଦିଗ, ବିଭିନ୍ନ ସମସ୍ୟାରୁ ବାହାରକୁ ଆସିବାକୁ ମନୋବଳ ବଢ଼ାଉଛନ୍ତି। ଅଳ୍ପ କିଛି ସେକେଣ୍ଡ ଅବଧିର ଭିଡିଓ ହେଉ ବା ଦୀର୍ଘ ଅବଧି ବିଶିଷ୍ଟ ପରାମର୍ଶ, ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଦେଉଛି। ବିଶେଷକରି କେତେଜଣ ଲେଖକ, ଡାକ୍ତର, ଖବରଦାତା, ସାମାଜିକ କର୍ମୀ, ଆଧ୍ୟାମତ୍ିକ ପ୍ରବକ୍ତା ନିଜ ଭିଡିଓରେ ସକାରାମତ୍କ ବାର୍ତ୍ତା ଦେଇ ପରୋକ୍ଷରେ ଲୋକଙ୍କ ମନକୁ ବଦଳାଇ ନୂଆ ଜୀବନ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri