ଆଜି ବିଶ୍ୱ ସଙ୍ଗୀତ ଦିବସ: ସଙ୍ଗୀତର ଲୋକପ୍ରିୟତା ବଢ଼ାଉଛି ସୋସିଆଲ ମିଡିଆ

ଏବେ ଓଡ଼ିଆ ସଙ୍ଗୀତ କେବଳ ଓଡ଼ିଶାରେ ସୀମିତ ହୋଇନାହିଁ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ବା ସହ ଲୋକଙ୍କ ହୃଦୟ ଜିଣୁଛି। ଗୀତକୁ ନ ବୁଝିଲେ ବି ଉପଭୋଗ କରୁଛନ୍ତି। ଏ କ୍ଷେତ୍ରରେ ସୋସିଆଲ ମିଡିଆ ବଡ଼ ଭୂମିକା ନେଉଛି। ବିଶେଷକରି ଇନ୍‌ଷ୍ଟାଗ୍ରାମ, ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ ରିଲ୍ସ ମାଧ୍ୟମରେ ରାଜ୍ୟ ତଥା ଦେଶବିଦେଶର ପ୍ରତିଷ୍ଠିତ ଇନଫ୍ଲୁଏନ୍ସର୍‌ମାନେ ଓଡ଼ିଆ ଗୀତକୁ ଭିନ୍ନଭିନ୍ନ ଢଙ୍ଗରେ ପରିବେଷଣ କରୁଛନ୍ତି। ଫଳରେ ଏହାର ଲୋକପ୍ରିୟତା ବଢ଼ିବା ସହ ଓଡ଼ିଶାର ଗୌରବ ବୃଦ୍ଧି ପାଉଛି। ସେହିପରି ଏବେ ଅନେକ ଓଡ଼ିଆ ଗୀତରେ ହିନ୍ଦୀ ଭାଷାର ପ୍ରୟୋଗ ବହୁତ କମ୍‌ ହେଉଛି। ଖାଣ୍ଟି ଓଡ଼ିଆ ଭାଷାରେ ପ୍ରସ୍ତୁତ ଗୀତ ବେଶି ଲୋକପ୍ରିୟତା ହାସଲ କରୁଛି। କହିବାକୁ ଗଲେ, ସୋସିଆଲ ମିଡିଆ ପାଇଁ ଓଡ଼ିଆ ସଙ୍ଗୀତ ଦୁନିଆରେ ପରିବର୍ତ୍ତନ ଆସିଛି। ମାତ୍ର ଏହାକୁ ନେଇ ବେଳେବେଳେ ବିତର୍କ ବି ହେଉଛି। ଶୁକ୍ରବାର ବିଶ୍ୱ ସଙ୍ଗୀତ ଦିବସ ପରିପ୍ରେକ୍ଷୀରେ ବର୍ତ୍ତମାନ ଓଡ଼ିଆ ସଙ୍ଗୀତର ସ୍ଥିତି ଓ ସୋସିଆଲ ମିଡିଆର ଭୂମିକାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।

ଭଲ ଗୀତର ତର୍ଜମା ହେଲେ ସଙ୍ଗୀତର ମାନ ଆହୁରି ବଢ଼ିବ ପ୍ରତି ୨୫ବର୍ଷରେ ଥରେ ଟେକ୍ନୋଲୋଜିର ଆଖିଦୃଶିଆ ପରିବର୍ତ୍ତନ ଆସିଥାଏ। ତେଣୁ ଖୁସିର କଥା, ବର୍ତ୍ତମାନର ଟେକ୍ନୋଲୋଜି ପାଇଁ ଅନ୍ତତଃ ପକ୍ଷେ ଗୀତକୁ ସଂଗୃହୀତ କରି ରଖି ହେଉଛି, ଯାହା ଆଗରୁ ହୋଇପାରୁ ନ ଥିଲା। ସବୁ ଗୀତ ବାହାରେ ପହଞ୍ଚି  ପାରୁନି। କେତେକ ପହଞ୍ଚୁଛି, ଯାହାର ଅଧିକ ଲୋକପ୍ରିୟତା ରହୁଛି ବୋଲି ଧରି ନେବାକୁ ହେବ। ମାତ୍ର ଅକ୍ଷୟ ମହାନ୍ତିଙ୍କ ପରେ ଓଡ଼ିଆ ସଙ୍ଗୀତ ଜଗତରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବା ଆଜି ବି ସମ୍ଭବ ହୋଇପାରିନି। ଏହାର ଅର୍ଥ ଆମ ସଙ୍ଗୀତ ଜଗତ କହିଲେ, ସେହି ୮୦ ଦଶକକୁ ବୁଝାଉଛି। ସୋସିଆଲ ମିଡିଆରେ ଗୀତଟି ଖରାପ ହେଲେ ଯେତିକି ବିଶ୍ଳେଷଣ ହେଉଛି, ଭଲ ଲାଗିଲେ ଯଦି ତାହାର ତର୍ଜମା କରାଯାଆନ୍ତା ତା’ହେଲେ ସଙ୍ଗୀତର ମାନ ଆହୁରି ବୃଦ୍ଧି ପାଆନ୍ତା। ଆଜିକାଲିର ଗୀତ କହିଲେ, ଯୁବପିଢ଼ି ଇନ୍‌ଷ୍ଟାଗ୍ରାମ ରିଲ୍ସରେ ୩୦ରୁ ୯୦ ସେକେଣ୍ଡ ଭିତରେ ଆସୁଥିବା ଧାଡ଼ିଗୁଡ଼ିକୁ ବୁଝନ୍ତି। ମାତ୍ର ପୂରା ଗୀତ କେହି ଶୁଣିଥିବେ କି ନାହିଁ ସନ୍ଦେହ। ତେଣୁ ଗୀତଗୁଡ଼ିକ ସାମାଜିକ ଗଣମାଧ୍ୟମ ପରିପ୍ରେକ୍ଷୀ ନ ହୋଇ ଭାଷା, ସାହିତ୍ୟ ସହ ଜଡ଼ିତ ହେବା ସହ ସହଜ ଓ ସରଳ ହେଲେ ଶ୍ରୋତାଙ୍କ ମନକୁ ଆହୁରି ଛୁଇଁ ପାରିବ।
– ସୁମିତ ପଣ୍ଡା, ଗୀତିକାର
ନବାଗତଙ୍କୁ ପ୍ଲାଟ୍‌ଫର୍ମ ଦେଇଛି ସୋସିଆଲ ମିଡିଆ
ସୋସିଆଲ ମିଡିଆର ପାୱାର୍‌ ବହୁତ ବଢ଼ିଯାଇଛି। ପୂର୍ବଠାରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚତ୍ପାରୁଛି। ହିଟ୍‌ ନ ହେବା ଗୀତ ବି ହିଟ୍‌ ହେଉଛି। ତେବେ ଏ କ୍ଷେତ୍ରରେ ନୂଆ ପିଢ଼ିଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ତା’ ହେଲେ ଯାଇ ଓଡ଼ିଆ ଗୀତ ଆହୁରି ଭଲ ହୋଇପାରିବ। ସେମାନେ ଏବେ ଭଲ କାମ କରୁଛନ୍ତି। ସୋସିଆଲ ମିଡିଆ ସେମାନଙ୍କୁ ଏକ ପ୍ଲାଟଫର୍ମ ଦେଇଛି, ଯାହାର ଲାଭ ସେମାନେ ଉଠାଉଛନ୍ତି ଏବଂ ଓଡ଼ିଆ ସଙ୍ଗୀତ ଶିଳ୍ପ ମଧ୍ୟ ପରିବ୍ୟାପ୍ତ ହେଉଛି।
– ପ୍ରଶାନ୍ତ ପାଢ଼ୀ, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ

ଲୋକପ୍ରିୟତା ମିଳୁଛି, କିନ୍ତୁ ରିଲ୍ସ ଗୀତ ନିର୍ଦ୍ଦିଷ୍ଟ ସମୟସୀମାରେ ରହିଯାଉଛି
ସଙ୍ଗୀତର କିଛି ଭାଷାଗତ ପ୍ରତିବନ୍ଧକ ନ ଥାଏ। ଓଡ଼ିଆ ଗୀତର ସକ୍ଷମତା ସେତିକି ଅଛି ଯେ, ତାହା ଅନ୍ତର୍ଜାତୀୟ ସ୍ତରରେ ଶ୍ରୋତାଙ୍କୁ ବାନ୍ଧି ରଖିପାରିବ। ଇନ୍‌ଷ୍ଟାଗ୍ରାମରେ ଲାର୍ଜର ଅଡିଏନ୍ସ ରହୁଥିବାରୁ ଯେଉଁଗୀତ ଭଲ ଲାଗୁଛି, ତାହା ବାହାରେ ଭଲ ଲୋକପ୍ରିୟତା ପାଇପାରୁଛି। ମୋର ମଧ୍ୟ ବ୍ୟକ୍ତିଗତ ଅନୁଭବ କି ମୋତେ ଇନ୍‌ଷ୍ଟାଗ୍ରାମ ହିଁ ଗୋଟେ ପ୍ଲାଟଫର୍ମ ଦେଲା, ଯେଉଁଥିପାଇଁ ଆଜି ଶ୍ରୋତାଙ୍କୁ ମୋ ଗୀତ ଶୁଣାଇବାର ସୁଯୋଗ ପାଇପାରିଲି। ସାମାଜିକ ଗଣମାଧ୍ୟମ ହିଁ ଆଜି ଲୋକଙ୍କ ପାଖରେ ମୋତେ ପହଞ୍ଚାଇଛି। ଗୋଟେ କ୍ରିଏଟର୍‌ ସବୁବେଳେ ଚାହେଁ, ତା’ର କାମକୁ ପରିଶ୍ରମ ଅନୁସାରେ ଫଳ ମିଳୁ। ମାତ୍ର ରିଲ୍ସ ଦ୍ୱାରା ଅନେକ ସମୟରେ ଗୀତଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରହିଯାଉଛି।
– ମ୍ରିଣ୍ମୟ ମନୋରଞ୍ଜନ ସୁନ୍ଦରରାୟ, କଣ୍ଠଶିଳ୍ପୀ
ଭବିଷ୍ୟତରେ ବଡ଼ ସମସ୍ୟା ଉପୁଜିପାରେ
ଯୁଗ ସହ ବଦଳୁଛି ସଙ୍ଗୀତ ଦୁନିଆ। ସୋସିଆଲ ମିଡିଆ ଆସିବା ପରେ ମ୍ୟୁଜିକର ଅନେକ ପରିବର୍ତ୍ତନ ଆସିଛି। ଏବେ ଶ୍ରୋତାଙ୍କ ପାଖେ ଗୀତ ପହଞ୍ଚାଇବା ବହୁତ ସହଜ ହୋଇଯାଇଛି। ଅନେକ ନୂଆ ପିଲା ସୁଯୋଗ ପାଉଛନ୍ତି। ଏଥିସହ ଯେଉଁ ଓଡ଼ିଆ ଗୀତ ରିଲ୍ସରେ ପପୁଲାର ହୋଇଯାଉଛି, ଶ୍ରୋତା ତା’ର ୟୁଟ୍ୟୁବ୍‌ ଲିଙ୍କକୁ ଯାଇ ବହୁତ ଭଲ ପାଇବା ଦେଉଛନ୍ତି। କିନ୍ତୁ ଏହା ଦ୍ୱାରା ଗୀତିକାରଙ୍କ ଉପରେ ପ୍ରଭାବ ପଡୁଛି। ଏଥିସହ ପ୍ରଯୋଜକ ବା ନିର୍ଦ୍ଦେଶକଙ୍କୁ ସେମିତି ଗୀତ ଅର୍ଡର ଆସୁଛି, ଯାହା ଭାଇରାଲ ହୋଇପାରୁଥିବ। ଫଳରେ ଭଲ ଗୀତଗୁଡ଼ିକର ଚାହିଦା କମିଯାଉଛି। ଏହା ଭବିଷ୍ୟତରେ ଏକ ବଡ଼ ସମସ୍ୟା ସାଜିପାରେ।
– ସ୍ଥିତ ପଟ୍ଟନାୟକ, ଗୀତିକାର

– ରିପୋର୍ଟ: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ନିଷ୍ପତ୍ତି: ଓଟଙ୍କୁ ମିଳିବ ପାସପୋର୍ଟ

ରିଆଦ୍‌,୬ା୨:ଓଟଙ୍କୁ ନେଇ ସାଉଦି ଆରବ ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ସାରା ଙ୍କ ପକ୍ଷରୁ ପାସ୍‌ପୋର୍ଟ ଦିଆଯିବ। ପାରମ୍ପରିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ସାଉଦି…

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri