ଆଜି ବିଶ୍ୱ ନାଟକ ଦିବସ: ଓଡ଼ିଆ ନାଟକର ବିଶ୍ୱସ୍ତରୀୟ ସ୍ବପ୍ନ

ଯେବେ ଆମେ ନାଟକର କଥା କହୁ, ଆଖି ସାମ୍ନାକୁ ଚାଲିଆସନ୍ତି ବିଭିନ୍ନ ଚରିତ୍ର। ଯେଉଁମାନଙ୍କ ସହ ଯୋଡ଼ି ହୋଇ ରହିଥାଏ ସମାଜର ପ୍ରତିଫଳନ। ସାମାଜିକ କଥା କୁହ କି ରାଜନୈତିକ, ପାରିବାରିକ, ଅର୍ଥନୈତିକ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ କଥା, ସବୁକିଛିକୁ ବ୍ୟକ୍ତକରେ ନାଟକ। ନାଟକ ଓଡ଼ିଶାର କାହାଣୀ କୁହେ, ସଂସ୍କୃତିର ଗାଥା ଗାଏ। ଇତିହାସଠୁ ନେଇ ବର୍ତ୍ତମାନର ଚିତ୍ର ସବୁକୁ ଚରିତ୍ର ମାଧ୍ୟମରେ ଉପସ୍ଥାପିତ କରେ। ଏକ ପରିମାର୍ଜିତ ହେଉ ବା କଳୁଷିତ ଛବିକୁ ଆଖି ଆଗକୁ ଆଣିଦିଏ। କେତେବେଳେ ହସାଏ ଆଉ କେତେବେଳେ କନ୍ଦାଏ। କିନ୍ତୁ ସବୁବେଳେ ଆପଣାର କରିନିଏ। ବିଭିନ୍ନ ସୋପାନ ଦେଇ ନାଟକ ଆଜି ଏକ ଭିନ୍ନ ମୋଡ଼ ନେଇଛି। କିଏ ଏହାର ମାନ କମି ଯାଉଛି ବୋଲି କହୁଛି ତ’ ଆଉ କିଏ ନାଟକର ପ୍ରଚାରପ୍ରସାର ପାଇଁ ନିଜକୁ ସମର୍ପି ଦେଇଛନ୍ତି। ତେବେ ଓଡ଼ିଆ ନାଟକର ମାନ, ଗ୍ରହଣୀୟତା ବୃଦ୍ଧି କରି ଏହାକୁ ବିଶ୍ୱସ୍ତରୀୟ କରିବା ଏବେକାର ଆହ୍ବାନ ହୋଇଛି। ସୋମବାର ବିଶ୍ୱ ନାଟ୍ୟ ଦିବସ ଅବସରରେ ଓଡ଼ିଆ ନାଟକକୁ ବିଶ୍ୱସ୍ତରୀୟ କରିବା ପାଇଁ ସ୍ବପ୍ନ ଦେଖୁଥିବା ବିଶିଷ୍ଟ ନାଟ୍ୟକାରଙ୍କ ମତ ଓ ପ୍ରସ୍ତାବକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।

ପ୍ରେକ୍ଷାଳୟ ଭଡ଼ାରେ ୫୦% ରିହାତି, ରିହର୍ସାଲ ପାଇଁ ସ୍ବତନ୍ତ୍ର କୋଠରି ରହୁ
ନାଟକ ପରିବେଷଣ କ୍ଷେତ୍ରରେ ପ୍ରେକ୍ଷାଳୟର ବଡ଼ ଭୂମିକା ରହିଛି। ୨୦୦୬ରୁ ୨୦୨୦ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଥିବା ନାଟକ ମଞ୍ଚଗୁଡ଼ିକୁ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯାଉଥିଲା। କୋଭିଡ୍‌ ପରେ ପୁନଃ ୧୦୦ ପ୍ରତିଶତ ଭଡ଼ା ଦେଇ ଆମେ ନାଟକ କରୁଛୁ। ଏବେ ସବୁ ସ୍ବାଭାବିକ ହେଲାଣି। ସଂସ୍କୃତି ବିଭାଗ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ ଏହି ବ୍ୟବସ୍ଥା ପୁଣି ଲାଗୁ କରାଯାଉ। ସେହିପରି ରାଜ୍ୟରେ ନାଟକ ପରିବେଷଣ ହେଉଥିବା ପ୍ରେକ୍ଷାଳୟ ସଂଖ୍ୟା ବହୁତ କମ୍‌। ରାଜଧାନୀରେ ଅଧିକାଂଶ ନାଟକ ରବୀନ୍ଦ୍ର ମଣ୍ଡପ ନ ହଲେ ଭଞ୍ଜକଳା ମଣ୍ଡପରେ ହେଉଛି। ନାଟ୍ୟ କାର୍ଯ୍ୟକ୍ରମ ଲାଗି ଲାଗି ରହୁଥିବାରୁ ରିହର୍ସାଲ ପାଇଁ ଆମକୁ ବାରଦୁଆର ହେବାକୁ ପଡୁଛି। ତାହା ପୁଣି ଅଧିକ ଦାମ୍‌, ଜାଗା କମ୍‌। ଫଳରେ ଠିକ ଭାବେ ରିହର୍ସାଲ ହୋଇପାରୁନି ଓ ନାଟକର ମାନବୃଦ୍ଧି ବାଧାପ୍ରାପ୍ତ ହେଉଛି। ତେଣୁ ରିହର୍ସାଲ ପାଇଁ ଭଞ୍ଜକଳା ମଣ୍ଡପ ଭଳି କିଛି କୋଠରି କିମ୍ବା ସ୍ବତନ୍ତ୍ର ମଣ୍ଡପ କରାଗଲେ ଏହା ନାଟକ ଦିଗରେ ଏକ ଭଲ ପଦକ୍ଷେପ ହୁଅନ୍ତା। ପୁଣି ଏଥିପାଇଁ ସ୍ବଳ୍ପ ଭଡ଼ା, ଯେମିତି କି ପାଣି ଓ ବିଦ୍ୟତ୍‌ ବିଲ୍‌ ଘଣ୍ଟାକୁ ନିର୍ଦ୍ଦିଷ୍ଟ ମୂଲ୍ୟ ଧାର୍ଯ୍ୟ କଲେ ଏହା ନାଟକ ପାଇଁ ବଡ଼ ପ୍ରୋତ୍ସାହନ ହେବ।
– ନାଟ୍ୟକାର ମନୋଜ ପଟ୍ଟନାୟକ

ବିଜ୍ଞାପନ କି ପ୍ରୋତ୍ସାହନର
ବ୍ୟବସ୍ଥା ନାହିଁ
ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର କରିବାରେ ନାଟକ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଭାଷା, ସାହିତ୍ୟଠୁ ନେଇ ସବୁ ଦିଗରେ ଓଡ଼ିଶାକୁ ବିଶ୍ୱସ୍ତରରେ ପହଞ୍ଚାଇବାର କ୍ଷମତା ନାଟକର ରହିଛି। କିନ୍ତୁ ନାଟକର ଗୁରୁତ୍ୱକୁ ସରକାର ବା ସଂସ୍କୃତି ବିଭାଗ ପକ୍ଷରୁ ଚିନ୍ତା କରାଯାଉଥିବା କାହିଁ ଜଣାପଡୁନି। ନୃତ୍ୟ, ସଙ୍ଗୀତ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ଓ ବିଜ୍ଞାପନ ବ୍ୟବସ୍ଥା କରାଯାଉଛି, କିନ୍ତୁ ନାଟକ କ୍ଷେତ୍ରରେ କିଛି ନାହିଁ। ନିଜ ଉଦ୍ୟମରେ ଯିଏ ଯାହା କରୁଛି। ବହୁ କଷ୍ଟରେ ନାଟକ ପ୍ରସ୍ତୁତ କରାଯାଉଛି। ପ୍ରତି ମାସରେ ନାଟ୍ୟଧାରା ପକ୍ଷରୁ ନାଟକ କରାଯାଉଛି। ରବୀନ୍ଦ୍ର ମଣ୍ଡପରେ ହେଲେ ୨୫ହଜାର ଓ ଭଞ୍ଜକଳା ମଣ୍ଡପରେ ହେଲେ ୨୦ହଜାର ଖର୍ଚ୍ଚ ହେଉଛି। ସେତିକିରେ ନାଟକ କଥା ସରିଲା। ଏହା ଛଡା ନାଟକର ପ୍ରଚାର ପ୍ରସାର ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ବିଭାଗ ଓ ସରକାରଙ୍କ ପକ୍ଷରୁ ଏହା କରାଯିବ ଉଚିତ। ପ୍ରୋତ୍ସାହନ ଓ ଅନୁକମ୍ପା ମିଳିଲେ ନାଟକର ବିକାଶ ହେବା ସହ ନାଟ୍ୟକାରମାନେ ଭଲ ନାଟକ ପ୍ରସ୍ତୁତ କରି ପାରନ୍ତେ।
– ନାଟ୍ୟକାର ଧୀରେନ୍ଦ୍ର ମଲ୍ଲିକ

ଶୃଙ୍ଖଳିତ ପ୍ରେକ୍ଷାଳୟ,
ସିଟ୍‌ ନମ୍ବରିଂ କରାଯାଉ
ସମକାଳୀନ ନାଟକ ପ୍ରସ୍ତୁତ କରାଯାଉ। କଳାକାରଙ୍କୁ ଉଚିତ୍‌ ପ୍ରଶିକ୍ଷଣ ଦିଆଯାଉ। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ଆଗ ଆବଶ୍ୟକ। ନୂଆ ଯୁବପିଢ଼ି ଏବେ ନାଟକକୁ ଆସୁଛନ୍ତି। ନିଜେ ସଶକ୍ତ ହେଲେ ପ୍ରୋତ୍ସାହନ ପାଇଁ ଆଉ କାହା ପାଖକୁ ଯିବାକୁ ପଡିବନି। ଏବେ ଧୀରେ ଧୀରେ ଟିକେଟ କାଟି ଲୋକେ ନାଟକ ଦେଖିବା ଆରମ୍ଭ କଲେଣି। ସୁଯୋଗ ଆସିଛି ନିଜ ପାଇଁ ନିଜେ କିଛି କରିବାର। ଓଡ଼ିଆ ନାଟକ ପ୍ରାୟ ଓଡ଼ିଶାରେ ସୀମିତ ରହି ଯାଉଛି। କେତେଜଣ ନିଜ ଚେଷ୍ଟାରେ ଓଡ଼ିଆ ନାଟକକୁ ବାହାରେ ନେଇ ପ୍ରଦର୍ଶନ କରୁଛନ୍ତି। ଏହା ନିୟମିତ ହେଲେ ହିଁ ବାହାର ଲୋକ ଓଡ଼ିଆ ନାଟକ ବିଷୟରେ ଜାଣିପାରିବେ। ଏହାଛଡ଼ା ରବୀନ୍ଦ୍ର ମଣ୍ଡପ ହେଉ କି ରାଜ୍ୟରେ ଆଉ କେଉଁ ମଣ୍ଡପ ବା ପ୍ରେକ୍ଷାଳୟ କଥା କୁହ ସେଠାରେ ଶୃଙ୍ଖଳାର ଘୋର ଅଭାବ ରହିଛି। ମଣ୍ଡପରେ କେତୋଟି ସିଟ୍‌ ଅଛି ତାହା ଜଣା ପଡୁନାହିଁ। ଯାହାକୁ ନେଇ ଅନେକ ସମୟରେ ବିଶୃଙ୍ଖଳା ବି ହେଉଛି। ସିଟ୍‌ର ନମ୍ବରିଂ ହେଲେ ଟିକେଟ କାଟି ନାଟକ ଦେଖାଉଥିବା ନାଟ୍ୟକାର ଜାଣିପାରିବ ଆଉ କେତେ ସିଟ ବଳିଲା, କେତେ ପୂରଣ ହେଲା। ଦର୍ଶକମାନେ ମଧ୍ୟ ପସନ୍ଦ ମୁତାବକ ସିଟ୍‌ ବୁକ କରନ୍ତେ।
– ନାଟ୍ୟକାର ଅଭିନ୍ନ ରାଉତରାୟ

ଟିକେଟ କାଟି ନାଟକ ଦେଖିବାର ଧାରା ଆରମ୍ଭ ହେଲାଣି

ଲାଗୁଛି ନାଟକ କ୍ଷେତ୍ରରେ ଧୀରେ ଧୀରେ ପରିବର୍ତ୍ତନ ଆସୁଛି। ଦିନେ ମଣ୍ଡପଗୁଡ଼ିକରେ ଖାଲି ପଡ଼ୁଥିବା ସିଟ୍‌ଗୁଡ଼ିକ ଆଜି ଫୁଲ୍‌ ହେଉଛି। ଏମିତି ବି ହେଉଛି, ଦର୍ଶକଙ୍କୁ ସିଟ୍‌ ମିଳୁନି। ଟିକେଟ୍‌ କାଟି ନାଟକ ଦେଖିବାର ଧାରା ଏବେ ଆରମ୍ଭ ହୋଇଗଲାଣି। କେଉଁ ନାଟକ ଭଲ, କାହାକୁ ଟିକେଟ କିଣି ଲୋକେ ଦେଖିବେ, ସେ ନେଇ ନାଟ୍ୟକାରମାନେ ସଚେତନ ମଧ୍ୟ ହେଲେଣି। ସେଥିପାଇଁ ଟିକେଟ୍‌ ଶୋ ପରମ୍ପରା ଆସିଲାଣି। ନାଟକର ବିକାଶ କ୍ଷେତ୍ରରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଭୁବନେଶ୍ୱରର ଜୀବନରେଖା ଥିଏଟର ପକ୍ଷରୁ ସବୁବେଳେ ଟିକେଟ କାଟି ଦେଖିବାର ବ୍ୟବସ୍ଥା ଥାଏ। ମନନ ନାଟ୍ୟ ସଂସ୍ଥାର ନାଟ୍ୟ ମହୋତ୍ସବରେ ମଧ୍ୟ ଟିକେଟ ଶୋ’ ହୁଏ। ସେହିପରି ନିକଟରେ ନୀଳଶୈଳ, ନବକଳେବର ଓ ବୟସର ଅନ୍ତେ ଭଳି ନାଟକ ଟିକେଟ ଶୋ’ରେ ହାଉସ୍‌ଫୁଲ ହୋଇପାରିଥିଲା। ରାଜ୍ୟର ଅନ୍ୟସବୁ ସ୍ଥାନ ସମ୍ବଲପୁର, ପାରାଦୀପ, ବରଗଡ଼ ଆଦିଠାରେ ମଧ୍ୟ ଟିକେଟ କାଟି ଦର୍ଶକ ନାଟକ ଦେଖନ୍ତି। ଏହି ଧାରା ଆଗକୁ ଚାଲିଲେ ନାଟକ କ୍ଷେତ୍ରରେ ଏକ ନୂଆ ଆଶା ସଞ୍ଚାର ହେବ। ନାଟ୍ୟକାରମାନଙ୍କୁ ପ୍ରୋତ୍ସାହନ ମିଳିବା ସହ ନାଟକ ବଞ୍ଚତ୍ ରହିପାରିବ।

– ଉପସ୍ଥାପନା: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri