ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଓ୍ବାଶିଂଟନ,୫ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ହେବ। ଏଥିପାଇଁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ହେଉଛି। ବହୁ ଦଶନ୍ଧି ପରେ ହ୍ବାଇଟ୍‌ ହାଉସ୍‌ ପାଇଁ ଏହି ନିର୍ବାଚନରେ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା କୁହାଯାଇଛି। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ପ୍ରାର୍ଥୀ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ବିଶେଷକରି ଶେଷ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ଝୁଲା ରାଜ୍ୟଗୁଡ଼ିକରେ ଟ୍ରମ୍ପ୍‌ ଏବଂ ହାରିସ୍‌ ପ୍ରଚାର ଜାରି ରଖିଛନ୍ତି।

ଏହି ନିର୍ବାଚନ ଜିତିବାକୁ ହେଲେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ୍‌ର ଆବଶ୍ୟକତା ରହିଛି। ସଦ୍ୟ ଜନମତ ସର୍ଭେ ଅନୁଯାୟୀ, ୭ ପ୍ରମୁଖ ରାଜ୍ୟ ଆରିଜୋନା, ନେଭଡା, ଓ୍ବିସ୍‌କନ୍‌ସିନ, ମିଚିଗାନ, ପେନ୍‌ସିଲ୍‌ଭାନିଆ, ନର୍ଥ କରୋଲିନା ଏବଂ ଜର୍ଜିଆର ଫଳାଫଳ ନିର୍ଣ୍ଣାୟକ ଭୂମିକା ନେବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ କିନଷ୍ଟନ୍‌, ନର୍ଥ କରୋଲିନାରେ ରାଲି କରିବା ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଟାର୍ଗେଟ କରିଛନ୍ତି। ହାରିସ୍‌ଙ୍କର କୌଣସି ଦୂରଦୃଷ୍ଟି ଏବଂ ବିଚାରଧାରା ନଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ସେ କେବଳ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାଲୋଚନା କରୁଥିବା ଟ୍ରମ୍ପ୍‌ କହିଛନ୍ତି। ଅନ୍ୟପକ୍ଷରେ ଗାଜା ଯୁଦ୍ଧ ବନ୍ଦ କରିବା, ପଣବନ୍ଦୀଙ୍କୁ ଫେରାଇ ଆରିବା, ଇସ୍ରାଏଲ୍‌ର ସୁରକ୍ଷା ଏବଂ ପାଲେଷ୍ଟିନୀୟମାନଙ୍କୁ ମର୍ଯ୍ୟାଦାର ସହ ନିଜର ଭାଗ୍ୟ ନିର୍ଣ୍ଣୟ ଅଧିକାର ସୁନିଶ୍ଚିତ କରିବେ ବୋଲି ଡେମୋକ୍ରାଟ୍‌ ପ୍ରାର୍ଥୀ ହାରିସ୍‌ ପ୍ରତିଶ୍ରୁତି ଦେଇଛନ୍ତି।
ସୋମବାର ପ୍ରଚାରର ଶେଷ ଦିନରେ ଉଭୟ ଟ୍ରମ୍ପ୍‌ ଏବଂ ହାରିସ୍‌ ସମର୍ଥନ ହାସଲ ପାଇଁ ଦିନ ତମାମ ଉଦ୍ୟମ ଚଳାଇଥିଲେ। ଆମେରିକା ଇତିହାସରେ ପୂର୍ବେ କେବେ ଏଭଳି ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇ ନ ଥିଲା। ପ୍ରଚାର ବେଳେ ୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କୁ ୨ ଥର ହତ୍ୟା ଉଦ୍ୟମ

କରାଯାଇଥିଲା। ଟ୍ରମ୍ପ୍‌ ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯାହାଙ୍କୁ ଗମ୍ଭୀର ଅପରାଧ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ ଦଳୀୟ ଚାପ ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯିବା ପରେ ଜୁଲାଇରେ ୬୦ ବର୍ଷୀୟା ଉପରାଷ୍ଟ୍ରପତି ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କରିଥିଲା। ବିଳମ୍ବରେ ହେଲେ ମଧ୍ୟ ସେ ପ୍ରଚାରରେ ବେଶ୍‌ ଅଗ୍ରଗତି କରିଛନ୍ତି। ଜନମତ ସର୍ଭେ ଅନୁଯାୟୀ ଉଭୟ ହାରିସ୍‌ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ରଣାଙ୍ଗନ ରାଜ୍ୟଗୁଡ଼ିକରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି। ଇତିମଧ୍ୟରେ ୭୭ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିସାରିଥିବାବେଳେ ମଙ୍ଗଳବାରର ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ପୂର୍ବ ଦୁଇଟି ନିର୍ବାଚନରେ ଡେମୋକ୍ରାଟ ଏବଂ ରିପବ୍ଲିକାନ୍‌ ଭୋଟରମାନେ ଶହେ ବର୍ଷର ରେକର୍ଡ ଭାଙ୍ଗିଥିଲେ। ବହୁ ସଂଖ୍ୟାରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବ୍ୟାଟେଲଗ୍ରାଉଣ୍ଡ ରାଜ୍ୟଗୁଡ଼ିକରେ ହାରିସ୍‌ଙ୍କ ପ୍ରଚାର ଟିମ୍‌ ଘରକୁ ଘର ଯାଇ ପ୍ରଚାର କରିଥିଲେ। ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବା ଭୋଟର ବିଶେଷ କରି ମହିଳାମାନେ ହାରିସ୍‌ଙ୍କ ସମର୍ଥନରେ ବାହାରୁଥିବା ଆଭ୍ୟନ୍ତରୀଣ ତଥ୍ୟରୁ ଜଣାପଡ଼ିଛି ବୋଲି ତାଙ୍କ ପ୍ରଚାର କମିଟି ଅଧ୍ୟକ୍ଷ ଜେନ୍‌ ଓ’ମାଲି ଡିଲୋନ୍‌ କହିଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନର ଭୋଟିଂ ବ୍ୟବସ୍ଥାରେ ଜାଲିଆତି ହେବା ନେଇ ଟ୍ରମ୍ପ୍‌ ଆଶଙ୍କା ବ୍ୟକ୍ତ କରି ଭୋଟର ପରିଚୟ ପତ୍ରକୁ ବାଧ୍ୟତାମୂଳକ କରିବା ପାଇଁ ରବିବାର ଆହ୍ବାନ ଦେଇଥିଲେ। ଡେମୋକ୍ରାଟମାନେ ଭୋଟର ଆଇଡିକୁ ବିରୋଧ କରୁଥିବାରୁ ସେମାନେ ଜାଲିଆତି କରିପାରନ୍ତି ବୋଲି ଟ୍ରମ୍ପ୍‌ ଅଭିଯୋଗ କରିଥିଲେ। ମତଦାନକୁ ଆଉ କେଇ ଘଣ୍ଟା ବାକି ଥିବାବେଳେ ଟ୍ରମ୍ପ୍‌ ୨୦୨୦ ନିର୍ବାଚନର ତିକ୍ତ ଅନୁଭୂତିକୁ ମନେ ପକାଇଛନ୍ତି। ସେତେବେଳେ ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ଉଚିତ ନ ଥିଲା ବୋଲି କହିଛନ୍ତି। ଫଳରେ ମଙ୍ଗଳବାର ମତଦାନରେ ଯଦି ସେ ହାରିଯାଆନ୍ତି ତେବେ ଫଳାଫଳକୁ ଗ୍ରହଣ କରି ନ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri