ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଓ୍ବାଶିଂଟନ,୫ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ହେବ। ଏଥିପାଇଁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ହେଉଛି। ବହୁ ଦଶନ୍ଧି ପରେ ହ୍ବାଇଟ୍‌ ହାଉସ୍‌ ପାଇଁ ଏହି ନିର୍ବାଚନରେ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା କୁହାଯାଇଛି। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଉଭୟ ପ୍ରାର୍ଥୀ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ବିଶେଷକରି ଶେଷ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ଝୁଲା ରାଜ୍ୟଗୁଡ଼ିକରେ ଟ୍ରମ୍ପ୍‌ ଏବଂ ହାରିସ୍‌ ପ୍ରଚାର ଜାରି ରଖିଛନ୍ତି।

ଏହି ନିର୍ବାଚନ ଜିତିବାକୁ ହେଲେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ୍‌ର ଆବଶ୍ୟକତା ରହିଛି। ସଦ୍ୟ ଜନମତ ସର୍ଭେ ଅନୁଯାୟୀ, ୭ ପ୍ରମୁଖ ରାଜ୍ୟ ଆରିଜୋନା, ନେଭଡା, ଓ୍ବିସ୍‌କନ୍‌ସିନ, ମିଚିଗାନ, ପେନ୍‌ସିଲ୍‌ଭାନିଆ, ନର୍ଥ କରୋଲିନା ଏବଂ ଜର୍ଜିଆର ଫଳାଫଳ ନିର୍ଣ୍ଣାୟକ ଭୂମିକା ନେବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ କିନଷ୍ଟନ୍‌, ନର୍ଥ କରୋଲିନାରେ ରାଲି କରିବା ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଟାର୍ଗେଟ କରିଛନ୍ତି। ହାରିସ୍‌ଙ୍କର କୌଣସି ଦୂରଦୃଷ୍ଟି ଏବଂ ବିଚାରଧାରା ନଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ସେ କେବଳ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାଲୋଚନା କରୁଥିବା ଟ୍ରମ୍ପ୍‌ କହିଛନ୍ତି। ଅନ୍ୟପକ୍ଷରେ ଗାଜା ଯୁଦ୍ଧ ବନ୍ଦ କରିବା, ପଣବନ୍ଦୀଙ୍କୁ ଫେରାଇ ଆରିବା, ଇସ୍ରାଏଲ୍‌ର ସୁରକ୍ଷା ଏବଂ ପାଲେଷ୍ଟିନୀୟମାନଙ୍କୁ ମର୍ଯ୍ୟାଦାର ସହ ନିଜର ଭାଗ୍ୟ ନିର୍ଣ୍ଣୟ ଅଧିକାର ସୁନିଶ୍ଚିତ କରିବେ ବୋଲି ଡେମୋକ୍ରାଟ୍‌ ପ୍ରାର୍ଥୀ ହାରିସ୍‌ ପ୍ରତିଶ୍ରୁତି ଦେଇଛନ୍ତି।
ସୋମବାର ପ୍ରଚାରର ଶେଷ ଦିନରେ ଉଭୟ ଟ୍ରମ୍ପ୍‌ ଏବଂ ହାରିସ୍‌ ସମର୍ଥନ ହାସଲ ପାଇଁ ଦିନ ତମାମ ଉଦ୍ୟମ ଚଳାଇଥିଲେ। ଆମେରିକା ଇତିହାସରେ ପୂର୍ବେ କେବେ ଏଭଳି ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇ ନ ଥିଲା। ପ୍ରଚାର ବେଳେ ୭୮ ବର୍ଷୀୟ ଟ୍ରମ୍ପ୍‌ଙ୍କୁ ୨ ଥର ହତ୍ୟା ଉଦ୍ୟମ

କରାଯାଇଥିଲା। ଟ୍ରମ୍ପ୍‌ ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯାହାଙ୍କୁ ଗମ୍ଭୀର ଅପରାଧ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ ଦଳୀୟ ଚାପ ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯିବା ପରେ ଜୁଲାଇରେ ୬୦ ବର୍ଷୀୟା ଉପରାଷ୍ଟ୍ରପତି ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ କରିଥିଲା। ବିଳମ୍ବରେ ହେଲେ ମଧ୍ୟ ସେ ପ୍ରଚାରରେ ବେଶ୍‌ ଅଗ୍ରଗତି କରିଛନ୍ତି। ଜନମତ ସର୍ଭେ ଅନୁଯାୟୀ ଉଭୟ ହାରିସ୍‌ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ରଣାଙ୍ଗନ ରାଜ୍ୟଗୁଡ଼ିକରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହୋଇଛି। ଇତିମଧ୍ୟରେ ୭୭ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ମତଦାନ କରିସାରିଥିବାବେଳେ ମଙ୍ଗଳବାରର ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ପୂର୍ବ ଦୁଇଟି ନିର୍ବାଚନରେ ଡେମୋକ୍ରାଟ ଏବଂ ରିପବ୍ଲିକାନ୍‌ ଭୋଟରମାନେ ଶହେ ବର୍ଷର ରେକର୍ଡ ଭାଙ୍ଗିଥିଲେ। ବହୁ ସଂଖ୍ୟାରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବ୍ୟାଟେଲଗ୍ରାଉଣ୍ଡ ରାଜ୍ୟଗୁଡ଼ିକରେ ହାରିସ୍‌ଙ୍କ ପ୍ରଚାର ଟିମ୍‌ ଘରକୁ ଘର ଯାଇ ପ୍ରଚାର କରିଥିଲେ। ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନ ଥିବା ଭୋଟର ବିଶେଷ କରି ମହିଳାମାନେ ହାରିସ୍‌ଙ୍କ ସମର୍ଥନରେ ବାହାରୁଥିବା ଆଭ୍ୟନ୍ତରୀଣ ତଥ୍ୟରୁ ଜଣାପଡ଼ିଛି ବୋଲି ତାଙ୍କ ପ୍ରଚାର କମିଟି ଅଧ୍ୟକ୍ଷ ଜେନ୍‌ ଓ’ମାଲି ଡିଲୋନ୍‌ କହିଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନର ଭୋଟିଂ ବ୍ୟବସ୍ଥାରେ ଜାଲିଆତି ହେବା ନେଇ ଟ୍ରମ୍ପ୍‌ ଆଶଙ୍କା ବ୍ୟକ୍ତ କରି ଭୋଟର ପରିଚୟ ପତ୍ରକୁ ବାଧ୍ୟତାମୂଳକ କରିବା ପାଇଁ ରବିବାର ଆହ୍ବାନ ଦେଇଥିଲେ। ଡେମୋକ୍ରାଟମାନେ ଭୋଟର ଆଇଡିକୁ ବିରୋଧ କରୁଥିବାରୁ ସେମାନେ ଜାଲିଆତି କରିପାରନ୍ତି ବୋଲି ଟ୍ରମ୍ପ୍‌ ଅଭିଯୋଗ କରିଥିଲେ। ମତଦାନକୁ ଆଉ କେଇ ଘଣ୍ଟା ବାକି ଥିବାବେଳେ ଟ୍ରମ୍ପ୍‌ ୨୦୨୦ ନିର୍ବାଚନର ତିକ୍ତ ଅନୁଭୂତିକୁ ମନେ ପକାଇଛନ୍ତି। ସେତେବେଳେ ସେ ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ଉଚିତ ନ ଥିଲା ବୋଲି କହିଛନ୍ତି। ଫଳରେ ମଙ୍ଗଳବାର ମତଦାନରେ ଯଦି ସେ ହାରିଯାଆନ୍ତି ତେବେ ଫଳାଫଳକୁ ଗ୍ରହଣ କରି ନ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri