ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ: ଏଣିକି ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଥିବାବେଳେ ସୋମବାରଠାରୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ। ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଏହି ପର୍ଯ୍ୟାୟରେ ଟିକା ପ୍ରଦାନ କରାଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣ ଗତ ୧ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଟିକା ଅଭାବରୁ ଏହା ହୋଇ ପାରି ନ ଥିଲା। ଏଥିପାଇଁ ରାଜ୍ୟ ସରକାର ଭାରତ ବାୟୋଟେକ୍‌ଠାରୁ ୧୦.୩୪ ଲକ୍ଷ ଡୋଜ୍‌ କୋଭାକ୍ସିନ ଓ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ୩୭୭ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା କିଣିବାକୁ ଅର୍ଡର ଦେଇଥିଲେ। ଇତିମଧ୍ୟରେ ଓଡ଼ିଶାକୁ ୧,୪୯,୯୦୦ ଡୋଜ୍‌ କୋଭାକ୍ସିନ ଟିକା ଆସି ପହଞ୍ଚତ୍ଥିବାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି। କିନ୍ତୁ ଏହା କେବଳ ରାଜଧାନୀ ଭୁବନେଶ୍ୱରରେ ଚାଲିବ। ଏଥିପାଇଁ ଶନିବାର ନୟାପଲ୍ଲୀରେ ଡ୍ରାଏ ରନ୍‌ ହୋଇଥିଲା। ତେବେ କୋଭିଶିଲ୍ଡ ଟିକା ଆସିବା ପରେ ରାଜ୍ୟର ଅନ୍ୟସବୁ ଅଞ୍ଚଳରେ ଆରମ୍ଭ ହେବ। ସେପଟେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଗୁଆ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିପାଇଁ ଶନିବାର ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। କୋୱିନ୍‌ ପୋର୍ଟାଲ, ଆରୋଗ୍ୟ ସେତୁ ଆପ୍‌ରେ ହିତାଧିକାରୀମାନେ ନାମ ପଞ୍ଜୀକରଣ କରିପାରିବେ। ଯଦି କେହି ବିନା ପଞ୍ଜୀକରଣରେ ଆସନ୍ତି ତେବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ଟିକା ଦିଆଯିବ ନାହିଁ।
ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୫୮,୫୭,୬୨୮ ଡୋଜ୍‌ ଟିକା ଦିଆଯାଇଛି। ଏଥିମଧ୍ୟରେ ୫,୯୭,୯୯୨ ଡୋଜ୍‌ ସ୍ବାସ୍ଥ୍ୟକର୍ମୀଙ୍କୁ, ୩,୭୬,୯୦୬ ଡୋଜ୍‌ ସମ୍ମୁଖ ଯୋଦ୍ଧାଙ୍କୁ ଏବଂ ୪୮,୮୨,୬୩୪ ଡୋଜ୍‌ ୪୫ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ସରକାର ଦେଇଥିବା ୪୬,୨୨୦ ଡୋଜ୍‌ କୋଭିଶିଲ୍ଡ ଟିକା ଥିବାବେଳେ ୩,୨୧,୬୩୦ ଡୋଜ୍‌ କୋଭାକ୍ସିନ ଟିକା ରହିଛି। ସେହିଭଳି ରାଜ୍ୟ ସରକାର କିଣିଥିବା ୧,୪୯,୯୦୦ ଡୋଜ୍‌ କୋଭାକ୍ସିନ ଟିକା ମଧ୍ୟ ମହଜୁଦ ଅଛି। ଟିକା ଅଭାବ ଯୋଗୁ ବିଭିନ୍ନ ଜିଲାରେ ଟିକାକରଣକୁ ବନ୍ଦ କରିଦିଆଯାଇଥିଲା। ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆବଶ୍ୟକ ଟିକା ରାଜ୍ୟ ସରକାର ସମ୍ପୂର୍ଣ୍ଣ କିଣିବେ। କିନ୍ତୁ ଟିକା ପ୍ରଦାନକାରୀ କମ୍ପାନୀ ଠିକ୍‌ ସମୟରେ ଟିକା ଯୋଗାଣ ନ କଲେ ଟିକାକରଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri