ଆଜି ସୂର୍ଯ୍ୟକିରଣ ଏୟାର ଶୋ

ଭୁବନେଶ୍ୱର(ବ୍ୟୁରୋ)/ବାରଙ୍ଗ,୧୫।୯ (ଡି.ଏନ୍‌.ଏ.): ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭୁବନେଶ୍ୱର ଜରିପାଟଣାସ୍ଥିତ ବାଲିଯାତ୍ରା ପଡ଼ିଆର କୁଆଖାଇ ନଦୀପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ଶୋ’ ଶୁକ୍ରବାର ଅନୁଷ୍ଠିତ ହେବ। ଏ ନେଇ ଗୁରୁବାର କୁଆଖାଇ ନଦୀପଠାରେ ବାୟୁସେନାର ୯ଟି ଲଢୁଆ ବିମାନ ଏୟାର ଶୋ’ ପାଇଁ ରିହର୍ସାଲ କରିଥିଲେ। ଏଥିସହ ଶୃଙ୍ଖଳିତ ଏୟାର ଶୋ’ ପାଇଁ କମିଶନରେଟ ପୋଲିସ, ଭାରତୀୟ ବାୟୁସେନା ପକ୍ଷରୁ ବାଲିଯାତ୍ରା ପଡ଼ିଆ ସମେତ ଆଖପାଖ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଭାରତୀୟ ବାୟୁସେନାର ଲଢୁଆ ବିମାନର ଶକ୍ତି ସହ ଏଥିପ୍ରତି ଲୋକଙ୍କ ଥିବା ଦୃଢ଼ ବିଶ୍ୱାସ ଏବଂ ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ ଏହି ଶୋ’ କରାଯାଉଛି। ତେବେ ଏଥିପାଇଁ ବାୟୁସେନା ପକ୍ଷରୁ ୧୧ଟି ଲଢ଼ୁଆ ହକ୍‌ ବିମାନକୁ କର୍ନାଟକର ବିଦାରରୁ ଅଣାଯାଇଛି। ଏପରିକି ବାୟୁସେନାର ଏକ ସ୍ବତନ୍ତ୍ର ଟିମ୍‌ ଆବଶ୍ୟକ ସାମଗ୍ରୀ ଆଣି ବିମାନ ଏଏନ୍‌-୩୨ରେ ଭୁବନେଶ୍ବରରେ ବୁଧବାର ପହଞ୍ଚତ୍ଥିଲେ।
ଭୁବନେଶ୍ୱରରେ ଏହି ଶୋ’ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବାରୁ ଏହାକୁ ନେଇ ଲୋକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ବୁଧବାର ଦୁଇଟି ହକ୍‌ ବିମାନ ବାଲିଯାତ୍ରା ପଡ଼ିଆ ଉପରେ ବୁଲି ମ୍ୟାପିଂ ଓ ଚେକିଂ କରି ଫେରିଥିଲେ। ଗୁରୁବାର ବାୟୁସେନା ପକ୍ଷରୁ ଫୁଲ ଡ୍ରେସ୍‌ ରିହର୍ସାଲ ହୋଇଥିଲା। ଏହି ରିହର୍ସାଲ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ବାୟୁସେନାର ୯ଟି ହକ୍‌ ବିମାନ ସାମିଲ ହୋଇ ବିଭିନ୍ନ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରିଥିଲେ। ଏଥିସହ ସୈନିକ ସ୍କୁଲର ଏଏନ୍‌ସିସି କ୍ୟାଡେଟ୍‌, ବିଭିନ୍ନ ସ୍କୁଲର ସ୍କାଉଟ୍ସ ଆଣ୍ଡ ଗାଇଡ୍ସର ଛାତ୍ରୀଛାତ୍ରମାନେ ମଧ୍ୟ ପୋଲିସକୁ ସହାୟତା କରିଥିଲେ। ବିଶେଷକରି ଆରୋହେଡ୍‌ ଫର୍ମେଶନ, ଡାଇମଣ୍ଡ ଫର୍ମେଶନ, ସୂର୍ଯ୍ୟକିରଣ ଫର୍ମେଶନ ଆଦି କୌଶଳ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ତେବେ ଏହି ଶୋ’କୁ ଗ୍ରୁପ କ୍ୟାପଟେନ ଜି.ଏସ୍‌.ଝେଲନ ଲିଡ୍‌ କରୁଥିବା ସୂଚନା ମିଳିଛି। ଏହି ଏୟାର ଶୋ’ରେ ବାୟୁସେନାର ବୀର ଯବାନମାନେ ଭୂମିଠାରୁ ପାଖାପାଖି ୫ଶହ ଫୁଟ ଊର୍ଦ୍ଧ୍ୱରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୧୬୦୦ କିମି ବେଗରେ କୌଶଳ ପ୍ରଦର୍ଶନ କରିଥିଲେ। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଏହି ଏରୋବାଟିକ ଶୋ’ ଆରମ୍ଭ ହେବ। ତେବେ ଶୁକ୍ରବାର ମୋଟରେ ୧୧ଟି ବିମାନ ଆସିବାକୁ ଥିବାବେଳେ ସେଥିମଧ୍ୟରୁ ୯ଟି ପ୍ରଦର୍ଶନ କରିବେ ଏବଂ ଅନ୍ୟ ୨ଟି ବିମାନକୁ ଷ୍ଟାଣ୍ଡବାଏରେ ରଖାଯିବ। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ୨୫ ମିନିଟ୍‌ ଧରି ଏହି ଶୋ ଚାଲିବ। ଏହି ଶୋ’କୁ ଦେଖିବା ପାଇଁ ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ଭିଭିଆଇପି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବାକୁ ଥିବାବେଳେ ୧୨ଶହରୁ ଊର୍ଦ୍ଧ୍ୱ ଲୋକ ବସି ଦେଖିବାର ବ୍ୟବସ୍ଥା ହୋଇଛି। ଏଥିସହ ୫୦ ହଜାରରୁ ଊଦ୍ଧର୍‌ବ ଲୋକଙ୍କ ସମାଗମ ନେଇ ପ୍ରଶାସନ ପକ୍ଷରୁ କୁଆଖାଇର ଉଭୟ ପାର୍ଶ୍ୱରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ନେଇ ଡିସିପି ପ୍ରତୀକ ସିଂ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି, ସୂର୍ଯ୍ୟକିରଣ ଶୋ’ ଦେଖିବାକୁ ଆସିବାକୁ ଥିବା ସମସ୍ତଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାସ୍ତାରୁ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ କରି ପାର୍କିଂ, କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ୍ରାଫ୍‌ ଟିମ ଓ ସ୍ପେଶାଲ ଟିମ୍‌ ରଖାଯାଇଛି। ସୁରକ୍ଷା ପାଇଁ ୪୫ ସେକ୍ସନ୍‌ ଫୋର୍ସ, ୩ଜଣ ଅତିରିକ୍ତ ଡିସିପି, ୯ ଏସିପି, ୨୧ ଇନ୍‌ସ୍ପେକ୍ଟର/ସୁବେଦାର, ୫୦ ଏସ୍‌ଆଇ/ଏଏସ୍‌ଆଇ, ୧୦୦ ହୋମଗାର୍ଡ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି। ଏପରିକି ନଦୀର ଉଭୟ ପାର୍ଶ୍ୱରେ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି ବୋଲି ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri