ଦିବ୍ୟ କୃପା ଲାଭରୁ ବଞ୍ଚିିତ ହେବେ ଶ୍ରଦ୍ଧାଳୁ

ପୁରୀ ଅଫିସ,୩୦।୬: ଆଷାଢ ଶୁକ୍ଳ ଦ୍ୱିତୀୟାଠାରୁ ଆରମ୍ଭ ହୋଇଥିବା ଶୀଗୁଣ୍ଡିଚା ଯାତ୍ରାର ଅଷ୍ଟମ ଦିବସ ତଥା ନବମୀ ତିଥିରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଥାଏ। ଯିବା ଦିନ ଓ ଆସିବା ଦିନକୁ ଛାଡ଼ି ଏକ ସପ୍ତାହ ପର୍ଯ୍ୟନ୍ତ ଠାକୁରମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରିଥାନ୍ତି। ମହାପ୍ରଭୁ ଆଡ଼ପ ମଣ୍ଡପରେ ଅବସ୍ଥାନ କରୁଥିବା ସମୟରେ ଯେଉଁ ଭକ୍ତ ତାଙ୍କୁ ଗୋଟିଏ ଦିନ ଦର୍ଶନ କରନ୍ତି ସେମାନେ ନୀଳାଦ୍ରିରେ ୧୦ ବର୍ଷ ଦର୍ଶନ କରିବାର ପୁଣ୍ୟଫଳ ଲାଭ କରନ୍ତି ଓ ଦିନରେ ଦର୍ଶନ କରିବା ଅପେକ୍ଷା ରାତିରେ ଦର୍ଶନ କଲେ ଦଶଗୁଣ ଫଳପ୍ରାପ୍ତି ହୁଅନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଆଡ଼ପ ମଣ୍ଡପରେ ଦାରୁଦିଅଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରତୀକ୍ଷା ରହିଥାଏ। ମଙ୍ଗଳବାର ହେଉଛି ନବମୀ ସନ୍ଧ୍ୟା ଦର୍ଶନ। ହେଲେ ଏଥର ଭକ୍ତଙ୍କୁ ଏହି ଦିବ୍ୟ ଦର୍ଶନର ସୁଯୋଗ ମିଳିବ ନାହିଁ। ଭକ୍ତ-ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି କରୋନା। ତେଣୁ ଦିବ୍ୟ କୃପା ଲାଭର ମହାର୍ଘ ଅବସରରୁ ଶ୍ରଦ୍ଧାଳୁ ବଞ୍ଚିିତହେବେ।
ସନ୍ଧ୍ୟା ଦର୍ଶନର ବିଶେଷ ମହତ୍ତ୍ବ ରହିଛି। ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ସନ୍ଧ୍ୟା କାଳ ହେଉଛି ଭଗବାନଙ୍କୁ ଉପାସନା କରିବାର ପ୍ରକୃଷ୍ଟ ସମୟ। ବୈଦିକ ପରମ୍ପରା ଅନୁଯାୟୀ, ଆର୍ଯ୍ୟ ଋଷିଗଣ ପ୍ରତ୍ୟହ ତ୍ରିକାଳ ସନ୍ଧ୍ୟାରେ ଈଶ୍ୱରଙ୍କୁ ଆରାଧନା କରିଥାନ୍ତି। ଆଡ଼ପ ମଣ୍ଡପରେ ଏକ ସପ୍ତାହ ଧରି ଠାକୁରମାନେ ଅବସ୍ଥାନ କରୁଥିବା ବେଳେ ନବମୀ ସନ୍ଧ୍ୟାର ବିଶେଷ ଗୁରୁତ୍ୱ ରହିଛି। ଏହି ସନ୍ଧ୍ୟା ହେଉଛି ଦାରୁବିଗ୍ରହମାନଙ୍କର ଆଡ଼ପ ମଣ୍ଡପ ଅବସ୍ଥାନର ଅନ୍ତିମ ସନ୍ଧ୍ୟା। ଏହି ସନ୍ଧ୍ୟାର ପୁଣ୍ୟ ଅବସରରେ ଜନ୍ମମାଟିରେ ସମାଗତ ପ୍ରିୟ ଭକ୍ତଗଣଙ୍କୁ ଶେଷ ଦର୍ଶନ ଦେଇ ସେମାନଙ୍କୁ ଭାବ ଅନୁସାରେ ଫଳ ପ୍ରଦାନ କରିଥାନ୍ତି ମହାପ୍ରଭୁ। ସ୍କନ୍ଦ ପୁରାଣରେ କୁହାଯାଇଛି- ଶ୍ରୀଜଗନ୍ନାଥ ମହାପ୍ରଭୁ ଆଡ଼ପମଣ୍ଡପରେ ଯେଉଁ ସାତଦିନ ଅବସ୍ଥାନ କରନ୍ତି ସେହି ସମୟରେ ପୂର୍ବ ଦିବସର କାର୍ଯ୍ୟଠାରୁ ପର ଦିବସର କାର୍ଯ୍ୟ ଉତ୍ତରୋତ୍ତର ଶ୍ରେୟସ୍କର। ତଦନୁଯାୟୀ, ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଅବସ୍ଥାନର ପ୍ରଥମ ଦିବସଠାରୁ କ୍ରମରେ ଅନ୍ତିମ ଦିବସ ପର୍ଯ୍ୟନ୍ତ ଉପାସନା ଉତ୍ତରୋତ୍ତର ଶ୍ରେୟସ୍କର। ଏଣୁ ଅନ୍ତିମ ଦିବସରେ ଅନୁଷ୍ଠିତ ନବମୀ ସନ୍ଧ୍ୟା ଦର୍ଶନ ବାସ୍ତବିକ ବିଶେଷ ମହତ୍ତ୍ବ ବହନ କରିଥାଏ। ଏହିଦିନ ବହୁସଂଖ୍ୟକ ଭକ୍ତ ସନ୍ଧ୍ୟା କାଳରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଭକ୍ତିର ସହିତ ପ୍ରଦୀପ ପ୍ରଜ୍ୱଳନ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ ସାରି ବ୍ରାହ୍ମଣମାନଙ୍କୁ ଶ୍ରୀମହାପ୍ରସାଦରେ ଆପ୍ୟାୟିତ କରିଥାନ୍ତି। ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜନ୍ମଭୂମିରେ ପ୍ରିୟ ଭକ୍ତଗଣଙ୍କୁ ଶେଷ ସନ୍ଧ୍ୟାରେ ଦର୍ଶନ ଦେଇ ସମସ୍ତ ମନୋବାଞ୍ଛିତ ଫଳ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଆଷାଢ ଶୁକ୍ଳ ନବମୀ ସନ୍ଧ୍ୟା ଦର୍ଶନ ହେଉଛି ପରମ କୃପାମୟ ଭକ୍ତବତ୍ସଳ ଶ୍ରୀଜଗନ୍ନାଥଙ୍କଠାରୁ ଦିବ୍ୟ କୃପା ଲାଭ କରିବାର ଏକ ମହାର୍ଘ ଅବସର। କିନ୍ତୁ ମହାମାରୀ କରୋନା ପାଇଁ ଶ୍ରଦ୍ଧାଳୁ ଏ ବର୍ଷ ସନ୍ଧ୍ୟା ଦର୍ଶନରୁବଞ୍ଚିିତ ହେବେ।

ସନ୍ଧ୍ୟା ଦର୍ଶନ ନୀତି ନିର୍ଘଣ୍ଟ

ଦ୍ୱାର ଫିଟା ସୋମବାର ରାତି ୨ଟା, ମଙ୍ଗଳ ଆଳତି ୨ଟା ୩୦, ମଇଲମ-ତଡ଼ପଲାଗି ୩ଟା, ଅବକାଶ ୪ଟା, ରୋଷହୋମ ୪ଟା ୧୫, ସୂର୍ଯ୍ୟପୂଜା ୪ଟା ୩୦, ଦ୍ୱାରପାଳ ପୂଜା ୪ଟା ୪୫, ବେଶ ଶେଷ ୫ଟା, ଗୋପାଳ ବଲ୍ଲଭ ୫ଟା ୩୦, ସକାଳ ଧୂପ ୬ଟାରୁ ୭ଟା, ଭୋଗ ମଣ୍ଡପ ୬ଟା ୩୦ରୁ ୮ଟା, ମଇଲମ ୮ଟା ୧୫, ଯାତ୍ରାଙ୍ଗୀ ମହାସ୍ନାନ ୯ଟା, ସର୍ବାଙ୍ଗ ୯ଟା ୩୦, ନୂଆଲାଗି ବେଶ ୧୦ଟା ୧୫, ମଧ୍ୟାହ୍ନ ଧୂପ ୧୧ଟାରୁ ମଧ୍ୟାହ୍ନ ୧୨ଟା, ଦ୍ୱିତୀୟ ଭୋଗ ମଣ୍ଡପ ୧୧ଟା ୧୫ରୁ ସାଢେ ୧ଟା, ବେଶ ୧ଟା ୧୫ରୁ ୨ଟା, ସନ୍ଧ୍ୟା ଆଳତି ୨ଟା ୧୦, ସନ୍ଧ୍ୟା ଧୂପ ୨ଟା ୪୦ରୁ ୪ଟା, ତୃତୀୟ ଭୋଗମଣ୍ଡପ ୨ଟା ୫୦ରୁ ୪ଟା ୫୦, ରାହାସକୁ ଦିଅଁ ବିଜେ ସାଢେ ୪ଟା, ମଇଲମ ୫ଟା, ଚନ୍ଦନ ଲାଗି ୫ଟା ୨୦, ବଡ଼ସିଂହାର ବେଶ ସନ୍ଧ୍ୟା ୬ଟା, ବଡ଼ସିଂହାର ଭୋଗ ୬ଟା ୩୦, ପହୁଡ଼ ଆଳତି ୭ଟା, ଶ୍ରୀମୁଖ ଖଣ୍ଡୁଆ ୭ଟା ୧୫, ବାହୁଟ କଣ୍ଟ ୭ଟା ୩୦, ଚାରବନ୍ଧା ୭ଟା ୪୦ରୁ ରାତି ୧୧ଟା, କୁସୁମିଲାଗି ରାତି ୧୧ଟାରୁ ଭୋର ୪ଟା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri