ଆଜି ଶ୍ରାବଣର ପ୍ରଥମ ସୋମବାର: ଘାଟ, ପୀଠ କେଉଁଠି ନାହାନ୍ତି କାଉଡ଼ିଆ

କଟକ ଅଫିସ,୬ା୭: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏହିଦିନ ସହ ଏହାର ପୂର୍ବଦିନ କାଉଡିଆଙ୍କ ଭିଡ଼ ଓ ବୋଲବମ୍‌ ଧ୍ୱନିରେ କମ୍ପୁଥାନ୍ତା ଗଡ଼ଗଡ଼ିଆ ଘାଟ। କିନ୍ତୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ବୋଲ୍‌ବମ୍‌ ଯାତ୍ରାକୁ ରାଜ୍ୟ ସରକାର ବନ୍ଦ କରିବା ପରେ ଏଥର ଶ୍ରାବଣ ଜଳାଭିଷେକରୁ ବଞ୍ଚତ୍ତ ହେବେ ଲକ୍ଷ ଲକ୍ଷ କାଉଡିଆ। ସରକାରୀ କଟକଣା ପରେ ଏବେ ଗଡ଼ଗଡ଼ିଆ ଘାଟ ଖାଁ ଖାଁ। ରାଜ୍ୟର ସବୁ ଶୈବପୀଠ ଓ କାଉଡିଆମାନେ ପାଣି ଉଠାଉଥିବା ଘାଟ ବି କାଉଡିଆଶୂନ୍ୟ।
କଟକ ଜିଲାରେ ଧବଳେଶ୍ୱର, ଗଡ଼ଗଡ଼େଶ୍ୱର, ଅମରେଶ୍ୱର, ପାରେଶ୍ୱର, ହଟକେଶ୍ୱର ପରି ଅନେକ ପୁରାତନ ଶୈବପୀଠ ରହିଛି, ଯେଉଁଠିକୁ ଶ୍ରାବଣ ସୋମବାରରେ କାଉଡିଆଙ୍କ ଭିଡ଼ ଲାଗେ। ସେହିପରି ଗଡ଼ଗଡ଼ିଆ ଘାଟରୁ କାଉଡିଆମାନେ ପାଣି ଉଠାଇ ରାଜ୍ୟର ବିଭିନ୍ନ ଶୈବପୀଠକୁ ଯାଆନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ହେଉ କି ନୟାଗଡ଼ ଶରଣକୁଳର ଲଡୁବାବା। ଢେଙ୍କାନାଳର କପିଳାସ ହେଉ କି ପୁରୀର ଲୋକନାଥ। ଭଦ୍ରକର ଆଖଣ୍ଡଳମଣି ହେଉ କି କୋରାପୁଟର ଗୁପ୍ତେଶ୍ୱର। ସମଗ୍ର ରାଜ୍ୟର କାଉଡିଆଙ୍କ ପାଦ ମହାନଦୀର ଏହି ଘାଟରେ ପଡ଼େ ଓ ଏହିଠାରୁ ଜଳଭାର କାନ୍ଧରେ ଧରି ଲକ୍ଷାଧିକ କାଉଡିଆ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା କରନ୍ତି। ଶ୍ରାବଣ ମାସର ସବୁ ସୋମବାର ଏହି ଧାରା ଚାଲେ ଓ ଶିବମୟ ହୋଇଉଠେ ବାଟଘାଟ। କାଉଡିଆଙ୍କ ସେବା ପାଇଁ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ରାସ୍ତାକଡ଼ରେ ତମ୍ବୁ ଲଗାନ୍ତି। କିନ୍ତୁ କରୋନା ସଂକ୍ରମଣ ଦିନକୁ ଦିନ ଯେପରି କାୟା ବିସ୍ତାର କରିଚାଲିଛି, ସେଭଳି ସ୍ଥିତିରେ ଲକ୍ଷାଧିକ କାଉଡିଆଙ୍କ ଭିଡ଼ ଏହାକୁ ଅଧିକ ସଙ୍ଗିନ କରିବା ଆଶଙ୍କା ଥିବାରୁ ଚଳିତ ବର୍ଷ ଏହାକୁ ବନ୍ଦ କରାଯାଇଛି।
ଫସର ଫାଟିଲା ବୋଲବମ୍‌ ବଜାର
କରୋନା ସ୍ଥିତିରେ ବଜାର କଟକଣା ଓ ଯାତ୍ରା ବନ୍ଦ ହେବା କାରଣରୁ ଏଥର ବୋଲବମ୍‌ ବେପାର ଫସର ଫାଟିଛି। ବଜାରକୁ ଏଯାବତ୍‌ ବୋଲବମ୍‌ ସାମଗ୍ରୀ ଆସିନାହିଁ। ପୂର୍ବରୁ ବାସନ୍ତୀ ଦୁର୍ଗାପୂଜା ଓ ରଥଯାତ୍ରାରେ କଟକଣା ଲାଗିବା ପରେ ବ୍ୟବସାୟୀମାନେ ବୋଲବମ୍‌ ବେପାର ପାଇଁ ମନ ବଳାଇ ନାହାନ୍ତି। ଶ୍ରାବଣ ମାସ ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ବଜାରରେ କାଉଡିଆଙ୍କ ଗେରୁଆ ପୋଷାକ, ଭାର ଓ ପୂଜା ସାମଗ୍ରୀର ଆସର ଲାଗେ। କିନ୍ତୁ ଚଳିତ ବର୍ଷ କଟକ ସହରର କୌଣସି ସ୍ଥାନରେ ବି ଏହି ସାମଗ୍ରୀ ବିକ୍ରି ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri