ଆଜି ସଚିବାଳୟ ସେବା ସଂଘ ନିର୍ବାଚନ

ଭୁବନେଶ୍ୱର,୧୨ା୪(ବ୍ୟୁରୋ):୩ ବର୍ଷ ପରେ ଓଡ଼ିଶା ସଚିବାଳୟ ସେବା ସଂଘର ମୋଟ ୯ ପଦବୀ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ୟୁନିଟ୍‌-୩ସ୍ଥିତ ଖାରବେଳ ନଗରରେ ଥିବା ସଂଘ କାର୍ଯ୍ୟାଳୟଠାରେ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ଦୀର୍ଘଦିନ ପରେ ନିର୍ବାଚନ ହେଉଥିବାରୁ ଦୁଇ ଗୋଷ୍ଠୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ନିର୍ବାଚନରେ ବରିଷ୍ଠ ବନାମ କନିଷ୍ଠ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର ହେଉଛି। ତେବେ ଅଭିଜ୍ଞତା ଦୃଷ୍ଟିରୁ ବରିଷ୍ଠ ପ୍ରାର୍ଥୀମାନେ କନିଷ୍ଠଙ୍କଠାରୁ ଆଗରେ ଥିବା ନେଇ ଚର୍ଚ୍ଚା ହେଉଛି।
ବରିଷ୍ଠ ଗୋଷ୍ଠୀ ମଧ୍ୟରେ ପଦ୍ମଲୋଚନ ନାୟକ ସଭାପତି ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅସିତ୍‌ ଜେନା, ରଶ୍ମିରଞ୍ଜନ ଜେନା ଉପସଭାପତି, ସାଧାରଣ ସମ୍ପାଦକ ଭାବେ ବିବେକାନନ୍ଦ ସାମଲ, ସମ୍ପାଦକ ଭାବେ ପଙ୍କଜ ସାହୁ, ମାନସ ରଞ୍ଜନ ସୂତାର, ଲଲାଟେନ୍ଦୁ କେଶରୀ ରାଉତ, ସମୀର କୁମାର ପ୍ରଧାନ ଏବଂ ଅଡିଟର ପଦବୀରେ ବିଜୟିନୀ ହେମ୍ବ୍ରମ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସାଧାରଣ ସମ୍ପାଦକ ଭାବେ ବିବେକାନନ୍ଦ ସାମଲ ଗତ ନିର୍ବାଚନରେ ବିଜୟୀ ହୋଇ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ସେହିପରି ଅନ୍ୟ ଏକ ଗୋଷ୍ଠୀରୁ ସଭାପତି ପଦ ପାଇଁ ଅଜୟ କୁମାର ସ୍ବାଇଁ, ଉପସଭାପତି ଭାବେ ଅକ୍ଷୟ କୁମାର ପରିଡ଼ା ଓ ପ୍ରତ୍ୟୁଷ କୁମାର ପରିଡ଼ା, ସାଧାରଣ ସମ୍ପାଦକ ଭାବେ ପ୍ରଜ୍ୟୋତ୍ନ ବରାଳ, ସମ୍ପାଦକ ଭାବେ ବିବେକାନନ୍ଦ ସାହୁ, ଅମିତ କୁମାର ମହାନ୍ତି, ବିଷ୍ଣୁ ଚରଣ ନାଏକ, ଚିରଞ୍ଜୀବୀ ସ୍ବାଇଁ ଏବଂ ଅଡିଟର ଭାବେ ଲଳିତ ମୋହନ ଦାସ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ମତଦାନ କରିବାକୁ ସଚିବାଳୟରେ କ୍ୟାମ୍ପେନିଂକୁ ଜୋର୍‌ଦାର କରିଛନ୍ତି। ସଚିବାଳୟରେ ଏଏସ୍‌ଓଠାରୁ ଆରମ୍ଭ କରି ଅତିରିକ୍ତ ଶାସନ ସଚିବ ପର୍ଯ୍ୟନ୍ତ ୨ ହଜାର କର୍ମଚାରୀ ନିର୍ବାଚନରେ ମତ ସାବ୍ୟସ୍ତ କରିବେ। ଏଏସ୍‌ଓ ପଦବୀକୁ ସହାୟକ ସଚିବ ପଦବୀରେ ନାମିତ କରାଯିବା ସହ ସେମାନଙ୍କ ଗ୍ରେଡ୍‌ ପେ’ ୪ ହଜାର ୬୦୦ ଟଙ୍କା କରିବା ନେଇ ୧୯ ଦଫା ନିର୍ବାଚନ ଇସ୍ତାହାର ଜାରି କରାଯାଇଛି। ସୂଚନାଯୋଗ୍ୟ, ସେବା ସଂଘ ନିର୍ବାଚନ ଶେଷଥର ପାଇଁ ୨୦୧୭ରେ ହୋଇଥିଲା। ପ୍ରତି ୨ ବର୍ଷରେ ଥରେ ନିର୍ବାଚନ ହେବା କଥା। ମାତ୍ର ୨୦୧୯ରେ କୋଭିଡ୍‌ ମହାମାରୀ ପାଇଁ କଟକଣା ଲାଗିବାରୁ ନିର୍ବାଚନ ସ୍ଥଗିତ ରହିଥିଲା। କୋଭିଡ୍‌ କଟକଣା ହଟିବା ପରେ ମଙ୍ଗଳବାର ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri