ଆଜି ସଚିବାଳୟ ସେବା ସଂଘ ନିର୍ବାଚନ

ଭୁବନେଶ୍ୱର,୧୨ା୪(ବ୍ୟୁରୋ):୩ ବର୍ଷ ପରେ ଓଡ଼ିଶା ସଚିବାଳୟ ସେବା ସଂଘର ମୋଟ ୯ ପଦବୀ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ୟୁନିଟ୍‌-୩ସ୍ଥିତ ଖାରବେଳ ନଗରରେ ଥିବା ସଂଘ କାର୍ଯ୍ୟାଳୟଠାରେ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ଦୀର୍ଘଦିନ ପରେ ନିର୍ବାଚନ ହେଉଥିବାରୁ ଦୁଇ ଗୋଷ୍ଠୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ନିର୍ବାଚନରେ ବରିଷ୍ଠ ବନାମ କନିଷ୍ଠ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର ହେଉଛି। ତେବେ ଅଭିଜ୍ଞତା ଦୃଷ୍ଟିରୁ ବରିଷ୍ଠ ପ୍ରାର୍ଥୀମାନେ କନିଷ୍ଠଙ୍କଠାରୁ ଆଗରେ ଥିବା ନେଇ ଚର୍ଚ୍ଚା ହେଉଛି।
ବରିଷ୍ଠ ଗୋଷ୍ଠୀ ମଧ୍ୟରେ ପଦ୍ମଲୋଚନ ନାୟକ ସଭାପତି ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଅସିତ୍‌ ଜେନା, ରଶ୍ମିରଞ୍ଜନ ଜେନା ଉପସଭାପତି, ସାଧାରଣ ସମ୍ପାଦକ ଭାବେ ବିବେକାନନ୍ଦ ସାମଲ, ସମ୍ପାଦକ ଭାବେ ପଙ୍କଜ ସାହୁ, ମାନସ ରଞ୍ଜନ ସୂତାର, ଲଲାଟେନ୍ଦୁ କେଶରୀ ରାଉତ, ସମୀର କୁମାର ପ୍ରଧାନ ଏବଂ ଅଡିଟର ପଦବୀରେ ବିଜୟିନୀ ହେମ୍ବ୍ରମ୍‌ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସାଧାରଣ ସମ୍ପାଦକ ଭାବେ ବିବେକାନନ୍ଦ ସାମଲ ଗତ ନିର୍ବାଚନରେ ବିଜୟୀ ହୋଇ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ସେହିପରି ଅନ୍ୟ ଏକ ଗୋଷ୍ଠୀରୁ ସଭାପତି ପଦ ପାଇଁ ଅଜୟ କୁମାର ସ୍ବାଇଁ, ଉପସଭାପତି ଭାବେ ଅକ୍ଷୟ କୁମାର ପରିଡ଼ା ଓ ପ୍ରତ୍ୟୁଷ କୁମାର ପରିଡ଼ା, ସାଧାରଣ ସମ୍ପାଦକ ଭାବେ ପ୍ରଜ୍ୟୋତ୍ନ ବରାଳ, ସମ୍ପାଦକ ଭାବେ ବିବେକାନନ୍ଦ ସାହୁ, ଅମିତ କୁମାର ମହାନ୍ତି, ବିଷ୍ଣୁ ଚରଣ ନାଏକ, ଚିରଞ୍ଜୀବୀ ସ୍ବାଇଁ ଏବଂ ଅଡିଟର ଭାବେ ଲଳିତ ମୋହନ ଦାସ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ପ୍ରାର୍ଥୀମାନେ ନିଜ ନିଜ ସପକ୍ଷରେ ମତଦାନ କରିବାକୁ ସଚିବାଳୟରେ କ୍ୟାମ୍ପେନିଂକୁ ଜୋର୍‌ଦାର କରିଛନ୍ତି। ସଚିବାଳୟରେ ଏଏସ୍‌ଓଠାରୁ ଆରମ୍ଭ କରି ଅତିରିକ୍ତ ଶାସନ ସଚିବ ପର୍ଯ୍ୟନ୍ତ ୨ ହଜାର କର୍ମଚାରୀ ନିର୍ବାଚନରେ ମତ ସାବ୍ୟସ୍ତ କରିବେ। ଏଏସ୍‌ଓ ପଦବୀକୁ ସହାୟକ ସଚିବ ପଦବୀରେ ନାମିତ କରାଯିବା ସହ ସେମାନଙ୍କ ଗ୍ରେଡ୍‌ ପେ’ ୪ ହଜାର ୬୦୦ ଟଙ୍କା କରିବା ନେଇ ୧୯ ଦଫା ନିର୍ବାଚନ ଇସ୍ତାହାର ଜାରି କରାଯାଇଛି। ସୂଚନାଯୋଗ୍ୟ, ସେବା ସଂଘ ନିର୍ବାଚନ ଶେଷଥର ପାଇଁ ୨୦୧୭ରେ ହୋଇଥିଲା। ପ୍ରତି ୨ ବର୍ଷରେ ଥରେ ନିର୍ବାଚନ ହେବା କଥା। ମାତ୍ର ୨୦୧୯ରେ କୋଭିଡ୍‌ ମହାମାରୀ ପାଇଁ କଟକଣା ଲାଗିବାରୁ ନିର୍ବାଚନ ସ୍ଥଗିତ ରହିଥିଲା। କୋଭିଡ୍‌ କଟକଣା ହଟିବା ପରେ ମଙ୍ଗଳବାର ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri