ଆଜି ସିଆଇଏସ୍‌ସିଇ ଫଳ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ) ଦଶମ ଓ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌(ଆଇଏସ୍‌ସି) ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ଏ ନେଇ କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଶନିବାର ଅପରାହ୍ନ ୩ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ସିଆଇଏସ୍‌ସିଇର ଅଫିସିଆଲ ୱେବ୍‌ସାଇଟ କିମ୍ବା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳ ପାଇପାରିବେ। ସ୍କୁଲ୍‌ଗୁଡ଼ିକ ପାଇଁ ରହିଥିବା ସିଆଇଏସ୍‌ସିଇ କ୍ୟାରିୟର ପୋର୍ଟାଲରେ ଟାବୁଲେଶନ ରେଜିଷ୍ଟର ଉପଲବ୍ଧ ହେବ। ସ୍କୁଲଗୁଡ଼ିକ ଉକ୍ତ ପୋର୍ଟାଲରେ ପ୍ରିନ୍ସିପାଲ୍‌ସ ଲଗ୍‌ ଇନ୍‌ ଆଇଡି ଓ ପାସ୍‌ୱାର୍ଡ ମାରି ପରୀକ୍ଷା ଫଳ ପାଇପାରିବେ।
ସୂଚନାଯୋଗ୍ୟ, ଚଳିତବର୍ଷ କରୋନା ଯୋଗୁ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କାଉନ୍‌ସିଲ ନିଷ୍ପତ୍ତି ନେଇଥିଲା। ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଥିବାବେଳେ ପରୀକ୍ଷାଫଳ କ’ଣ ରହିବ ତାକୁ ନେଇ ଏବେ ଛାତ୍ରୀଛାତ୍ର ଓ ଅଭିଭାବକ ଆଶା ଓ ଆଶଙ୍କାରେ ରହିଛନ୍ତି। କାରଣ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ମଧ୍ୟ ଏଥର ନ ହୋଇ ଫଳ ବାହାରିଥିଲା। କିନ୍ତୁ ମୂଲ୍ୟାୟନରେ ଅନିୟମିତତା ହୋଇଥିବା ବହୁ ଛାତ୍ରୀଛାତ୍ର ଓ ଅଭିଭାବକ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ଅଫ୍‌ଲାଇନ ପରୀକ୍ଷାର ବ୍ୟବସ୍ଥା ହୋଇଛି। ସେହିଭଳି ସିଆଇଏସ୍‌ସିଇ ମଧ୍ୟ ଅସନ୍ତୁଷ୍ଟ ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରିଛି। ଯେଉଁମାନେ ଫଳାଫଳରେ ଖୁସି ନ ହେବେ ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଯିବ ବୋଲି ପୂର୍ବରୁ କାଉନସିଲ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri