ଓଲିଉଡ୍‌ ଚକୋଲେଟ୍‌ ହିରୋଙ୍କ ଆଜି ‘ହାପି ବର୍ଥ ଡେ’

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତା ବାବୁସାନଙ୍କ ଆଜି ଅର୍ଥାତ ଗୁରୁବାର ହାପି ବର୍ଥ ଡେ’। ଏହି ଅବସରରେ ଅଭିନେତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ଏକମାତ୍ର ପୁଅ ହେଉଛନ୍ତି ବାବୁଶାନ। ତାଙ୍କର ପ୍ରକୃତ ନାମ ହେଉଛି ତନ୍ମୟ ମହାନ୍ତି। ଡାକନାମ ବାବୁ। ଅଭିନୟ ଜଗତକୁ ଆସିବା ପରେ ସେ ନିଜ ନାମକୁ ବାବୁଶାନ କରିଥିଲେ। ୟୁନିଟ-୮ ଡିଏଭି ପବ୍ଲିକ୍‌ ସ୍କୁଲରୁ ପାଠପଢ଼ା ଆରମ୍ଭ କରିଥିଲେ ବାବୁଶାନ। କେବଳ ଯେ ଅଭିନେତା ନୁହେଁ ଜଣେ ଗାୟକ ଭାବେ ସେ ବେଶ୍‌ ଜଣାଣୁଣା। ୨୦୧୪ରେ ସେ ପ୍ରେମିକା ତୃପ୍ତୀ ଶତପଥୀଙ୍କୁ ବିବାହ କରିଥିଲେ।

ଫିଲ୍ମ ରୋମିଓ-ଦ ଲଭର ବୟରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ବାବୁଶାନ। ଏହାପରେ ତୋ ଆଖିରେ ମୁଁ, ସଞ୍ଜୁ ଆଉ ସଞ୍ଜନା, ପ୍ରେମ ଅଢ଼େଇ ଅକ୍ଷର, ଲୋଫର, ୧୪୩ ଆଇ ଲଭ୍‌ ୟୁ, ଚକୋଲେଟ, ଦୋସ୍ତି, ଲଭ୍‌ କନେକ୍ସନ, ଥୁକୁଲ, ଲୁଚକାଳି, ଆଖିରେ ଆଖଇରେ, ଲଭ ଷ୍ଟେଶନ, ସିଷ୍ଟର ଶ୍ରୀଦେବୀ, ଗୋଲମାଲ ଲଭ୍‌, ଲୋକାଲ ଟୋକା ଲଭ୍‌ ଚୋଖା ଭଳି ସିନେମାରେ ଅଭିନୟ କରି ବାହା ବାଃ ସାଉଁଟିଛନ୍ତି।

Share