ଆଜି ଶ୍ରୀଜିଉଙ୍କ ଅଧରପଣା

ପୁରୀ ଅଫିସ,୨୨ା୭: ସୁନାବେଶ ପରଦିନ ରଥ ଉପରେ ହୋଇଥାଏ ଶ୍ରୀଜିଉଙ୍କ ଅଧରପଣା ନୀତି। ରତ୍ନ ସିଂହାସନ ଛାଡ଼ି ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରିରୀମାନେ ଘୂରି ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ହେବ। ଏହି ପଣା ଲାଗି ହେବା ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମଣ୍ଡାମାନଙ୍କୁ ସମର୍ପଣ କରାଯିବ। ଏନେଇ ସମସ୍ତ ନୀତିକାନ୍ତି ଚାଲିଛି। ଆସନ୍ତାକାଲି ଶ୍ରୀଜିଉଙ୍କ ନୀଳକନ୍ଦରକୁ ବାହୁଡ଼ିବେ।