ଆଜି ଶ୍ରୀରାମ ନବମୀ: ଚଳଚଞ୍ଚଳ ରାମ ମନ୍ଦିର

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଆଜି ପବିତ୍ର ଶ୍ରୀରାମ ନବମୀ। ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଛି। କରୋନା ମହମାରି ୨ବର୍ଷ ପରେ ଏହି ଦିନରେ ଭକ୍ତ ଭଗବାନ ଆଜି ଏକାଠି ହୋଇଛନ୍ତି। ଏ ନେଇ ରାଜଧାନୀର ସମସ୍ତ ମଠ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପଭୁଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର, ବିଷ୍ଣୁ ମନ୍ଦିରରେ ଭିଡ଼ ଲାଗି ରହିଛି। ୟୁନିଟ-୩ ସ୍ଥିତ ରାମ ମନ୍ଦିରରେ ସତନ୍ତ୍ର ବିଧି ବ୍ୟବସ୍ଥା କରାଯାଇଛି । ରାମ ମନ୍ଦିରରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ନୀତିକାନ୍ତି କରାଯିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଫୁଲ ଏବଂ ଫଳ ଓ ଆଲୋକମାଳାରେ ମନ୍ଦିରକୁ ସଜାଇ ମହାସମାରୋହରେ ଶ୍ରୀରାମ ନବମୀ ପାଳନ କରାଯାଉଛି। ସକାଳ ସାଢ଼େ ୫ଟାରେ ଶ୍ରୀରାମଙ୍କର ମଙ୍ଗଳ ଆଳତି କରାଯିବାପରେ ୭ଟାରୁ ଶୃଙ୍ଗାର ଆଳତି କରାଯାଇଛି । ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତକାନ୍ତି କରାଯିବ। ଚଳିତବର୍ଷ ସର୍ବସାଧାରଣଙ୍କ ପାଇଁ ଦର୍ଶନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ପୋଲିସ ମୁତୟନ କରାଯାଇଛି।