ଆଜି ଜାତୀୟ ହସ୍ତତନ୍ତ ଦିବସ: ଶାଢ଼ିରେ ବ୍ୟବହାର ହେଉଛି ପ୍ରାକୃତିକ ରଙ୍ଗ

ସୋନପୁର,୭।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ପ୍ରାୟ ୨୦ ପ୍ରତିଶତ ଲୋକ ବୁଣାବୁଣି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ହାତବୁଣା ଲୁଗାର ଚାହିଦାକୁ ଦେଖି ସୁବର୍ଣ୍ଣପୁର ଜିଲାର ବୁଣାକାରମାନେ ଉନ୍ନତ ଡିଜାଇନ୍‌ର ପାଟଶାଢ଼ି ବୁଣୁଛନ୍ତି। ଏଠାକାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢିର ଚାହିଦା ଦେଶ ବିଦେଶରେ ରହିଛି। ଜିଲାର ବୁଣାକାରମାନେ ଗତ କିଛି ବର୍ଷ ହେବ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ପ୍ରାକୃତିକ ରଙ୍ଗରେ ରଙ୍ଗେଇ ହୋଇଥିବା ସୂତାରେ ଶାଢି ବୁଣିବା ଆରମ୍ଭ କରିଛନ୍ତି। ବୁଣାକାରଙ୍କ ହାତତିଆରି ବମକେଇ, ପାଟ ଓ ସୂତା ବୁଣା ଶାଢ଼ି ବେଶ୍‌ ପ୍ରସିଦ୍ଧ। ଅତି ପୁରାତନ କାଳରେ ବୁଣାକାରମାନେ ପ୍ରକୃତିରୁ ମିଳୁଥିବା ଫଳ, ଫୁଲ, ଗଛର ଛାଲି, ପତ୍ର ଓ ମଞ୍ଜିକୁ ସଂଗ୍ରହ କରି ସେଥିରୁ ସୂତା ରଙ୍ଗ କରୁଥିଲେ। ସେହି ସୂତାରୁ ବସ୍ତ୍ର ପ୍ରସ୍ତୁତ କରୁଥିଲେ। ସମୟକ୍ରମେ ରାସାୟନିକ ରଙ୍ଗର ପ୍ରବେଶ ପରେ ଏଗୁଡିକ ଧୀରେ ଧୀରେ ଲୋପ ପାଇଯାଇଥିଲା। ଆଧୁନିକତାର ଚାକଚକ୍ୟ ଭିତରେ ଏହାର ଚାହିଦା ମଧ୍ୟ କମିଗଲା। ତେବେ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଚର୍ମରୋଗ ହେଉଛି। ରାସାୟନିକ ରଙ୍ଗର ଅପକାରିତା ବିଷୟରେ ଲୋକମାନେ ଊଣାଅଧିକେ ଜାଣିଲେଣି। ତେଣୁ ବାନ୍ଧଶିଳ୍ପୀମାନେ ପୁଣି ପ୍ରକୃତିମୁହାଁ ହେଲେଣି। ବଜାର ଚାହିଦାକୁ ଅନୁଭବ କରି ବୟନଶିଳ୍ପ ବିଭାଗ ପକ୍ଷରୁ ବୀରମହାରାଜପୁର ବ୍ଲକ କେନ୍ଦୁପାଲିସ୍ଥିତ ମା’ ପିତାବଳି ପ୍ରାକୃତିକ ବୁଣାକାର ସଂଘ ଆନୁକୂଲ୍ୟରେ ପାଟସୂତା ଉପରେ ପ୍ରାକୃତିକ ରଙ୍ଗ ତାଲିମ ଦିଆଯାଇଥିଲା। ତାଲିମ ପାଇ ବୁଣାକାରମାନେ ବିଭିନ୍ନ ରଙ୍ଗର ପାଟସୂତା ଦ୍ୱାରା ନିଜ ତନ୍ତଶାଳରେ ଶାଢ଼ି ବୁଣୁଛନ୍ତି। ବର୍ତ୍ତମାନ ବୀରମହାରାଜପୁରର କେନ୍ଦୁପାଲି ଓ ଟାଙ୍ଗରସାହିର ୧୦ରୁ ୧୨ ଗୋଟି ତନ୍ତରେ ପ୍ରାକୃତିକ ରଙ୍ଗ ସୂତାରେ ବୁଣାକାର୍ଯ୍ୟ ହେଉଛି। ଏହାର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯାଇଛି। ବଜାର ଚାହିଦା ଦେଖି ଅନ୍ୟ ବୁଣାକାରମାନେ ମଧ୍ୟ ଅନୁକରଣ କରିବେ ବୋଲି ବୟନଶିଳ୍ପ ବିଭାଗ ଆଶା ରଖିଛି। ପ୍ରାକୃତିକ ରଙ୍ଗ ପଦ୍ଧତି ରାସାୟନିକ ରଙ୍ଗଠାରୁ ସମୟସାପେକ୍ଷ। କିନ୍ତୁ ଶରୀର ପାଇଁ ହିତକର। ପ୍ରକୃତିରୁ ମିଳୁଥିବା ରଙ୍ଗ ଯଥା ଗଙ୍ଗଶିଉଳି, ଗେଣ୍ଡୁଫୁଲ, ହରିଡ଼ା, ଅଁଳା ଭଳି ଫୁଲ ଓ ମଞ୍ଜିକୁ ସଂଗ୍ରହକରି ରଙ୍ଗ ବାହାର କରାଯାଉଛି। ମାଷ୍ଟର ଟ୍ରେନର ତଥା ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ମଙ୍ଗୁଳୁ ମେହେର ପାଟସୂତାକୁ କିପରି ରଙ୍ଗ କରିବ ଓ ସେହି ସୂତାରେ ପାଟ ବୁଣାଯିବ ସେ ନେଇ ବୁଣାକାରମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ବୀରମହାରାଜପୁର ବ୍ଲକ ରଥପୁରର ମହିଳା ବୁଣାକାର ପଦ୍ମାବତୀ ମେହେର, ଟାଙ୍ଗରସାହିର ନମିତା ମେହେର ଓ ଯଶୋବନ୍ତୀ ମେହେର କୁହନ୍ତି, ଆମେ କିଛି ମାସ ହେବ ପ୍ରାକୃତିକ ରଙ୍ଗ ଦ୍ୱାରା ରଙ୍ଗ କରାଯାଇଥିବା ସୂତାରେ ଲୁଗା ବୁଣୁଛୁ। ଏହି ଶାଢୀର ଚାହିଦା ଅଧିକ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri