ଜାତୀୟସ୍ତରର ବାନ୍ଧଶିଳ୍ପୀ ପ୍ରହଲ୍ଲାଦ ମେହେର

ସୋନପୁର,୭।୮(ମୃତ୍ୟୁଞ୍ଜୟ ଶତପଥୀ) : ଦେଶ ବିଦେଶରେ ହସ୍ତତନ୍ତ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲାର ପ୍ରସିଦ୍ଧି ରହିଛି। ପ୍ରହଲ୍ଲାଦ ମେହେର(୬୨) ଏହି ଜିଲାର ଜଣେ ପ୍ରସିଦ୍ଧ ବାନ୍ଧଶିଳ୍ପୀ। ସୁବର୍ଣ୍ଣପୁର ସହର ଷ୍ଟେଟ୍‌ବ୍ୟାଙ୍କ୍‌ ରୋଡ୍‌ରେ ତାଙ୍କ ଘର। କୌଳିକ ବୃତ୍ତି ଭାବେ ଛୋଟବେଳୁ ବାନ୍ଧକଳାକୁ ସେ ଆପଣେଇ ନେଇଛନ୍ତି। ଗତ ୫୦ ବର୍ଷ ଧରି ବୟନ, ବାନ୍ଧକଳା ଓ ଡିଜାଇନିଂରେ ସେ ସମର୍ପିତ। ସବୁବେଳେ କିଛି ନୂଆ ଏବଂ ସ୍ବତନ୍ତ୍ର କରିବା ପାଇଁ ସେ ଚେଷ୍ଟା କରିଥାନ୍ତି। ଜଗନ୍ନାଥାଷ୍ଟକମ୍‌, ସୌରାଙ୍ଗିନୀ ଓ ଚକ୍ରବୂ୍ୟହ ଭଳି ଅନେକ ଶାଢ଼ି ବୁଣି ସେ ପ୍ରଶଂସା ସାଉଣ୍ଟିଛନ୍ତି। ସେଥିପାଇଁ ପ୍ରହଲ୍ଲାଦଙ୍କୁ ଜାତୀୟ, ରାଜ୍ୟସ୍ତରରେ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ସେ ନିଜେ ଗ୍ରାଫିକ୍ସ ଡିଜାଇନିଂ କରିବା ସହ ନିଜର ସୂକ୍ଷ୍ମ ବାନ୍ଧ କାରିଗରି କଳା ଦ୍ୱାରା ସୁନ୍ଦର ସିଲ୍‌କି ଶାଢ଼ି, କାନ୍ଥଝୁଲା ଆଦି ବୁଣନ୍ତି। ୨୦୨୨ରେ ଦିଲ୍ଲୀର ଅଶୋକା ହୋଟେଲରେ ଆୟୋଜିତ ଅଷ୍ଟମ ଜାତୀୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ପ୍ରହଲ୍ଲାଦ ୨୦୧୮ ମସିହା ପାଇଁ ସନ୍ଥ କବିର ସମ୍ମାନରେ ସମ୍ମାନିତ ହୋଇଥିଲେ। କେନ୍ଦ୍ର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ହସ୍ତତନ୍ତ ଓ ବୟନ କଳାକୃତି ବମକେଇ ପାଟଶାଢ଼ି ଡିଜାଇନିଂ ପାଇଁ ପୁରସ୍କୃତ ହୋଇଥିଲେ। ୨୦୦୪ରେ ତତ୍କାଳୀନ ରାଷ୍ଟ୍ରପତି ଅବ୍‌ଦୁଲ କଲାମ ତାଙ୍କୁ ଜାତୀୟସ୍ତର ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୦୩ରେ ରାଜ୍ୟସ୍ତରୀୟ ସମ୍ମାନ, ୨୦୧୩ରେ ବୟନିକା ପକ୍ଷରୁ ବେଷ୍ଟ ପ୍ରଡକ୍ଟ ଆଓ୍ବାର୍ଡ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏମିନେଣ୍ଟ ପର୍ସନ ଆଓ୍ବାର୍ଡ ଭଳି ଅନେକ ସମ୍ମାନ ତାଙ୍କୁ ମିଳିଛି। ସୂକ୍ଷ୍ମ ସୂତାରେ ଟାଏ ଓ ଡାଏରେ ବୁଣାବୁଣି, ପାଟଶାଢ଼ିର ଗ୍ରାଫ୍‌ ଡିଜାଇନ ଓ ପ୍ରସ୍ତୁତି ସବୁଥିରେ ସେ ପାରଙ୍ଗମ। ବସ୍ତ୍ର ମାଧ୍ୟମରେ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏ ସମ୍ପର୍କରେ ପ୍ରହଲ୍ଲାଦ କୁହନ୍ତି, ବାପା ଖଗେଶ୍ୱରଙ୍କ ନିକଟରୁ କୌଳିକ ବୃତ୍ତି ଭାବେ ବାନ୍ଧକଳା ଶିଖିଥିଲେ। ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ମାତ୍ର ୧୨ ବର୍ଷ ବୟସରୁ ସେ ଏହି କାର୍ଯ୍ୟ କରିଆସୁଛନ୍ତି। ଏଥିରେ ପରିବାର ଲୋକେ ତାଙ୍କୁ ସହଯୋଗ କରୁଛନ୍ତି। ନିଜେ ରୋଜଗାରକ୍ଷମ ହେବା ସହିତ ୨୦୦୮ ମସିହାରୁ ପଟାଭାଡିରେ ଡିଜାଇନ୍‌ ଡେଭେଲପ୍‌ମେଣ୍ଟ ସେଣ୍ଟର ଖୋଲି ୨୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାରକୁ କର୍ମସଂସ୍ଥାନ ଯୋଗାଇ ଆସୁଛନ୍ତି। କୃଷି ପରେ ହସ୍ତତନ୍ତ ଦ୍ୱାରା ସୁବର୍ଣ୍ଣପୁର ଜିଲାର ଅଧିକ ଲୋକ ଜୀବିକା ନିର୍ବାହ କରିଆସୁଛନ୍ତି। ତେଣୁ ଜିଲାରେ ଅନ୍ତର୍ଜାତୀୟ ହସ୍ତତନ୍ତ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ ଦାବି କରିଛନ୍ତି। ଏପରି କି ଗତ ଜୁଲାଇ ୪ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସୁବର୍ଣ୍ଣପୁର ଜିଲା ଗସ୍ତ ସମୟରେ ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସଚିବଙ୍କୁ ଏ ସମ୍ପର୍କିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ଟଙ୍କା ନେଲେ ହେଲେ ଘର ଆଉ ଜମି ରେଜିଷ୍ଟ୍ରି କଲେନି, ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବୃଦ୍ଧ ଗଲେ ଜେଲ୍

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମର ୬୧ ବର୍ଷୀୟ ବୃଦ୍ଧ ବି. କାଳିଆଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦିଗପହଣ୍ଡି ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri