Categories: ଖେଳ

ପତ୍ନୀ ସାକ୍ଷୀଙ୍କୁ ପସନ୍ଦ ନ ଥିଲା କ୍ରିକେଟ, ନା ଚିହ୍ନିଥିଲେ ଧୋନୀଙ୍କୁ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ବିବାହବାର୍ଷିକୀ। ଦଶ ବର୍ଷର ବିବାହ ମଧ୍ୟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି ଧୋନୀ। ତନ୍ମଧ୍ୟରେ ରହିଛି ୨୦୧୧ ବିଶ୍ୱକପ, ଇଂଲଣ୍ଡରେ ଚାମ୍ପିୟନ୍ସ ଟ୍ରଫି ଜିତିବା,ପଦ୍ମଭୂଷଣ ସମ୍ମାନ ମିଳିବା ଏବଂ ଲ୍ୟୁଟିନାଣ୍ଟ କର୍ନେଲ ଉପାଧି ମିଳିବା ଆଦି। ତେବେ ଶନିବାର ବିବାହବାର୍ଷିକୀକୁ ନେଇ ଧୋନୀ-ସାକ୍ଷୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସାକ୍ଷୀ ଗ୍ରାଜୁଏଶନ ପରେ ବିବାହ କରିନେଇଥିଲେ। ହେଲେ ଧୋନୀଙ୍କ ଲମ୍ବା ଚୁଟି ତାଙ୍କୁ ପସନ୍ଦ ନ ଥିଲା। ଏକଦା ଧୋନୀ ନିଜ କେଶକୁ ଗୋଲାପି ରଙ୍ଗ କରିଦେଇଥିଲେ। ଏହା ସବୁଠାରୁ ଖରାପ ଲାଗିଥିଲା ସାକ୍ଷୀଙ୍କୁ। ସୌଭାଗ୍ୟରୁ ଲମ୍ବା ଚୁଟି ରଖିଥିବା ସମୟରେ ଦେଖି ନ ଥିଲି। ଛୋଟ ଚୁଟି ରଖିଥିବା ସମୟରେ ଭେଟିଥିଲି। ଯଦି ସେଭଳି ଦେଖିଥାନ୍ତି, ବିବାହ କରି ନ ଥାନ୍ତି ବୋଲି ସାକ୍ଷୀ ଏକ ସାକ୍ଷାତକାରରେ କହିଥିଲେ।

ବିବାହ ପୂର୍ବରୁ ସାକ୍ଷୀଙ୍କୁ କ୍ରିକେଟ ପସନ୍ଦ ନ ଥିଲା। ହେଲେ ସେ ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ ଆଦିଙ୍କୁ ଜାଣିଥିଲେ। ହେଲେ ଧୋନୀଙ୍କ ବିଷୟରେ ବେଶି କିଛି ଜାଣି ନ ଥିଲେ ବୋଲି ସେ କୁହନ୍ତି। ବିବାହ ପରେ ଧୋନୀଙ୍କ ପାଇଁ ସେ ପୁରା ବିଶ୍ୱ ଦେଖିଛନ୍ତି। ସବୁକିଛି ଶିଖିଛନ୍ତି ବୋଲି ମଧ୍ୟ ସାକ୍ଷୀ କୁହନ୍ତି।

କହିରଖୁଛୁ, ଧୋନୀଙ୍କ ଲମ୍ବା ଚୁଟିର ପ୍ରଂଶସକ କେବଳ ଭାରତରେ ନ ଥିଲେ। ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରବେଜ୍‌ ମୁଶାରଫ ମଧ୍ୟ ଧୋନୀଙ୍କ ଚୁଟିର ଫ୍ୟାନ୍‌ ଥିଲେ। ମାହି ନିକଟରେ ଆଇପିଏଲ୍‌ର ୧୩ତମ ସିଜନ୍‌ରେ ନଜର ଆସିଥାନ୍ତେ। ହେଲେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଏହାକୁ ଅନିଶ୍ଚିତକାଳ ପାଇଁ ବାତିଲ କରିଦିଆଯାଇଛି।

Share