ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ଶିଶୁ ଶ୍ରମିକରୁ ଶିଶୁ ସୁରକ୍ଷାକାରୀ

ଭବାନୀପାଟଣା,୮।୩(ଉତ୍ତମ କୁମାର ଦାଶ):ଦିନେ ସେ ଥିଲେ ଶିଶୁ ଶ୍ରମିକ। ଆଉ ଆଜି ଶିଶୁ ସୁରକ୍ଷାକାରୀ। ଆଦିବାସୀ ଝିଅ ଗୁଆଦେଇ ଭୋଇ କଳାହାଣ୍ଡି ଜିଲା ପାଇଁ ଉଦାହରଣ ପାଲଟିଛନ୍ତି। ଜୁନାଗଡ ବ୍ଲକ ଅନ୍ତର୍ଗତ ଦେଦର ଗ୍ରାମର ମା’ବାପା ଛେଉଣ୍ଡ ଝିଅ ଗୁଆଦେଇ ଭୋଇ ଶିଶୁ ଶ୍ରମିକ ଭାବେ ବିଭିନ୍ନ ସ୍ଥାନରେ କାମ କରିବା ସହିତ ଛେଳି ଚରାଉଥିଲେ। ଗୁଆଦେଇଙ୍କ ପାଠ ପଢିବାର ଇଚ୍ଛା ସାମ୍ନାରେ ହାର ମାନିଥିଲା ପରିବାର ଆର୍ଥିକ ବୋଝ। ୨୦୦୦ରେ ଦେଦରଠାରେ ଥିବା କର୍ତ୍ତବ୍ୟ ସଂସ୍ଥାର ଶିଶୁ ଶ୍ରମିକ ବିଦ୍ୟାଳୟରେ ପରିବାର ବିରୋଧ ସତ୍ତ୍ୱେ ନାମ ଲେଖାଇବା ସୁଯୋଗ ପାଇଲେ। ପଞ୍ଚାମ ଶ୍ରେଣୀ ପର୍ଯ୍ୟନ୍ତ ସେଠାରେ ଶିକ୍ଷା ଲାଭ କରି ଜୁନାଗଡ କନ୍ୟାଶ୍ରମରେ ନାମ ଲେଖାଇଥିଲେ। ପରେ ଜୁନାଗଡ କଲେଜରେ ଯୁକ୍ତ ୨ ପାଇଁ ନାମ ଲେଖାଇଥିଲେ। ବର୍ତ୍ତମାନ ଆଦିବାସୀ ଅଞ୍ଚଳ ପାଇଁ ସେ ଏକ ସହୟତାର ଦିଗବାରେଣି ସାଜିଛନ୍ତି। ଦେଦରଠାରୁ ଜୁନାଗଡ ୨୨ କି.ମି. ଦୂର ହୋଇଥିବାବେଳେ ବିଭିନ୍ନ ଗଁାର ଗରିବ ଲୋକମାନଙ୍କୁ ଚିକିତ୍ସା ନିମନ୍ତେ ସହଯୋଗ କରିବା, ଝିଅଙ୍କ ଶିକ୍ଷା ପାଇଁ ସେ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଅଞ୍ଚଳରେ ସେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ, ଚିଲଡ୍ରେନ କ୍ଲବ ଗଠନ କରି ସରକାରୀ ଅଧିକାରୀଙ୍କ ସହିତ ସମନ୍ବୟ ରଖି ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି। ସେହିପରି ଅଞ୍ଚଳରେ ମଦ ବନ୍ଦ ଓ ଶିଶୁ୍‌ମାନଙ୍କୁ ନିୟମିତ ସ୍କୁଲ ଯିବା ପାଇଁ ଏକ ନୀରବ ବିପ୍ଲବ ଆରମ୍ଭ କରି ଆଲୋକର ବାର୍ତ୍ତା ସାଜିଛନ୍ତି ଗୁଆଦେଇ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri