ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ସଫଳ ମହିଳା ରୀତାରାଣୀ

ରାୟଗଡ଼ା,୮।୩ (ଭାଗ୍ୟଶ୍ରୀ ମିଶ୍ର): ନାରୀମାନେ ଏବେ ସବୁ କ୍ଷେତ୍ରରେ ସଫଳ। ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ଆଗରେ। ନାରୀମାନେ ନିଜେ ଆଗକୁ ବଢ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ଦେଖାଇଥାଆନ୍ତି, ଯାହା ରାୟଗଡ଼ା ଜିଲା ଗୌତମନଗରରେ ରହୁଥିବା ରୀତାରାଣୀ ମିଶ୍ରଙ୍କୁ ଦେଖିଲେ ଭଲଭାବେ ବୁଝିହୁଏ। ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେୟମୁକ୍ତ କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ଏବେ ସଫଳ ଏନ୍‌ସିସି ଅଧିକାରୀ ହୋଇ ଜିଲାର ୧୫୦୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଏନସିସି ତାଲିମ ଦେଇ ଅନ୍ୟମାନଙ୍କ ପାଇଁ ନାରୀ ସଶକ୍ତୀକରଣର ଏକ ଉଦାହରଣ ପାଲଟିଛନ୍ତି l ରୀତାରାଣୀ ଏବେ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଏନ୍‌ସିସି ଅଧିକାରୀଭାବେ କାର୍ଯ୍ୟରତ ଅଛନ୍ତି। ରୀତାରାଣୀଙ୍କ ଜନ୍ମ ବ୍ରହ୍ମପୁରରେ। ବାପାଙ୍କର ଟ୍ରାନ୍ସଫର ଯୋଗୁ ରୀତାରାଣୀଙ୍କୁ ରାୟଗଡ଼ା ଆସିବାକୁ ପଡ଼ିଥିଲା। ସେବେଠୁ ରୀତା ରାୟଗଡ଼ାରେ ରହି ଆସୁଛନ୍ତି। ପିଲାଟି ଦିନରୁ କ୍ରୀଡ଼ା ଏବଂ ଏନ୍‌ସିସି ପ୍ରତି ଆଗ୍ରହ ଥିଲା। ସ୍କୁଲ କଲେଜରେ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଲାଭ କରୁଥିଲେ। ହେଲେ ଏନ୍‌ସିସି ପାଇଁ କୌଣସି ସୁବିଧା ସୁଯୋଗ ନ ଥିଲା। + ୨ ରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ପଢ଼ିବାବେଳେ ଏନ୍‌ସିସିରେ ଯିବା ପାଇଁ କୌଣସି ସୁଯୋଗ ନ ଥିଲା l ତେଣୁ ସେ ଅନ୍ୟ ସ୍କୁଲରେ ହେଉଥିବା ଅଭ୍ୟାସ ବାହାରୁ ଦେଖୁଥିଲେ। ରାୟଗଡ଼ା ମହିଳା ମହାବିଦ୍ୟାଳୟରେ + ୩ ପଢ଼ିବା ବେଳେ ଏନ୍‌ସିସିରେ ଯୋଗଦେବାର ସୁଯୋଗ ମିଳିଥିଲା। ସେ ନିଜେ ତାଲିମ ନେବା ସହ କଲେଜରେ ଏନ୍‌ସିସିର କେୟାରଟେକିଂ ଅଫିସରଭାବେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଝିଅମାନଙ୍କୁ ଦେୟମୁକ୍ତ ତାଲିମ ଦେଉଥିଲେ। ଦେୟମୁକ୍ତ ତାଲିମ ଦେବା ପରେ କଲେଜ କମିଟି ରୀତାରାଣୀଙ୍କ ଆଗ୍ରହ ଏବଂ ପିଲାଙ୍କ ପାଇଁ କ୍ରୀଡ଼ା ଶିକ୍ଷକଙ୍କ ଆବଶ୍ୟକତା ଦୃଷ୍ଟିରୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ତାଙ୍କୁ କଲେଜରେ ନିଯୁକ୍ତି ମିଳିଥିଲା। ସିଟି କେୟାର ଟେକିଂ ଅଫିସରଭାବେ ୧ ବର୍ଷ କାର୍ଯ୍ୟ କରିବା ପରେ ଏନ୍‌ସିସି ଟ୍ରେନିଂ ନେଇ ଲ୍ୟୁଟ୍‌ନାଣ୍ଟ ପୋଷ୍ଟ ପ୍ରାପ୍ତ କରିଥିଲେ। ପୋଲିସ, ଆର୍ମି ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଯେପରି ନିଜକୁ ସୁରକ୍ଷିତ ରଖିବେ ସେହି ଲକ୍ଷ୍ୟ ନେଇ ଝିଅମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିବା ରୀତାରାଣୀ କହିଛନ୍ତି। ରୀତାରାଣୀଙ୍କଠାରୁ ତାଲିମ ପାଇଥିବା ୬୦ରୁ ଊର୍ଦ୍ଧ୍ୱ ଝିଅ ଜାତୀୟସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସେହିଭଳି ୨୦୦ରୁ ଊର୍ଦ୍ଧ୍ୱ ରାଜ୍ୟସ୍ତରୀୟ ଓ ୫୦ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି। ୨୦୨୪ ଜାନୁୟାରୀ ୨୬ରେ ଦିଲ୍ଲୀଠାରେ ଆୟୋଜିତ ପରେଡ୍‌ରେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ୨ଜଣ ସାମିଲ ହୋଇଥିଲେ। ସେମାନେ ରାଷ୍ଟ୍ରପତିଙ୍କୁ ପରେଡ ଅଭିବାଦନ ଜଣାଇବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏଥିପାଇଁ ରୀତାରାଣୀଙ୍କୁ ୨ଥର ରାଜ୍ୟପାଳ ପୁରସ୍କାର ମିଳିଛି। ଜାତୀୟସ୍ତରରେ ମହିଳା ଅଲିମ୍ପିକ ଆସୋସିଏଶନ ପକ୍ଷରୁ ଭାରତର ବେଷ୍ଟ ଆଇରନ ଲେଡି ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ଏଥିସହ ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଝିଅମାନେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ। ଏନ୍‌ସିସି ଦ୍ୱାରା ଝିଅମାନେ ଶୃଙ୍ଖଳିତ ଜୀବନ ବିତାଇବା ସହ ସୁସ୍ଥ ସମାଜ ଗଠନ କରିପାରିବେ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ରୀତାରାଣୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri