ହାପି ବାର୍ଥ ଡେ’ ହିମେଶ

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ ବଲିଉଡ୍‌ରେ ସେ ବେଶ୍‌ ଜଣାଶୁଣା।
୧୯୭୩ ଜୁଲାଇ ୨୩ରେ ହିମେଶଙ୍କ ଜନ୍ମ। ଗାୟକ ହେବା ତାଙ୍କର ସ୍ବପ୍ନ ନ ଥିଲା। ବାପାଙ୍କ ଇଚ୍ଛା ପୂରଣ କରିବାକୁ ସେ ସଙ୍ଗୀତକୁ ନିଜର କ୍ୟାରିୟର ଭାବରେ ବାଛି ନେଇଥିଲେ।


ହିମେଶଙ୍କ ପ୍ରଥମ ଆଲବମ୍‌ ‘ଆପକା ସୁରୁର୍‌’କୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ। ସଲମାନ ଖାଁଙ୍କ ଫିଲ୍ମ ‘ପ୍ୟାର କିୟା ତୋ ଡରନା କ୍ୟା’ରୁ ସେ ନିଜ ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମ ‘ତେରେ ନାମ୍‌’ ତାଙ୍କୁ ସଫଳତା ଆଣି ଦେଇଥିଲା। ‘ଆଶିକ ବନାୟା ଆପନେ’ ‘ଝଲକ ଦିଖ୍‌ ଲାଜା’ ଭଳି ଗୀତ ଗାଇ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ। ୨୦୦୭ରେ ଫିଲ୍ମ ‘ଆପକା ସୁରୁର୍‌’ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ହିମେଶ। ଏହା ପରେ ସେ ଅନେକ ଫିଲ୍ମରେ ନଜର ଆସିଛନ୍ତି।

ବର୍ତ୍ତମାନ ସୁଦ୍ଧା ହିମେଶ ୭୦୦ରୁ ଅଧିକ ଗୀତ ଗାଇବା ସହ ୧୨୦ଟି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ୨୨ ବର୍ଷର ପୁରୁଣା ସମ୍ପର୍କକୁ କାଟି ହିମେଶ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ପରେ ସେ ସୋନିଆ କପୁରଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।

Share