ଆଜି ହାଲୁଆ ସେରିମନି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୧ ପହିଲାରେ ଆସିବାକୁ ଥିବା ବେଳେ ପ୍ରତିବର୍ଷ ପ୍ରଥା ଅନୁସାରେ ଚାଲି ଆସୁଥିବା ହାଲୁଆ ସେରିମନି ଶନିବାର ଅନୁଷ୍ଠିତ ହେବ। କେନ୍ଦ୍ର ବଜେଟ ଦସ୍ତାବିଜ ଛପାହେବାର ଆରମ୍ଭ ଦିନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ନର୍ଥ ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଅବସରରେ ଅର୍ଥମନ୍ତ୍ରୀଙ୍କ ସମେତ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଟ ଅଧିକାରୀମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।
ବଜେଟ ପ୍ରସ୍ତୁତିର ଅଂଶ ବିଶେଷ ଭାବେ ନର୍ଥ ବ୍ଲକର ବେସ୍‌ମେଣ୍ଟରେ ରହିଥିବା ପ୍ରକୋଷ୍ଟକୁ କର୍ମଚାରୀମାନେ ୧୦ ଦିନ ଲାଗି ଚାଲିଯାନ୍ତି। ବଜେଟ ଉପସ୍ଥାପନ ହୋଇ ସାରିବା ପରେ ସେମାନେ ବାହାରକୁ ଆସିଥାନ୍ତି। ସାଧାରଣ ବଜେଟ ପ୍ରସ୍ତୁତିରେ ଏହି କର୍ମଚାରୀମାନେ କାର୍ଯ୍ୟ କରିଥାନ୍ତି। ବଜେଟ ସଂକ୍ରାନ୍ତ ସୂଚନା ଯେଭଳି ସାଧାରଣରେ ପ୍ରଘଟ ନ ହୁଏ ତାକୁ ରୋକିବା ଲାଗି ଏହି କର୍ମଚାରୀଙ୍କ ସଂଯୋଗ ବାହାର ଦୁନିଆ ସହ ରହେନାହିଁ। ବଜେଟ ପ୍ରସ୍ତୁତିର ଅଂଶ ବିଶେଷ ରହୁଥିବା ପ୍ରତି କର୍ମଚାରୀଙ୍କ ଉଦ୍ୟମକୁ ସମ୍ମାନ ଜଣାଇ ଏଭଳି ହାଲୁଆ ସେରିମନି ଆୟୋଜନ କରାଯାଇଥାଏ।
ଛପା ହେବନି ବଜେଟ ଦସ୍ତାବିଜ
ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ବଜେଟ ଦସ୍ତାବିଜ ଛପା ହେବ ନାହିଁ। ସେହିଭଳି ଚଳିତ ମାସ ୨୯ରେ ଉପସ୍ଥାପନ ହେବାକୁ ଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଛପା ହେବନାହିଁ ବୋଲି ଜଣାପଡିଛି। ଜାନୁୟାରୀ ୨୯ରେ ବଜେଟର ପ୍ରଥମ ଭାଗ ଶୁଭାରମ୍ଭ ହେବ ବୋଲି ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସୂଚନା ଦେଇଛନ୍ତି। ସେହିଭଳି ବଜେଟର ଦ୍ୱିତୀୟ ଭାଗ ମାର୍ଚ୍ଚ ୮ରୁ ଏପ୍ରିଲ ୮ ଯାଏ ଅନୁଷ୍ଠିତ ହେବ। ପୂର୍ବାହ୍ନ ୯ରୁ ଅପରାହ୍ନ ୨ ଯାଏ ରାଜ୍ୟ ସଭା ଏବଂ ଅପରାହ୍ନ ୪ରୁ ରାତି ୯ଟା ଯାଏ ଲୋକ ସଭା ଚାଲିବ ବୋଲି ସୂଚନା ମିଳିଛି। ଏଥିରେ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ମଧ୍ୟ ରହିଛି। କୋଭିଡ୍‌-୧୯କୁ ଧ୍ୟାନରେ ରଖି ଆର୍‌ଟି-ପିସିଆର୍‌ ଟେଷ୍ଟ କରାଇବାକୁ ଏମ୍‌ପିମାନଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri