ଆଜି ଦୋଳ ପୂର୍ଣ୍ଣିମା, ଗାଁଠୁ ସହର ଯାଏ ଉତ୍ସବମୁଖର

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଆଜି ଦୋଳ ପୂର୍ଣ୍ଣିମା। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ଘଟିବ। ବିମାନରେ ସଜ୍ଜିତ ହୋଇ ଗାଁ ଗାଁ ସାହି ସାହି ବୁଲି ଭୋଗ ଖାଇବେ ଦୋଳଗୋବିନ୍ଦ।

ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଫିକା ପଡ଼ିଥିଲା ଦୋଳ ଉତ୍ସବ। ଚଳିତବର୍ଷ କଟକଣାରେ ଟିକେ କୋହଳ କରାଯାଇଥିବାରୁ ଗାଁଠୁ ସହର ଯାଏ ଉତ୍ସବ ମୁଖର ହୋଇଉଠିଛି।