ଆଜି ଶ୍ରୀମନ୍ଦିରରେ ଦୀପାବଳି, ବଡ଼ବଡୁଆଙ୍କୁ ଡାକିବେ ଭକ୍ତ

ପୁରୀ,୧ା୧୧: ଶୁକ୍ରବାର ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡୁଆଙ୍କୁ ଡାକିବେ।  ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜି ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। କିଛି ଲୋକ ଗୁରୁବାର ଗତକାଲି ଦୀପାବଳି ପାଳିଥିବା ବେଳେ କେହି କେହି ଆଜି ଦୀପାବଳି ପାଳନ କରିବା ସହ ପୟାଶ୍ରାଦ୍ଧ ପକାଇବେ।

ପୁରୀ ବଡ଼ଦାଣ୍ଡରେ ମଧ୍ୟ କିଛି ଶ୍ରଦ୍ଧାଳୁ ଗତକାଲି କାଉଁରିଆ ଜାଳିଥିଲେ। ତେବେ ଜ୍ୟୋତିର୍ବିଦ୍‌ ଓ ଗବେଷକଙ୍କ ମତରେ ଗୁରୁବାର ଅପରାହ୍ନ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରୁଥିବାର ବଡ଼ବଡୁଆ ନ ଡାକିବାକୁ ପରାମର୍ଶ ଦେଇଥିଲେ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଜ୍ୟୋତିର୍ବିଦମାନେ ପାଞ୍ଜି ଅନୁଯାୟୀ ଅକ୍ଟୋବର ୩୧ତାରିଖ ରାତିରେ କାଳୀପୂଜା ଓ ନଭେମ୍ବର ୧ରେ ପୟାଶ୍ରାଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ।। ପାଞ୍ଜି ଗଣନାଙ୍କ ମତ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ତେଣୁ ୧ତାରିଖରେ ଶ୍ରାଦ୍ଧ କରିବାକୁ ଗବେଷକ ଓ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି। ତେବେ ଏପରି ସମସ୍ୟା କିଛିବର୍ଷ ହେବ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପାଞ୍ଜୀ ସମୀକ୍ଷା ବୈଠକ ବସିଥାଏ। ଏହା ସତ୍ତ୍ୱେ ପାଞ୍ଜି ଗଣନାରେ ତ୍ରୁଟି ଓ ଦ୍ୱନ୍ଦ୍ୱ ରହୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦାବି କରାଯାଇଛି।

ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି ଯେ, ଦୀପାବଳି ତଥା ପ୍ରୟାଶ୍ରାଦ୍ଧ କେଉଁଦିନ ପାଳନ ହେବ ସେ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଲୋକେ କେଉଁଦିନ ପାଳନ କରିବେ ସେ ନେଇ ସନ୍ଦେହରେ ରହିଛନ୍ତି। ପୂର୍ବରୁ ଏପରି ସମସ୍ୟା ଦେଖାଯାଇଥିଲା। ଫଳରେ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପାଞ୍ଜି ସମ୍ବନ୍ବୟ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଦ୍ୱାରା ପର୍ବପର୍ବାଣି ଗୋଟିଏ ଦିନରେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ପଞ୍ଜିକାରମାନଙ୍କୁ ଚିଠି କରାଯାଉଥିଲା। ସେମାନେ ବୈଠକରେ ଯୋଗଦେଉଥିଲେ। ଗଣନାକାରମାନେ ସେମାନଙ୍କ ଗଣନା କରି ଠିକ୍‌ ପାଞ୍ଜି ପ୍ରକାଶ କରୁଥିଲେ। ତେବେ କିଛି ବର୍ଷ ହେବ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଛି। ଉକ୍ତ ବୈଠକରେ ଗଜପତି ମହାରାଜାଙ୍କ ପ୍ରତିନିଧି, ଛତିଶା ନିଯୋଗ ନାୟକ, ପୂଜାପଣ୍ଡା, ଦଇତାପତି ନିଯୋଗ, ମୁକ୍ତିମଣ୍ଡପ, ଦେଉଳକରଣ, ତଢଉକରଣ ଏବଂ ପାଞ୍ଜି ପ୍ରକାଶନର ପ୍ରତିନିଧିମାନେ ଯୋଗଦେଇଥାନ୍ତି। ତେବେ ସେମାନଙ୍କର କ’ଣ ଉଦ୍ଦେଶ୍ୟ ରହିଛି ଯେ, ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରୁଛନ୍ତି। ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ପାଣ୍ଡୁଲିପି ଦେଇଥାନ୍ତି। ଉକ୍ତ ପାଣ୍ଡୁଲିପିକୁ ମୁକ୍ତିମଣ୍ଡପ ଓ ପୂଜାପଣ୍ଡା ନିଯୋଗକୁ ପ୍ରଦାନ କରାଯାଇଥାଏ। ମୁକ୍ତିମଣ୍ଡପ କିଛି ସଂଶୋଧନ କରିଥାନ୍ତି। ସେହିପରି ପୂଜାପଣ୍ଡା ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପର୍ବପବାଣି ସମ୍ପର୍କରେ ତାଲିକା ପ୍ରଦାନ କରାଯାଇଥାଏ। ସେହି ଅନୁଯାୟୀ ପାଞ୍ଜିକାରମାନେ ଏକାଠି ବସି ତିଥି ଚୂଡ଼ାନ୍ତ କରିଥାନ୍ତି। ବର୍ତ୍ତମାନ ଦୀପାବଳି ଆମାବାସ୍ୟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କେତେଜଣ ବ୍ୟକ୍ତି ସୋସିଆଲ ମିଡିଆରେ ଏଭଳି ତଥ୍ୟ ଉପସ୍ଥାପନା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଶ୍ରୀମନ୍ଦିର ନୀତିକାନ୍ତି ଓ ପରମ୍ପରା ଅନୁସାରେ ପର୍ବ ପାଳନ କରିବା ଉଚିତ୍‌। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୂଜାପଣ୍ଡା ନିଯୋଗ ଦାବି କରିଛି।

ସେହିପରି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ।, ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହା ଜାରି ରହିଛି। ଜ୍ୟୋତିଷମାନେ ଯେଭଁଭଳି ଭାବେ ପରିଶ୍ରମ କରିବା କଥା, ସେହିଭଳି କରୁନାହାନ୍ତି। ପାଶ୍ଚାତ୍ୟ ଦେଶକୁ ନକଲ କରୁଛନ୍ତି। ଅପରପକ୍ଷରେ ଯେଉଁମାନଙ୍କ ଅଧିକ ଜ୍ଞାନ ନାହିଁ ସେମାନେ ମଧ୍ୟ ପାଞ୍ଜି ପ୍ରସ୍ତୁତ କରୁଛନ୍ତି। ତାହା ଠିକ୍‌ ନୁହେଁ। ତେବେ ଏ ନେଇ ମୋ’ ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ମତ ରଖିବି ବୋଲି ଶଙ୍କରାଚାର୍ଯ୍ୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ତେଜିଲା ରାଜନୀତି: ତଦନ୍ତ ଦାବି

ମୁମ୍ବାଇ/ନୂଆଦିଲ୍ଲୀ,୨୯ା୧:ମହାରାଷ୍ଟ୍ରରେ ସର୍ବାଧିକ ୬ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍‌ସିପି ମୁଖ୍ୟ ଅଜିତ ପାଓ୍ବାର। ଯେଉଁ ଦଳ କ୍ଷମତାକୁ ଆସୁନା କାହିଁକି ଅଜିତଙ୍କ ସମର୍ଥନ ସବୁବେଳେ ଲୋଡ଼ା ପଡ଼ୁଥିଲା।…

ପୁଣିଥରେ ଏକ ତରଫା ବାଜି ମାରିଲା ଭାଜପା

ଚଣ୍ଡିଗଡ଼,୨୯।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି। ଭାଜପା ୧୮ଟି ଭୋଟ ପାଇଥିଲା ଏବଂ ସୌରଭ ଯୋଶୀ ଚଣ୍ଡିଗଡ଼ର ନୂତନ ମେୟର ହୋଇଛନ୍ତି।…

ଧ୍ୱଂସ ହେବାକୁ ଯାଉଛି ବିଶ୍ୱ, ପରମାଣୁ ଘଣ୍ଟାରେ ପରିବର୍ତ୍ତନ ହେଲା ସମୟ, ବୈଜ୍ଞାନିକ ଭୟଭୀତ

ବିଶ୍ୱବ୍ୟାପୀ ଚାଲିଥିବା ସଂଘର୍ଷ ଏବଂ ଚିନ୍ତା ମଧ୍ୟରେ ବୈଜ୍ଞାନିକମାନେ ଡୁମ୍ସଡେ ଘଣ୍ଟା(ପରମାଣୁ ଘଣ୍ଟା)ର ସମୟ ପରିବର୍ତ୍ତନ କରିଛନ୍ତି। ସେମାନେ ଘଣ୍ଟାକୁ ମଧ୍ୟରାତ୍ରି ପାଖକୁ ଆହୁରି ନିକଟତର କରିଛନ୍ତି।…

EU ସହ ଡିଲ ଶେଷ, ଏବେ ଟାର୍ଗେଟରେ ଆମେରିକା, ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୧: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆସନ୍ତା ସପ୍ତାହରେ କ୍ରିଟିକାଲ ମିନେରାଲ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିବେ ବୋଲି ଆଶା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ…

କମିବ ଶୀତ-ବଢ଼ିବ ଗରମ, କଲବଲ କରିବ କୁହୁଡ଼ି

ଭୁବନେଶ୍ବର,୨୯।୧: ରାଜ୍ୟରେ ଶୀତର ପ୍ରକୋପ କମୁଥିବା ବେଳେ ଗରମ ବଢ଼ିବାରେ ଲାଗିଛି । ତେବେ ଆଗାମୀ କିଛି ଦିନରେ ରାତି ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ…

ଏମିତି ମିଛ କହି ଧରାପଡ଼ିଗଲେ ସୂର୍ଯ୍ୟକୁମାର: ପ୍ରଶଂସକ କହିଲେ…

ବିଶାଖାପାଟଣା,୨୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଭାଇଜାଗରେ ଖେଳାଯାଇଥିଲା। ଏହି ମ୍ୟାଚ ପାଇଁ ଇଶାନ କିଷାନ ଭାରତୀୟ ପ୍ଲେଇଂ-୧୧ରୁ ବାଦ ପଡ଼ିଥିଲେ। ତାଙ୍କ…

‘Reform, Perform, and Transform…’ ବଜେଟ ପୂର୍ବରୁ ଦେଶକୁ କି ବାର୍ତ୍ତା ଦେଲେ ମୋଦି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୨୯।୧: ଦେଶର ରାଜନୈତିକ ଏବଂ ଅର୍ଥନୈତିକ ଦିଗ ନିର୍ଣ୍ଣୟ କରୁଥିବା ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ, ପ୍ରମୁଖ ଅର୍ଥନୈତିକ…

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର, ମୁଖାଗ୍ନି ଦେଲେ…

ମୁମ୍ବାଇ,୨୯।୧: ମହାରାଷ୍ଟ୍ରର ପୁଣେ ଜିଲାର ବାରାମତିର ବିଦ୍ୟା ପ୍ରତିଷ୍ଠାନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ବାରାମତି ବିମାନବନ୍ଦର ନିକଟରେ ରନୱେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri