ଆଜି ଶ୍ରୀମନ୍ଦିରରେ ଦୀପାବଳି, ବଡ଼ବଡୁଆଙ୍କୁ ଡାକିବେ ଭକ୍ତ

ପୁରୀ,୧ା୧୧: ଶୁକ୍ରବାର ଶ୍ରୀମନ୍ଦିରରେ ଦୀପାବଳି ପାଳନ ହେବ। ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡୁଆଙ୍କୁ ଡାକିବେ।  ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜି ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। କିଛି ଲୋକ ଗୁରୁବାର ଗତକାଲି ଦୀପାବଳି ପାଳିଥିବା ବେଳେ କେହି କେହି ଆଜି ଦୀପାବଳି ପାଳନ କରିବା ସହ ପୟାଶ୍ରାଦ୍ଧ ପକାଇବେ।

ପୁରୀ ବଡ଼ଦାଣ୍ଡରେ ମଧ୍ୟ କିଛି ଶ୍ରଦ୍ଧାଳୁ ଗତକାଲି କାଉଁରିଆ ଜାଳିଥିଲେ। ତେବେ ଜ୍ୟୋତିର୍ବିଦ୍‌ ଓ ଗବେଷକଙ୍କ ମତରେ ଗୁରୁବାର ଅପରାହ୍ନ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରୁଥିବାର ବଡ଼ବଡୁଆ ନ ଡାକିବାକୁ ପରାମର୍ଶ ଦେଇଥିଲେ।

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଜ୍ୟୋତିର୍ବିଦମାନେ ପାଞ୍ଜି ଅନୁଯାୟୀ ଅକ୍ଟୋବର ୩୧ତାରିଖ ରାତିରେ କାଳୀପୂଜା ଓ ନଭେମ୍ବର ୧ରେ ପୟାଶ୍ରାଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ।। ପାଞ୍ଜି ଗଣନାଙ୍କ ମତ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ତେଣୁ ୧ତାରିଖରେ ଶ୍ରାଦ୍ଧ କରିବାକୁ ଗବେଷକ ଓ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି। ତେବେ ଏପରି ସମସ୍ୟା କିଛିବର୍ଷ ହେବ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପାଞ୍ଜୀ ସମୀକ୍ଷା ବୈଠକ ବସିଥାଏ। ଏହା ସତ୍ତ୍ୱେ ପାଞ୍ଜି ଗଣନାରେ ତ୍ରୁଟି ଓ ଦ୍ୱନ୍ଦ୍ୱ ରହୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦାବି କରାଯାଇଛି।

ପୂଜାପଣ୍ଡା ନିଯୋଗ ପକ୍ଷରୁ କୁହାଯାଇଛି ଯେ, ଦୀପାବଳି ତଥା ପ୍ରୟାଶ୍ରାଦ୍ଧ କେଉଁଦିନ ପାଳନ ହେବ ସେ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। ଲୋକେ କେଉଁଦିନ ପାଳନ କରିବେ ସେ ନେଇ ସନ୍ଦେହରେ ରହିଛନ୍ତି। ପୂର୍ବରୁ ଏପରି ସମସ୍ୟା ଦେଖାଯାଇଥିଲା। ଫଳରେ ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପାଞ୍ଜି ସମ୍ବନ୍ବୟ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟି ଦ୍ୱାରା ପର୍ବପର୍ବାଣି ଗୋଟିଏ ଦିନରେ ପାଳନ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ପଞ୍ଜିକାରମାନଙ୍କୁ ଚିଠି କରାଯାଉଥିଲା। ସେମାନେ ବୈଠକରେ ଯୋଗଦେଉଥିଲେ। ଗଣନାକାରମାନେ ସେମାନଙ୍କ ଗଣନା କରି ଠିକ୍‌ ପାଞ୍ଜି ପ୍ରକାଶ କରୁଥିଲେ। ତେବେ କିଛି ବର୍ଷ ହେବ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଛି। ଉକ୍ତ ବୈଠକରେ ଗଜପତି ମହାରାଜାଙ୍କ ପ୍ରତିନିଧି, ଛତିଶା ନିଯୋଗ ନାୟକ, ପୂଜାପଣ୍ଡା, ଦଇତାପତି ନିଯୋଗ, ମୁକ୍ତିମଣ୍ଡପ, ଦେଉଳକରଣ, ତଢଉକରଣ ଏବଂ ପାଞ୍ଜି ପ୍ରକାଶନର ପ୍ରତିନିଧିମାନେ ଯୋଗଦେଇଥାନ୍ତି। ତେବେ ସେମାନଙ୍କର କ’ଣ ଉଦ୍ଦେଶ୍ୟ ରହିଛି ଯେ, ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ କରୁଛନ୍ତି। ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ପାଣ୍ଡୁଲିପି ଦେଇଥାନ୍ତି। ଉକ୍ତ ପାଣ୍ଡୁଲିପିକୁ ମୁକ୍ତିମଣ୍ଡପ ଓ ପୂଜାପଣ୍ଡା ନିଯୋଗକୁ ପ୍ରଦାନ କରାଯାଇଥାଏ। ମୁକ୍ତିମଣ୍ଡପ କିଛି ସଂଶୋଧନ କରିଥାନ୍ତି। ସେହିପରି ପୂଜାପଣ୍ଡା ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପର୍ବପବାଣି ସମ୍ପର୍କରେ ତାଲିକା ପ୍ରଦାନ କରାଯାଇଥାଏ। ସେହି ଅନୁଯାୟୀ ପାଞ୍ଜିକାରମାନେ ଏକାଠି ବସି ତିଥି ଚୂଡ଼ାନ୍ତ କରିଥାନ୍ତି। ବର୍ତ୍ତମାନ ଦୀପାବଳି ଆମାବାସ୍ୟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କେତେଜଣ ବ୍ୟକ୍ତି ସୋସିଆଲ ମିଡିଆରେ ଏଭଳି ତଥ୍ୟ ଉପସ୍ଥାପନା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଶ୍ରୀମନ୍ଦିର ନୀତିକାନ୍ତି ଓ ପରମ୍ପରା ଅନୁସାରେ ପର୍ବ ପାଳନ କରିବା ଉଚିତ୍‌। ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୂଜାପଣ୍ଡା ନିଯୋଗ ଦାବି କରିଛି।

ସେହିପରି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ।, ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହା ଜାରି ରହିଛି। ଜ୍ୟୋତିଷମାନେ ଯେଭଁଭଳି ଭାବେ ପରିଶ୍ରମ କରିବା କଥା, ସେହିଭଳି କରୁନାହାନ୍ତି। ପାଶ୍ଚାତ୍ୟ ଦେଶକୁ ନକଲ କରୁଛନ୍ତି। ଅପରପକ୍ଷରେ ଯେଉଁମାନଙ୍କ ଅଧିକ ଜ୍ଞାନ ନାହିଁ ସେମାନେ ମଧ୍ୟ ପାଞ୍ଜି ପ୍ରସ୍ତୁତ କରୁଛନ୍ତି। ତାହା ଠିକ୍‌ ନୁହେଁ। ତେବେ ଏ ନେଇ ମୋ’ ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ମତ ରଖିବି ବୋଲି ଶଙ୍କରାଚାର୍ଯ୍ୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

IDFର ଦାବି, ଅଲି ଖାମେନେଇଙ୍କ ବିମାନ ଧ୍ବସଂ କଲା ଇସ୍ରାଏଲ

ନୂଆଦିଲ୍ଲୀ,୧୬।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ସୋମବାର ସକାଳେ ଇସ୍ରାଏଲ ତେହେରାନର ମେହରାବାଦ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF)…

LPG ବଦଳରେ PNG: ଗ୍ରାହକଙ୍କ ପାଇଁ ସରକାର, ଗ୍ୟାସ କମ୍ପାନୀଙ୍କ ବଡ଼ ଅଫର

ନୂଆଦିଲ୍ଲୀ,୧୬।୩: ଦେଶରେ ଗ୍ୟାସ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବ୍ୟବସାୟିକ LPG ସିଲିଣ୍ଡର ବଦଳରେ ଏବେ ‘ପାଇପ୍‌ଡ ନ୍ୟାଚୁରାଲ…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

ଆଇସିସି ଚେୟାରମ୍ୟାନ୍‌ ଜୟ ଶାହାଙ୍କ ବଡ଼ ବୟାନ, କହିଲେ…

ମୁମ୍ୱାଇ,୧୬ା୩: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ଦେଖାଦେଇଥିବା ବିବାଦ ଏବଂ ଅନିଶ୍ଚିତତା ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ୍‌ ଜୟ ଶାହା ପ୍ରଥମଥର ପାଇଁ ମୁହଁ…

କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri