ଆଜି ଅଗଷ୍ଟ କ୍ରାନ୍ତି ଦିବସ: ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ

ନୂଆଦିଲ୍ଲୀ,୯ା୮: ଆଜି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ବାଧୀନତା ପରଠାରୁ ଏହି ଦିନକୁ ସମଗ୍ର ଭାରତବର୍ଷରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି।

ଭାରତକୁ ସ୍ବାଧୀନତା ଆଣି ଦେବା ଲାଗି ସ୍ବାଧୀନତା ସଂଗ୍ରାମୀମାନେ ଆଗେଇ ଆସିଥିଲେ। ଏଥି ନିମନ୍ତେ ଅନେକ ଆନ୍ଦୋଳନ କରିଥିଲେ। ସେଥିମଧ୍ୟରୁ ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିରପିତା ମହାତ୍ମାଗାନ୍ଧୀ ଭାରତ ଛାଡ଼ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ବିଶେଷକରି ଏହି ଦିନକୁ ମନେ ରଖିବା ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ଲାଗି ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଇ ଆସୁଛି। ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ।

Share