Posted inଖେଳ

କ୍ରିକେଟ୍‌ ଇତିହାସରେ ଆଜି ଏକ ଖାସ୍‌ ଦିନ: ୧୮ ବର୍ଷ ପୂର୍ବେ ଘଟିଥିଲା ଏମିତି..

କ୍ରିକେଟ ଇତିହାସରେ ଆଜି ଏକ ଖାସ୍‌ ଦିନ। ୧୮ ବର୍ଷ ପୂର୍ବେ ୧୩ ଜୁନ, ୨୦୦୩ ରେ କ୍ରିକେଟର ତୃତୀୟ ଫର୍ମାଟ ଅର୍ଥାତ୍‌ ଟି-୨୦ କ୍ରିକେଟ ଆରମ୍ଭ ହୋଇଥିଲା। କିଛି ବର୍ଷ ମଧ୍ୟରେ ଟି-୨୦ କ୍ରିକେଟ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛି। ଟି -୨୦ କ୍ରିକେଟ ଆରମ୍ଭ ହେବାର ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ୱକପ ଆୟୋଜିତ ହେଲା। ଭାରତରେ ମଧ୍ୟ ଟି -୨୦ ଲିଗ ୨୦୦୮ରେ ଇଣ୍ଡିଆନ ପ୍ରିମିୟର ଲିଗ ମାଧ୍ୟମରେ ଆରମ୍ଭ ହୋଇଥିଲା।
ଟି-୨୦ କ୍ରିକେଟର ଅସ୍ତିତ୍ୱର କାହାଣୀ ମଧ୍ୟ ବହୁତ ଆକର୍ଷଣୀୟ। ୨୦୦୦ ମସିହା ପରେ ଇଂଲଣ୍ଡରେ ଟେଷ୍ଟ କ୍ରିକେଟର ଲୋକପ୍ରିୟତା ହ୍ରାସ ପାଇଲା। ପ୍ରାୟୋଜକମାନେ ଧୀରେ ଧୀରେ ହ୍ରାସ ପାଉଥିଲେ। ଦର୍ଶକଙ୍କ ଆଗ୍ରହ ମଧ୍ୟ କମିଯାଉଥିଲା। ଏହି ପରିସ୍ଥିତିକୁ କିପରି ଦୂର କରାଯିବ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଚିନ୍ତା କରିବାକୁ ଲାଗିଲେ। ତା’ପରେ ବୋର୍ଡର ମାର୍କେଟିଂ ମ୍ୟାନେଜର ଷ୍ଟୁଆର୍ଟ ରୋବର୍ଟସନ ଏକ ଯୁକ୍ତି ବାଢିଲେ। ୨୦୦୧ରେ, କ୍ରିକେଟକୁ ଅଧିକ ରୋମାଞ୍ଚକର କରିବା ଏବଂ ଖେଳକୁ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ସେ କାଉଣ୍ଟି କ୍ରିକେଟର ଚେୟାରମ୍ୟାନଙ୍କୁ ଫର୍ମାଟରେ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ।
ଟେଷ୍ଟ, ଏକଦିବସୀୟଠାରୁ ଅଲଗା ଏକ ୨୦ ଓଭର ଫର୍ମାଟକୁ ରୋବର୍ଟସନ ପ୍ରୋତ୍ସାହିତ କରିଥିଲେ। କାଉଣ୍ଟି କ୍ରିକେଟ ଚେୟାରମ୍ୟାନ ତାଙ୍କ ପରାମର୍ଶକୁ ପସନ୍ଦ କରିଥିଲେ ଏବଂ ୨୦୦୩ ରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଆନ୍ତ-କାଉଣ୍ଟି କ୍ରିକେଟ ଚାମ୍ପିଅନସିପ ମାଧ୍ୟମରେ ଟି -୨୦ କ୍ରିକେଟ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ ୧୨ ଜୁନ ୨୦୦୩ ରେ ହାମ୍ପସାୟର୍‌ ଏବଂ ସସେକ୍ସ ମଧ୍ୟରେ ସାଉଥମ୍ପଟନର ରୋଜ ବଲ ଗ୍ରାଉଣ୍ଡରେ ଖେଳାଯାଇଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହାମ୍ପସାୟର୍‌ ୧୯.୪ ଓଭରରେ ୧୫୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସସେକ୍ସର ସମଗ୍ର ଦଳ ୭ ଉଇକେଟ ହରାଇ ୨୦ ଓଭରରେ ମାତ୍ର ୧୪୭ ରନ ସ୍କୋର କରିପାରିଥିଲା। ୨୦୦୭ରେ ପ୍ରଥମ ଟି-୨୦ ବିଶ୍ୱକପ୍‌ ଖେଲାଯାଇଥିଲା। ଏଥିରେ ଭାରତ ଚାମ୍ପିଅନ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri