Categories: ଖେଳ

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଖାସ୍‌ ଦିନ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜ୍‌ର ପ୍ରଥମ ଟେଷ୍ଟ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ପ୍ରଥମ ପାଳିରେ ବିଶାଳ ୫୭୮ ରନ୍‌ ସ୍କୋର ଛିଡା କରିଛି। ଏହାର ଜବାବରେ ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ଉଇକେଟ୍‌ ହରାଇ ୨୨୫ ରନ୍‌ ସଂଗ୍ରହ କରିଛି। ଭାରତକୁ ଫଲୋଅନ୍‌ ବଞ୍ଚାଇବା ପାଇଁ ଆହୁରି ୧୨୨ ରନ୍‌ ଆବଶ୍ୟକ ରହିଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା କ୍ରିକେଟ୍‌ ଇତିହାସକୁ ନଜର ପକାଇଲେ ଆଜି ଭାରତ ପାଇଁ ଏକ ଖାସ୍‌ ଦିନ। ଆଜିର ଦିନରେ ଭାରତ ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଥିଲା। ରୋଚକ କଥା ହେଉଛି ପ୍ରଥମ ଟେଷ୍ଟ ବିଜୟ ଚେନ୍ନାଇର ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ମିଳିଥିଲା। ସେତେବେଳେ ମଧ୍ୟ ଭାରର ପ୍ରତିଦ୍ୱନ୍ଦୀ ଇଂଲଣ୍ଡ ହିଁ ଥିଲା। ୬୯ ବର୍ଷ ପୂର୍ବେ ବିଜୟ ହଜାରେଙ୍କ ଅଧିନାୟିକତ୍ୱରେ ଭାରତ ଟେଷ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା। ଭାରତ ପ୍ରଥମ ଟେଷ୍ଟ ୧୯୩୨ରେ ଖେଳିଥିଲା। ୨୭ଟି ଟେଷ୍ଟ ଖେଳିବା ପରେ ଭାରତକୁ ପ୍ରଥମ ବିଜୟ ହାସଲ ହୋଇଥିଲା।

Share