Posted inଖେଳ

ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ୍‌ ଚତୁର୍ଥ ମ୍ୟାଚ୍‌

ଲୌଡରହିଲ (ଆମେରିକା), ୧୨।୮: ଲୌଡରହିଲ ସ୍ଥିତି ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ଷ୍ଟାଡିୟମରେ ଶନିବାର ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ୪ର୍ଥ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଭାରତ ତୃତୀୟ ମ୍ୟାଚ ଜିତିବାରୁ ଓ୍ବେଷ୍ଟଇଣ୍ଡିଜ ୨-୧ରେ ସିରିଜ ଅଗ୍ରଣୀ ରହିଛି। ତେଣୁ ଭାରତ ଚତୁର୍ଥ ମ୍ୟାଚ୍‌ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବା ଲକ୍ଷ୍ୟରେ ରହିଛି।

ପୂର୍ବ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ତିଳକ ବର୍ମା ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ମାତ୍ର ଭାରତର ଓପନିଂ କ୍ରମାଗତ ବିଫଳ ହୋଇଛି। ଏହା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି।

ତୃତୀୟ ଟି୨୦ରେ ଇଶାନ କିଶନଙ୍କୁ ବିଶ୍ରାମ ଦିଆଯାଇ ଯଶସ୍ବୀ ଜୟସ୍ବାଲଙ୍କୁ ଡେବ୍ୟୁ ସୁଯୋଗ ମିଳିଥିଲା। ମାତ୍ର ଜୟସ୍ବାଲ ୬ ରନ୍‌ କରି ପ୍ରଥମ ଓଭରରେ ହିଁ ଆଉଟ ହୋଇଥିଲେ। ପ୍ରଥମ ୨ଟି ମ୍ୟାଚରେ କିଶନ ଓ ଶୁବମନ ଗିଲ୍‌ ପ୍ରଥମ ଉଇକେଟରେ ଯଥାକ୍ରମେ ୫ ଓ ୧୬ ରନ୍‌ କରିପାରିଥିଲେ। ଫଳରେ ମିଡିଲ ଅର୍ଡରଙ୍କ ଉପରେ ଚାପ ପଡ଼ିଥିଲା। ଚତୁର୍ଥ ମ୍ୟାଚ ଜିତିବା ନିହାତି ଆବଶ୍ୟକ ଥିବାବେଳେ କିଶନ ଚୂଡ଼ାନ୍ତ ଦଳକୁ ଫେରୁଛନ୍ତି କି ନାହିଁ ତାହା ଦେଖିବାର ବାକି ରହିଛି।

ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ଷ୍ଟାଡିୟମ ପିଚ୍‌ ସାଧାରଣତଃ ବ୍ୟାଟରଙ୍କୁ ସୁହାଇଥାଏ। ମ୍ୟାଚ ଆଗେଇବା ସହ ଧିମା ହୋଇ ଯାଇଥାଏ। ତେଣୁ ଏଠାରେ ଅନୁଷ୍ଠିତ ୧୩ ମ୍ୟାଚରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୧ଟିରେ ବିଜୟୀ ହୋଇଛି। ଓ୍ବେଷ୍ଟଇଣ୍ଡିଜ ସୁଯୋଗ ଅପେକ୍ଷାରେ ରହିଛି। ୨୦୧୬ ପରେ ପ୍ରଥମଥର ପାଇଁ ଭାରତ ବିପକ୍ଷରେ ସିରିଜ ବିଜୟକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ତେଣୁ ମ୍ୟାଚ ସଂଘର୍ଷ ପୂର୍ଣ୍ଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri