Categories: ଖେଳ

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପଞ୍ଚମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଖେଳାଯିବ। ଏହି ମୁକାବିଲାରେ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ଭାରତ ପୂର୍ବରୁ ସିରିଜ୍‌କୁ ୩-୧ରେ ଆଗୁଆ ରହିଛି।
ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନିକିଆ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଟସ୍‌ ୭.୩୦ ପଡିବ। ସୋନି ସ୍ପୋର୍ଟସ ନେଟୱାର୍କ – ସୋନି ସିକ୍ସ ଏବଂ ସୋନି ସିକ୍ସ ଏଚ୍‌ଡିରେ ଏହି ମ୍ୟାଚ୍‌ ପ୍ରସାରିତ ହେବ। ଏହାସହ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ ସୋନି ଲିଭରେ ଉପଲବ୍ଧ ହେବ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ୍‌, ଶ୍ରେୟାସ୍‌ ଆୟାର, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ୍‌ ପାଣ୍ଡ୍ୟା,ରିଷଭ ପନ୍ତ, କେ.ଏଲ୍‌. ରାହୁଲ, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଆର. ଅଶ୍ୱିନ୍‌, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଆଭେଶ୍‌ ଖାନ୍‌, ହର୍ଷଲ ପଟେଲ, ରବି ବିଷ୍ଣୋଇ, ଅକ୍ଷର ପଟେଲ, ଅର୍ଶଦୀପ ସିଂ।
ଓ୍ବେଷ୍ଟଇଣ୍ଡିଜ ଦଳ: ନିକୋଲାସ୍‌ ପୁରନ୍‌(ଅଧିନାୟକ), ରୋଭମାନ ପାଓ୍ବେଲ, ଶମାରା ବ୍ରୁକ୍‌ସ,ଡୋମିନିକ୍‌ ଡ୍ରେକ୍‌ସ, ଶିମରନ୍‌ ହେଟମେୟର, ଜାସନ୍‌ ହୋଲ୍ଡର, ଅକିଲ୍‌ ହୋସେନ୍‌, ଆଲଜାରି ଯୋଶେଫ୍‌, ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଓବେଡ ମ୍ୟାକୟ, କିମୋ ପଲ୍‌, ରୋମାରିଓ ଶେଫର୍ଡ, ଓଡ଼ିନ ସ୍ମିଥ୍‌, ଡେଭନ୍‌ ଥୋମାସ୍‌ ଓ ହେଡନ୍‌ ଓ୍ବାଲ୍ସ।

Share