Categories: ଖେଳ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏକଦବିସୀୟ,ସିରିଜ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ…

ରାଞ୍ଚି,୯।୧୦ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ରାଞ୍ଚିରେ ଖେଳାଯିବ। ଟିମ ଇଣ୍ଡିଆ ସିରିଜ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଲକ୍ଷ୍ନୌରେ ପ୍ରଥମ ଏକଦିବସୀୟ ଜିତିବା ପରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ରହିଛି। ଯଦି ଭାରତୀୟ ଦଳ ରାଞ୍ଚିରେ ହାରିଯାଏ, ତେବେ ଏହା ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ରମାଗତ ଦ୍ୱିତୀୟ ସିରିଜ ହରାଇବ।

ଏହାପୂର୍ବରୁ ୨୦୧୫ ରେ ଦକ୍ଷିଣ ଆଫ୍ରିକା ଭାରତୀୟ ମାଟିରେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ ୩-୨ ଜିତିଥିଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୧୨ ଟି ଏକଦିବସୀୟ ସିରିଜ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ଚାରିଟି ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ୬ଟି ସିରିଜ ଜିତିଛି। ଗୋଟିଏ ସିରିଜ ଡ୍ରରେ ଶେଷ ହୋଇଥିଲା ଏବଂ ଗୋଟିଏର ଫଳାଫଳ ନଥିଲା । ଚଳିତ ବର୍ଷ ଭାରତ ଦକ୍ଷିଣ ଆଫ୍ରିକାରେ ଏକଦିବସୀୟ ସିରିଜ ମଧ୍ୟ ୦-୩ ରେ ହରାଇଛି।

Share