Posted inଖେଳ

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କୋଲକାତା, ୨୨।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏହି ସିରିଜ ଖେଳିବାକୁ ଯାଉଥିବା ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନକାରୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଉପରେ ନଜର ରହିବ। ଆସନ୍ତା ମାସରେ ଚାମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ ହେବ। ତେଣୁ ତା’ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ଟି୨୦ ସିରିଜ ଏବଂ ଏହାପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୩ ଦିନିକିଆ ବିଶ୍ୱକପରେ ଶାମି ୪ଟି ମ୍ୟାଚ ଖେଳିପାରି ନ ଥିଲେ ହେଁ ଭାରତର ଟପ୍‌ ଉଇକେଟ ହାସଲକାରୀ ବିବେଚିତ ହୋଇଥିଲେ। ସେ ମୋଟ ୨୪ଟି ଉଇକେଟ ହାସଲ କରିଥିଲେ। ଏହା ମଧ୍ୟରେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୭/୫୭ ସଫଳତା ସାମିଲ। ଟି୨୦ ସିରିଜରେ ତାଙ୍କ ଫିଟ୍‌ନେସର ଉପଯୁକ୍ତ ପ୍ରମାଣ ମଧ୍ୟ ମିଳିବ। ୨୦୨୩ ନଭେମ୍ବର ୧୯ରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିବା ପରଠାରୁ ଶାମି ଆଉ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ସେ ପାଦରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥିଲା। ସେଥିରୁ ସୁସ୍ଥ ହେବା ପରେ ସେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ବାମ ଆଣ୍ଠୁ ଫୁଲିବା ଯୋଗୁ ଅନ୍ତର୍ଜାତୀୟ କ୍ରିକେଟକୁ ତାଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଏବେ ସେ ଇଂଲଣ୍ଡ ବିପକ୍ଷ ସିରିଜ ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।
ଭାରତର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଚାମ୍ପିୟନ୍ସ ଟ୍ରଫିରେ ଖେଳିବା ନେଇ ସନ୍ଦେହ ରହିଛି। ଏପରିସ୍ଥଳେ ଶାମିଙ୍କ ପ୍ରତ୍ୟାବର୍ତ୍ତନ ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ୩୪ ବର୍ଷୀୟ ଏହି ବୋଲର ପ୍ରତିଦ୍ୱନ୍ଦ୍ୱିତା ମୂଳକ କ୍ରିକେଟକୁ ଫେରି ରଣଜୀ ଟ୍ରଫିରେ ୭ ଉଇକେଟ ନେଇ ଚଳିତ ସିଜନରେ ବେଙ୍ଗଲକୁ ପ୍ରଥମ ବିଜୟ ସ୍ବାଦ ଚଖାଇଛନ୍ତି। ଏହା ବ୍ୟତୀତ ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୧୧ ଓ ବିଜୟ ହଜାରେ ଟ୍ରଫିରେ ୫ ଉଇକେଟ ହାସଲ କରିଛନ୍ତି।
ଟି୨୦ ଫର୍ମାଟରେ ଅକ୍ଷର ପଟେଲ ପ୍ରଥମଥର ପାଇଁ ଭାରତୀୟ ଦଳର ଉପ-ଅଧିନାୟକ ହୋଇଛନ୍ତି। ଗତବର୍ଷ କାରିବିୟାନ ମାଟିରେ ଭାରତର ଟି୨୦ ବିଶ୍ୱକପ ବିଜୟରେ ଚମତ୍କାର ଅଲ୍‌ରାଉଣ୍ଡ ପ୍ରଦର୍ଶନର ପୁରସ୍କାର ସ୍ବରୂପ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲରେ ସେ ୩୧ ବଲ୍‌ରୁ ମୂଲ୍ୟବାନ ୪୭ ରନର ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସେ ୧୯.୨୨ ଆଭରେଜରେ ୯ ଉଇକେଟ ମଧ୍ୟ ହାସଲ କରିଥିଲେ। ତାଙ୍କ ଉପସ୍ଥିତି ଦଳର ବ୍ୟାଟିଂ ଲାଇନ୍‌ଅପ୍‌କୁ ସନ୍ତୁଳିତ କରିଛି। ସଞ୍ଜୁ ସାମସନଙ୍କ କ୍ୟାରିୟର ପାଇଁ ମଧ୍ୟ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନୀତୀଶ କୁମାର ରେଡ୍ଡୀଙ୍କ ଉପସ୍ଥିତି ଭାରତ ପାଇଁ ପେସ୍‌-ବୋଲିଂ- ଅଲ୍‌ ରାଉଣ୍ଡରର ବିକଳ୍ପ ରଖିଛି।
ଟି୨୦ ବିଶ୍ୱକପ ପରେ ମାଥ୍ୟୁ ମୋଟ୍ସଙ୍କ ଇସ୍ତଫା ପରେ ନୂଆ କୋଚ୍‌ ବ୍ରେଣ୍ଡନ ମ୍ୟାକକୁଲମଙ୍କ ତତ୍ତ୍ୱାବଧାନରେ ଇଂଲଣ୍ଡ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଟେଷ୍ଟ କ୍ରିକେଟରେ ଆକ୍ରମଣାତ୍ମକ ‘ବାଜ୍‌ବଲ୍‌’ ପଦ୍ଧତି ଆପଣେଇ ଚର୍ଚ୍ଚାରେ ରହିଥିବା ମ୍ୟାକକୁଲମଙ୍କ ପାଇଁ ତାହାକୁ ସୀମିତ ଓଭର କ୍ରିକେଟରେ ପ୍ରତିଫଳିତ କରିବାର ସମୟ ଆସିଛି। ଇଂଲଣ୍ଡ ରିଶି ଟୋପ୍‌ଲେ, ସାମ୍‌ କୁରାନ ଓ ଓ୍ବିଲ ଜ୍ୟାକ୍ସଙ୍କ ପରି କେତେଜଣ ତାରକା ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରିବ। ଗତବର୍ଷ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ୨୧ ବର୍ଷୀୟ ଜ୍ୟାକବ ବେଥେଲଙ୍କ ଉପରେ ନଜର ରହିବ। ବେଥେଲ ୭ଟି ଟି୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୫୭.୬୬ ଆଭରେଜ ଏବଂ ୧୬୭.୯୬ ଷ୍ଟ୍ରାଇକ ହାର ରଖିଛନ୍ତି। ଭାରତର ଶାମିଙ୍କ ପରି ଇଂଲଣ୍ଡ ଦଳକୁ ଜୋଫ୍ରା ଆର୍ଚର ଫେରିଛନ୍ତି। ତେଣୁ ବଟଲରଙ୍କ ଦଳ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। କୋଲକାତା ମ୍ୟାଚ ପରେ ଅବଶିଷ୍ଟ ୪ ମ୍ୟାଚ ୨୫ରେ ଚେନ୍ନାଇ, ୨୮ରେ ରାଜକୋଟ, ୩୧ରେ ପୁଣେ ଓ ଫେବୃଆରୀ ୨ରେ ମୁମ୍ବାଇରେ ଖେଳାଯିବ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବ। ଟସ ଏହାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସନ୍ଧ୍ୟା ୬:୩୦ରେ ହେବ। ଏହି ସିରିଜର ପ୍ରସାରଣ ଅଧିକାର ଷ୍ଟାର ସ୍ପୋର୍ଟସ ପାଖରେ ଅଛି। ସିରିଜର ପ୍ରଥମ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ କେଉଁଠାରେ ଉପଲବ୍ଧ ହେବ। Disney+ Hostar ରେ ଅନଲାଇନରେ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri