ଆଜି କପିଳାସରେ ପ୍ରସିଦ୍ଧ ଜାଗର ଯାତ୍ରା: ରାତି ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ,୮ା୩(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଶୁକ୍ରବାର ମହା ଶିବରାତ୍ରି ଉପଲକ୍ଷେ ପ୍ରସିଦ୍ଧ ଜାଗର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କପିଳାସ ପୀଠର ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମହା ଶିବରାତ୍ରି ଏବଂ ଜାଗର ଯାତ୍ରା ଉପଲକ୍ଷେ ଷୋଡ଼ଶ ଉପଚାର ପୂଜା ନିମନ୍ତେ ରାଜ ପୁରୋଧାଙ୍କ ନୀତି ନିର୍ଦ୍ଧାରଣ ଅନୁଯାୟୀ ସନ୍ଧ୍ୟା ୭ଟାରୁ ସାଢ଼େ ୮ଟା ମଧ୍ୟରେ ପ୍ରଥମ ଚାରିପୂଜା, ରାତି ସାଢ଼େ ୮ଟାରୁ ୧୦ଟା ମଧ୍ୟରେ ପୀଠ ପୁରୋଧାଙ୍କ ଚାରିପୂଜା ଅନୁଷ୍ଠିତ ହେବ। ରାତି ୧୦ଟାରୁ ୧ଟା ମଧ୍ୟରେ ରାଜ ପୁରୋଧାଙ୍କ ଦ୍ୱାରା ଚାରିପୂଜା ସମ୍ପନ୍ନ ହେବ। ଏହାପରେ ପ୍ରଥମ ରାଜଦର୍ଶନ, ରାତି ୧ଟାରୁ ସାଢେ ୨ଟା ମଧ୍ୟରେ ରାଜ ପୁରୋଧାଙ୍କ ଚାରିପୂଜା ଏବଂ ରାତି ୩ଟା ମଧ୍ୟରେ ମହା ରୁଦ୍ରାଭିଷେକ, ରାତି ୩ଟାରୁ ୩ଟା ୫୦ମିନିଟ ମଧ୍ୟରେ ମହାସ୍ନାନ ଓ ସୁନା ଅଳଙ୍କାରରେ ମହାପ୍ରଭୁଙ୍କର ନାଗାଭରଣ ବେଶ ସହ ପଞ୍ଚବକ୍ର ପୂଜା ରାଜ ପୁରୋଧାଙ୍କ ଦ୍ୱାରା ସମ୍ପନ କରାଯିବ। ଏହାପରେ ଦ୍ୱିତୀୟ ରାଜଦର୍ଶନ ତଥା ରାଜାଙ୍କର ନାଗାଭରଣ ବେଶ ଦର୍ଶନ, ସେବା ଓ ଆଳତି ଅନୁଷ୍ଠିତ ହେବ। ରାତି ୩ଟା ୫୫ ମିନିଟରେ ମହାଦୀପ ଉଠାଣ ହେବ। ରାତି ୪ଟା ୨୫ରେ ହରିହର ଭେଟ ପୂଜା କରାଯିବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ଜଣାପଡିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଚଳିତବର୍ଷ ଶାନ୍ତିଶୃଙ୍ଖଳା ସହ ଜାଗର ଯାତ୍ରାକୁ ସମାପନ କରିବା ପାଇଁ ଜିଲାପାଳ ମନୋରଞ୍ଜନ ମଲ୍ଲିକ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ

ଭୁବନେଶ୍ୱର,୯।୫: ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଡେରା ପକେଇବାରେ ଲାଗିଛନ୍ତି। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ...

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲା ଗସ୍ତରେ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ...

ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri