Categories: ଜାତୀୟ

କାରଗିଲ ବିଜୟ ଦିବସକୁ ପୂରଣ ହେଲା ୨୨ ବର୍ଷ

ନୂଆଦିଲ୍ଲୀ,୨୬ ।୭: ଦେଶ ମଙ୍ଗଳବାର ପାଳନ କରୁଛି କାରଗିଲ ବିଜୟ ଦିବସ । ୨୨ ବର୍ଷ ପୂର୍ବେ ଠିକ ଆଜିିର ଦିନରେ ଭାରତ ପାକିସ୍ତାନ ସେନାକୁ କଡା ଜବାବ ଦେଇଥିଲା । ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତି ୱାର ମେମୋରିଆଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ୩ ସେନା ମୁଖ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ୧୯୯୯ରେ ପାକିସ୍ତାନ ଅନୁପ୍ରବେଶକାରୀ ଆତଙ୍କବାଦୀ ଓ ପାକିସ୍ତାନ ସେନା କାରଗିଲର ପାହାଡିଆ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ । ଅନୁପ୍ରବେଶକାରୀଙ୍କୁ ହଟାଇବାକୁ ଭାରତୀୟ ସେନା ପକ୍ଷରୁ ଅପରେଶନ ବିଜୟ ଆରମ୍ଭ କରାଯାଇଥିଲା । ଆଉ ଜଣ ଜଣ କରି ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହେବାସହ କେତେଜଣ ଲୁଚି ପଳାଇ ଯିବାକୁ ବାଧ୍ୟ ହୋଇଥିଲେ । ୨୬ ଜୁଲାଇ ୧୯୯୯ରେ ଠିକ୍ ଆଜିର ଦିନରେ ଭାରତୀୟ ସେନା କାରଗିଲର ପାହାଡିଆ ଅଞ୍ଚଳରେ ପ୍ରବେଶ କରିଥିବା ଅନୁପ୍ରବେଶକାରୀଙ୍କ କବଜାରୁ କାରଗିଲକୁ ଛଡାଇ ଆଣିଥିଲେ ଓ ଅପରେଶନ ବିଜୟ ସଫଳ ହୋଇଥିଲା । କାରଗିଲ ଯୁଦ୍ଧକୁ ଏବେ ୨୩ ବର୍ଷ ହୋଇଛି ।
ତେବେ ଅପରେଶନ ବିଜୟରେ ବି କେତେଜଣ ଭାରତୀୟ ସେନା ଶହୀଦ ହୋଇଥିଲେ । ଏହାପରେ ବି ସେମାନେ ନିଜ ମାଟି ମାଆର ଗୋଟିଏ ଇଞ୍ଚ ଜାଗା ବି ପାକିସ୍ତାନକୁ ଦେଇ ନ ଥିଲେ । କାରଗିଲ ବିଜୟ ଦିବସ ଅବସରରେ ପ୍ରତିବର୍ଷ ବୀର ଯବାନଙ୍କୁ ମନେପକାଯାଇଥାଏ । ଏହାସହ ସେମାନଙ୍କ ସାହସ ଓ ବୀରତାର ଗାଥା କୁହାଯାଇଥାଏ ।

Share