କଟକରୁ ଆଉ ୮୧ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୭।୮-କଟକ ସହରରୁ ଶୁକ୍ରବାର ପୁଣି ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ ୩୮ଜଣ ରହିଛନ୍ତି। ସେହିପରି କ୍ୱାରାଣ୍ଟାଇନରୁ ୩୧ ଜଣ ଏବଂ ୧୨ ଲୋକାଲ କଣ୍ଟାକ୍ଟ କେସ ରହିଛି। ୩୮ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଥିବାବେଳେ ୨୨ ଜଣ ମହିଳା ରହିଛନ୍ତି। ଏ ନେଇ ସିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।