ରାଜ୍ୟରେ ସୁସ୍ଥ ହେଲେ ୮୦୨ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୮।୧୧।(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୮୦, କଟକରୁ ୭୦, ମୟୁରଭଞ୍ଜରୁ ୫୬, ଜଗତସିଂହପୁରରୁ ୫୧, ନୂଆପଡାରୁ ୪୯, ଅନୁଗୁଳରୁ ୪୩, କେନ୍ଦ୍ରାପଡାରୁ ୩୨, ବଲାଙ୍ଗୀରରୁ ୨୯, ପୁରୀରୁ ୨୭, କୋରାପୁଟରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୨, ବରଗଡରୁ ୨୧, ଭଦ୍ରକରୁ ୨୦, କଳାହାଣ୍ଡିରୁ ୨୦, ସମ୍ବଲପୁରରୁ ୧୯, ବାଲେଶ୍ୱରରୁ ୧୫, ଝାରସୁଗୁଡାରୁ ୧୧, ମାଲକାନଗିରିରୁ ୧୧, ଗଞ୍ଜାମରୁ ୧୦ ସୁସ୍ଥ ହୋଇଛନ୍ତି। ସେହିପରି ନବରଙ୍ଗପୁରରୁ୧୦, ଢେଙ୍କାନାଳରୁ ୮, ନୟାଗଡରୁ ୭, କନ୍ଧମାଳରୁ ୬, ରାୟଗଡାରୁ ୩, ଦେବଗଡରୁ ୨, ଗଜପତିରୁ ୨ ଏବଂ ଷ୍ଟେଟପୁଲରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।