ସୁସ୍ଥ ହେଲେ ଆଉ ୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୧୨ ଜଣ ଅଛନ୍ତି। ସେହିପରି କଟକରୁ ୧୧୬, ଖୋର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗ ୩୧, ଗଜପତିରୁ ୨୭, ସୁନ୍ଦରଗଡରୁ ୨୪, ଯାଜପୁରରୁ ୨୧, କଳାହାଣ୍ଡିରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ବଲପୁରରୁ ୧୧, ଭଦ୍ରକରୁ ୧୦, କେନ୍ଦ୍ରାପଡାରୁ ୧୦, ପୁରୀରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡରୁ ୬, ବଲାଙ୍ଗିରିରୁ ୫, ବାଲେଶ୍ୱରରୁ ୪, ବୌଦ୍ଧରୁ ୩, ଜଗତସିଂହପୁରରୁ ୩, ଝାରସୁଗୁଡାରୁ ୩, ଅନୁଗୋଳ, ନୟାଗଡା ଓ ସୋନପୁର ଜିଲାରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ୨୦୫୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।