ଆରୋଗ୍ୟ ହେଲେ ୭୩୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬ ା୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୭୦, ମୟୂରଭଞ୍ଜରୁ ୫୩, ଅନୁଗୋଳରୁ ୪୪, ଜଗତସିଂହପୁରରୁ ୪୦, କଟକରୁ ୩୯, ନବରଙ୍ଗପୁରରୁ ୩୭, ନୂଆପଡାରୁ ୩୬, ଝାଡସୁଗୁଡାରୁ ୩୩, କେନ୍ଦୁଝରରୁ ୩୨, ପୁରୀରୁ ୩୨, ବଲାଙ୍ଗୀରରୁ ୩୦, କେନ୍ଦ୍ରାପଡାରୁ ୩୦, ଢେଙ୍କାନାଳରୁ ୨୦, ଗଞ୍ଜାମରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୫, ବରଗଡରୁ ୧୪, ଯାଜପୁରରୁ ୧୪, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୩, କୋରାପୁଟରୁ ୧୧, ମାଲକାନଗିରିରୁ ୯, ରାୟଗଡାରୁ ୭, ସୋନପୁରରୁ ୭, ନୟାଗଡରୁ ୬, ଦେଓଗଡରୁ ୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତି, କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବୌଦ୍ଧରୁ ୨, ଷ୍ଟେଟପୁଲରୁ ୧୩ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।