Categories: କଟକ

କଟକ ସହରରୁ ୫୧ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୧।୧୦-କଟକ ସହରରୁ ଆଜି ମୋଟ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୨୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ମହାନଦୀ ବିହାରରୁ ୨, କ୍ୟାଣ୍ଟନମେଣ୍ଟ ରୋଡରୁ ୨, ଖଟବିନ ସାହିରୁ ୪, ସିଡିଏ ସେକ୍ଟର-୯ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଗତପୁରରୁ ୬, ସିଡିଏ ସେକ୍ଟର-୯ରୁ ୪, ମଧୁପାଟଣାରୁ ୪, ବିଡାନାସୀରୁ ୨, ନୂଆପଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।