ଭଦ୍ରକରେ ୨୬୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୪୭ ପଜିଟିଭ୍‌

ଭଦ୍ରକ ଅଫିସ,୩୧।୮: – ଭଦ୍ରକ ଜିଲାରେ ସୋମବାର ୪୭ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୩୩ରେ ପହଞ୍ଚିଛି। ଚି଼ହ୍ନଟ ମାନଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି କୁହାଯାଇଛି। ୨୬୩୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୦୪ଜଣ ସୁସ୍ଥ ହୋଇଥିବା ବେଳେ ୭୨୧ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କ ମୃତ୍ୟୁ ହୋଇଛି l ବର୍ତ୍ତମାନ ସୁଦ୍ଧା ୪୭,୪୪୮ ଜଣଙ୍କ ସ୍ବାବ ପରୀକ୍ଷା ହୋଇସାରିଛି।