Categories: ରାଜ୍ୟ

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୯(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୪୦୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୪୫ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୦୪, ପୁରୀରୁ ୨୯୮, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୬୭, ମୟୂରଭଞ୍ଜରୁ ୧୫୯, ସମ୍ବଲପୁରରୁ ୧୫୭, ଅନୁଗୋଳରୁ ୧୪୩, ବାଲେଶ୍ୱରରୁ ୧୩୧, କନ୍ଧମାଳରୁ ୧୩୦, ଝାଡସୁଗୁଡାରୁ ୧୨୪, କେନ୍ଦ୍ରାପଡାରୁ ୧୧୯, ବରଗଡରୁ ୧୧୩, ବୌଦ୍ଧରୁ ୧୧୩, କଳାହାଣ୍ଡିରୁ ୯୦, ଢେଙ୍କାନାଳରୁ ୮୬, ନବରଙ୍ଗପୁରରୁ ୮୬, କୋରାପୁଟରୁ ୮୧, ନୂଆପଡାରୁ ୮୦, ସୋନପୁରରୁ ୭୮, ବଲାଙ୍ଗୀରରୁ ୭୫, ଭଦ୍ରକରୁ ୭୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୭୩, ସୁନ୍ଦରଗଡରୁ ୬୮, ମାଲକାନଗିରିରୁ ୫୩, ନୟାଗଡରୁ ୪୨, ଗଞ୍ଜାମରୁ ୪୧, ରାୟଗଡାରୁ ୪୧, ଗଜପତିରୁ ୩୧, ଦେଓଗଡରୁ ୧୨, ଷ୍ଟେଟପୁଲରୁ ୧୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।