ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୦୩ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୮।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୨୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୮୧, ଗଞ୍ଜାମରୁ ୨୦୪, ରାୟଗଡାରୁ ୧୮୦, ସମ୍ବଲପୁରରୁ ୧୪୯, ନୟାଗଡରୁ ୧୩୫, ବାଲେଶ୍ୱରରୁ ୧୩୨, ମୟୂରଭଞ୍ଜରୁ ୧୦୭, ପୁରୀରୁ ୧୦୨, କୋରାପୁଟରୁ ୯୫, ଝାଡସୁଗୁଡାରୁ ୭୧, ବରଗଡରୁ ୭୦, ଭଦ୍ରକରୁ ୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବୌଦ୍ଧରୁ ୭୦, ମାଲକାନଗିରିରୁ ୬୭, କନ୍ଧମାଳରୁ ୫୨, ଗଜପତିରୁ ୪୮, ନବରଙ୍ଗପୁରରୁ ୪୪, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୩୮, ବଲାଙ୍ଗୀରରୁ ୩୬, ଯାଜପୁରରୁ ୩୩, ସୋନପୁରରୁ ୨୬, କେନ୍ଦୁଝରରୁ ୨୧, ଢେଙ୍କାନାଳରୁ ୧୯, ଜଗତସିଂହପୁରରୁ ୧୫, ସୁନ୍ଦରଗଡରୁ ୧୫, ନୂଆପଡାରୁ ୭, ଅନୁଗୋଳରୁ ୩, ଦେଓଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।