କଟକରୁ ଆଜି ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୭।୯-କଟକ ସହରରୁ ଆଜି ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୧୦୩ ରହିଛି। ନୟାବଜାରରୁ ୯ ଜଣ, ମହତାବ ରୋଡରୁ ୬, ସିଡିଏ ସେକ୍ଟର-୭ ରୁ ୫, ମହାନଦୀ ବିହାରରୁ ୫, କାଠଗଡା ସାହିରୁ ୪, ଚାନ୍ଦିନୀ ଚୌକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି ) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।