ରାଜ୍ୟରେ ସୁସ୍ଥ ହେଲେ ୧୯୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୧୯୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୫୩, ବଲାଙ୍ଗୀରରୁ ୧୩୮, ସୁନ୍ଦରଗଡରୁ ୧୦୧, ମୟୂରଭଞ୍ଜରୁ ୯୬, ଜଗତସିଂହପୁରରୁ ୮୧, ଅନୁଗୋଳରୁ ୭୮, କଳାହାଣ୍ଡିରୁ ୭୮, ନୂଆପଡାରୁ ୭୬, ବାଲେଶ୍ୱରରୁ ୭୪, ଯାଜପୁରରୁ ୭୨, କେନ୍ଦୁଝରରୁ ୭୧, ବରଗଡରୁ ୬୩, କେନ୍ଦ୍ରାପଡାରୁ ୫୨, ଭଦ୍ରକରୁ ୫୦, ପୁରୀରୁ ୫୦, ସମ୍ବଲପୁରରୁ ୫୦, ଢେଙ୍କାନାଳରୁ ୪୬, ନବରଙ୍ଗପୁରରୁ ୪୫, କୋରାପୁଟରୁ ୪୨, ଝାଡସୁଗୁଡାରୁ ୩୬, ନୟାଗଡରୁ ୩୩, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୫, କନ୍ଧମାଳରୁ ୨୪, ସୋନପୁରରୁ ୨୦, ରାୟଗଡାରୁ ୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଦେଓଗଡରୁ ୯, ଗଜପତିରୁ ୮, ବୌଦ୍ଧରୁ ୨, ଷ୍ଟେଟପୁଲରୁ ୫୧ ଜଣ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।